ପ୍ରମୂଖ ଖବର
  • ମୟୂରଭଞ୍ଜ : ବୁରୁସାହି ଠାରେ ଅଫିମ ଚାଷ ଘଟଣା: ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୁନ୍ଦରଗଡ଼ : ମା' ପୁଅଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍‌, ସୁନା : ଅଳଙ୍କାର ସହ ଟଙ୍କା ନେଇଗଲେ ଲୁଟେରା
  • ||
  • ଉଦଳା : ମର୍ଣ୍ଣିଙ୍ଗ୍‌ ୱାକ୍‌ କରିବି ବେଳେ ଧକ୍କା ଦେଲା ପିକଅପ୍‌ ଗାଡ଼ି, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ଜଳଲାପୁଟ ଜଳଭଣ୍ଡାରରେ ଡ଼ଙ୍ଗା ବୁଡି ଘଟଣା: ୮୪ ଘଣ୍ଟା ପରେ ଆଉ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଜଳ ସମ୍ପଦ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ରାଉରକେଲା : ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ, ରୋଡ୍‌ ଉପରକୁ ମାଡ଼ିଗଲା ୩ ବଗି
  • ||

ଗୁରୁବାର ରାଶିଫଳ; କଥାବାର୍ତ୍ତା ବିବାଦୀୟ ହେବ ଏବଂ ଶାରୀରିକ ପୀଡ଼ା ଭୋଗିବେ…

Published By : Prameya | January 29, 2025 9:52 PM

ଅଦ୍ୟ ତା.୩୦.୦୧.୨୦୨୫ ରିଖ, ମକର ୧୭ ଦିନ, ମାଘମାସ ଶୁକ୍ଳପକ୍ଷ ପ୍ରତିପଦା, ଗୁରୁବାର । ପ୍ରତିପଦା : ଅପରାହ୍ଣ ୪ଟା ୧୧ମିନିଟ୍‌, ଶ୍ରବଣା: ସକାଳ ୭ଟା ୧୫ ମିନିଟ୍‌ । ମକର ଚନ୍ଦ୍ର : ସନ୍ଧ୍ୟା ୬ଟା ୩୫ ମିନିଟ୍‌ । ସୂର୍ଯ୍ୟୋଦୟ : ୬ଟା ୨୩ ମିନିଟ୍‌ ୪୭ ସେକେଣ୍ଡ, ସୂର୍ଯ୍ୟାସ୍ତ : ୫ଟା ୨୩ମିନିଟ୍‌ ୩୪ ସେକେଣ୍ଡ । ଯୋଗିନୀ ପୂର୍ବେ, ଅପରାହ୍ଣ ୪ଟା ୧୧ମିନିଟ୍‌ ଗତେ ଉତ୍ତରେ । ମୃତେ ଅପରାହ୍ଣ ୪ଟା ୧୧ ମିନିଟ୍‌ ଗତେ ଏକ ପାଦ ପୁଷ୍କର ଦୋଷ । ପାଣି କଖାରୁ ଖାଇବା ମନା, ଖାଇଲେ ଅର୍ଥହୀନ। ଅମୃତବେଳା : ଦିବା୧୦ଟା ୫୩ ମିନିଟ୍‌ ଗତେ, ଅପରାହ୍ଣ ୧ଟା ୦୮ ମିନିଟ୍‌ ମଧ୍ୟେ ।

ମେଷ : ଦଶମ ଚନ୍ଦ୍ର, ଗୁରୁବାର ଏବଂ ଚନ୍ଦ୍ର, ମଙ୍ଗଳ ଭଭୟଙ୍କ ନକ୍ଷତ୍ରଭୋଗ ହେଉଥିବାରୁ ନୂତନ କର୍ମାରମ୍ଭ କରିପାରନ୍ତି କିମ୍ବା ନୂତନ ନିଯୁକ୍ତି ମିଳିପାରେ । ଭାଗ୍ୟ ଅପେକ୍ଷା କର୍ମରେ ଅଧିକ ବିଶ୍ୱାସ ରହିବ ଏବଂ କର୍ମରେ ଆଶା ଠାରୁ ଅଧିକ ସଫଳତା ମିଳିବ । ମନରେ ସତ୍‌ଚିନ୍ତା, ସତ୍‌ଭାବନା ପ୍ରକାଶ ପାଇବ ଏବଂ ସତ୍‌ କର୍ମରେ ଅଧିକ ଆଗ୍ରହ ରହିବ ଏବଂ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଯାହାହେଲେ ମଧ୍ୟ ମନରେ ଆତ୍ମ ସନ୍ତୋଷ ଏବଂ ଆତ୍ମତୃପ୍ତି ରହିବ । ଯେଉଁ ମାନଙ୍କର ଦ୍ୱିଜା ମେଷ, ସେମାନେ ଉପକୃତ ହେବେ । ଶୁଭରଙ୍ଗ : ଗେରୁଆ, ସଂଖ୍ୟା : ୧୧, ଆରାଧନା : ପ୍ରଭୁ ହନୁମାନ ।

ବୃଷ : ଶୁକ୍ଳପକ୍ଷର ନବମ ଚନ୍ଦ୍ର ଯୋଗୁ ଗୁରୁଜନଙ୍କ କୃପା, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହାୟତା ଏବଂ ରାଜନୈତିକ ବ୍ୟକ୍ତିଙ୍କ ଶୁଭଦୃଷ୍ଟିରେ ରହିବେ । ମନରେ ଉନ୍ନତ ଚିନ୍ତାଧାରା ଓ ଉଚ୍ଚାଭିଳାଷ ପ୍ରକାଶ ପାଇବ ଏବଂ ଉନ୍ନତିମୂଳକ କର୍ମରେ ଧ୍ୟାନ ଅଧିକ ରହିବ । ପରୋପକାର, ସମାଜସେବା ଓ ଧାର୍ମିକ କର୍ମରେ ଅଧିକ ରହିବ ଏବଂ ମହତ୍‌ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ଆଶା ଠାରୁ ଅଧିକ ସଫଳତା ଓ ସମ୍ମାନ ମିଳିବ । ଯେଉଁ ମାନଙ୍କର ରୋହିଣୀ ବୃଷ, ସେମାନେ ଉପକୃତ ହେବେ । ଶୁଭରଙ୍ଗ : ନୀଳ, ସଂଖ୍ୟା : ୦୪, ଆରାଧନା : ପ୍ରଭୁଶ୍ରୀରାମ ।

ମିଥୁନ : ଅଷ୍ଟମଚନ୍ଦ୍ର ଯୋଗୁ ମନରେ ବିରକ୍ତି ଭାବ ଓ ଚିଡ଼ିଚିଡ଼ାପଣ ପ୍ରକାଶ ପାଇବ ଏବଂ ମନ ଅସ୍ଥିର,ବିଷାଦ ଗ୍ରସ୍ତ ଓ ଚାପଗ୍ରସ୍ତ ରହିବ । ଉଚିତ୍‌ କର୍ମରୁ ବିଚ୍ୟୁତ ହୋଇ ଅନୁଚିତ୍‌ କର୍ମରେ ଆଗ୍ରହ ରଖିବେ ଏବଂ ବିନାକାରଣରେ ବହୁତ ବ୍ୟସ୍ତ ରହିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ଦେଖାଦେବ ଏବଂ କର୍ମରେ ବିଫଳତା ଓ ସମସ୍ତ କର୍ମ କଣ୍ଟକ ସଦୃଶ ମନେ ହେବ । ଯେଉଁ ମାନଙ୍କର ମୃଗଶିରା ମିଥୁନ, ସେମାନେ ସତର୍କ ହେବେ । ଶୁଭରଙ୍ଗ : କଫି, ସଂଖ୍ୟା: ୧୨, ଆରାଧନା : ମା’ ଷୋଡ଼ଶୀ ।

କର୍କଟ : ସପ୍ତମ ଚନ୍ଦ୍ର, ଗୁରୁବାର ଏବଂ ଚନ୍ଦ୍ର, ମଙ୍ଗଳଙ୍କ ନକ୍ଷତ୍ରଭୋଗ ହେଉଥିବାରୁ ମାନସିକ, ପାରିବାରିକ ଶାନ୍ତି ଏବଂ ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ । ପୁତ୍ର କନ୍ୟା, ଭାଇଭଉଣୀଙ୍କ ବୈବାହିକ କର୍ମର ଆୟୋଜନ କରିବେ କିମ୍ବା ପରିବାର ସହ କୌଣସି ମାଙ୍ଗଳିକ କର୍ମରେ ଯୋଗ ଦେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତିଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସହକର୍ମୀଙ୍କ ସହଯୋଗ ପ୍ରାପ୍ତ କରିବେ । ଯେଉଁ ମାନଙ୍କର ପୁନର୍ବସୁ ଓ ଅଶ୍ଳେଷା କର୍କଟ, ସେମାନେ ଉପକୃତ ହେବେ । ଶୁଭରଙ୍ଗ : ଗୋଲାପୀ, ସଂଖ୍ୟା : ୫, ଆରାଧନା : ମା’ ସମଲେଶ୍ୱରୀ ।

ସିଂହ : ଘାତଚନ୍ଦ୍ର ଯୋଗୁ ଅପବ୍ୟୟ, ଅପବାଦ ଓ ଅପଯଶର ଶିକାର ହେବେ । ଅଯଥା ଖର୍ଚ୍ଚ, ବୃଥା ଭ୍ରମଣ, ଶତ୍ରୁ ବୃଦ୍ଧି ଏବଂ ଶାରୀରିକ ପୀଡ଼ା ଭୋଗିବେ । ଚାଲିଚଳନ, ବ୍ୟବହାର, କଥାବାର୍ତ୍ତା ବିବାଦୀୟ ହେବ ଏବଂ ଶାରୀରିକ ପୀଡ଼ା ଭୋଗିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ଦେଖା ଦେବ ଏବଂ କର୍ମରେ ବିଫଳତା ଓ ବାଧାବିଘ୍ନ ଲାଗି ରହିବ । ଯେଉଁ ମାନଙ୍କର ଉତ୍ତରା ଫାଲଗୁନୀ ସିଂହ, ସେମାନେ ସତର୍କ ହେବେ । ଶୁଭରଙ୍ଗ : ଧଳା, ସଂଖ୍ୟା : ୬, ଆରାଧନା : ପ୍ରଭୁ ଶ୍ରୀଜଗନ୍ନାଥ ।

କନ୍ୟା :   ଶୁକ୍ଳପକ୍ଷର ପଞ୍ଚମ ଚନ୍ଦ୍ର ଯୋଗୁ ବିଦ୍ୟା, ବୁଦ୍ଧି, ଜ୍ଞାନ, ଗରିମା, ପ୍ରତ୍ୟୁତ୍ପନ୍ନମତି, ଦୂରଦୃଷ୍ଟି ଓ ଧୀଶକ୍ତିର ବିକାଶ ଘଟିବ ଏବଂ ସନ୍ତାନ ମାନେ ଆଜ୍ଞାଧୀନ ହେବେ ଏବଂ ତାଙ୍କ କର୍ମକୁ ନେଇ ଗର୍ବ ଅନୁଭବ କରିବେ । ପୈତୃକ ସମ୍ପତ୍ତିକୁ ନେଇ ବିବାଦ, ଜମିଜମା ବିବାଦ ଓ ପାରିବାରିକ ବିବାଦର ସମାଧାନ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ଆଶା ଠାରୁ ଅଧିକ ସଫଳତା, ଉଚ୍ଚ ସମ୍ମାନ, ଉଚ୍ଚ ପଦବୀ ପ୍ରାପ୍ତ ହେବ । ଯେଉଁ ମାନଙ୍କର ହସ୍ତା କନ୍ୟା, ସେମାନେ ଉପକୃତ ହେବେ । ଶୁଭରଙ୍ଗ : ସବୁଜ, ସଂଖ୍ୟା : ୬, ଆରାଧନା : ମା’ ଷୋଡ଼ଶୀ ।

ତୁଳା : ଘାତବାର ଏବଂ ଚତୁର୍ଥ ଚନ୍ଦ୍ର ଯୋଗୁ ବାଦ ବିବାଦ, ସ୍ୱାସ୍ଥ୍ୟ, ଆର୍ଥିକ କାରବାର, ସ୍ୱଜନରେ କଥାବାର୍ତ୍ତା, କ୍ଷମତାଶାଳୀ ବ୍ୟକ୍ତି, ରାଜନୈତିକ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା ଓ ଯାନବାହନ ଆରୋହଣ କାଳରେ ସତର୍କ ହେବେ । ଧନକ୍ଷତି, ମାନସିକ ଅସ୍ଥିରତା, ପରିବାରରେ ମତାନ୍ତର ଏବଂ ଯାନବାହନରେ ଖର୍ଚ୍ଚାନ୍ତରେ ପଡ଼ିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ଦେଖା ଦେବ ଏବଂ କର୍ମରେ ବିଫଳତା ଓ ପଦସ୍ଥ ଅଧିକାରୀଙ୍କ ରୋଷର ଶିକାର ହେବେ । ଯେଉଁ ମାନଙ୍କର ଚିତ୍ରା ତୁଳା, ସେମାନେ ସତର୍କ ହେବେ । ଶୁଭରଙ୍ଗ : ଚକୋଲେଟ୍‌, ସଂଖ୍ୟା : ୨, ଆରାଧନା : ମା’ସମଲେଶ୍ୱରୀ ।

ବିଛା : ତୃତୀୟ ଚନ୍ଦ୍ର, ଗୁରୁବାର ଏବଂ ଚନ୍ଦ୍ର, ମଙ୍ଗଳଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ କର୍ମରେ ଉନ୍ନତି, କର୍ମପ୍ରତି ଏକାଗ୍ରତା ଓ ଆନ୍ତରିକତା ଅଧିକ ରହିବ ଏବଂ ସମସ୍ତ କର୍ମରେ ଆପଣଙ୍କୁ ଅଧିକ ସଫଳତା ଓ ସମସ୍ତ କର୍ମରେ ଆପଣଙ୍କର କର୍ମ କୁଶଳତା ଏବଂ କାର୍ଯ୍ୟଦକ୍ଷତା ପ୍ରକାଶ ପାଇବ । ମନରେ ପ୍ରସନ୍ନତା, ସ୍ୱଜନରେ ସୁସମ୍ପର୍କ ଏବଂ ଭାଇ, ଭଉଣୀଙ୍କ ସାହାଯ୍ୟ, ସହଯୋଗ ପ୍ରାପ୍ତ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତିଉତ୍ତମ ହେବ ଏବଂ ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ । ଯେଉଁ ମାନଙ୍କର ବିଶାଖା ଓ ଜ୍ୟେଷ୍ଠା ବିଛା, ସେମାନେ ଉପକୃତ ହେବେ । ଶୁଭରଙ୍ଗ : ହଳଦିଆ, ସଂଖ୍ୟା : ୩, ଆରାଧନା : ମା’ ବଗଳାମୁଖୀ ।

ଧନୁ : ଶୁକ୍ଳପକ୍ଷର ଦ୍ୱିତୀୟ ଚନ୍ଦ୍ର ଯୋଗୁ ମନରେ ଦୁର୍ବଳତା ପ୍ରକାଶ ପାଇବ ଏବଂ ଧନ ଓ ଆୟପ୍ରତି ମନରେ ଅହେତୁକ ଦୁର୍ବଳତା ପ୍ରକାଶ ପାଇବ । ଧନ ଓ ଆୟ ଯେତେ ଅଧିକ ହେଲେ ମଧ୍ୟ ମନରେ ଆତ୍ମସନ୍ତୋଷ ଓ ଆତ୍ମତୃପ୍ତି ମିଳିବ ନାହିଁ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟଉତ୍ତମ ହେବ ଏବଂ କର୍ମରେ ସଫଳତା ମିଳିଲେ ମଧ୍ୟ କିଛି ସମସ୍ୟା ଦେଖା ଦେବ । ଯେଉଁ ମାନଙ୍କର ପୂର୍ବା ଷାଢ଼ା ଧନୁ, ସେମାନେ ସୁଫଳ ପାଇବେ । ଶୁଭରଙ୍ଗ : ଲାଲ, ସଂଖ୍ୟା : ୭, ଆରାଧନା : ପ୍ରଭୁ ଗଜାନନ ।

ମକର : ଶ୍ରୀଚନ୍ଦ୍ର ଯୋଗୁ ସ୍ୱଜନ, ପରିଜନ, ବନ୍ଧୁ ବାନ୍ଧବ, ସହକର୍ମୀ, ସହଯୋଗୀଙ୍କ ସାହାଯ୍ୟ, ସହଯୋଗ ମିଳିବ ଏବଂ ପରିବାରରେ ସୁଖଶାନ୍ତିର ପରିବେଶ ରହିବ । ପରିବାର ସହ କୌଣସି ବୈବାହିକ କର୍ମରେ ଯୋଗ ଦେବେ ଏବଂ ପୁତ୍ରକନ୍ୟାଙ୍କ ବୈବାହିକ କର୍ମର ଆୟୋଜନ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଯାହା ହେଲେ ମଧ୍ୟ ମନରେ ଆତ୍ମ ସନ୍ତୋଷ ଓ ଆତ୍ମତୃପ୍ତି ରହିବ । କର୍ମରେ ସ୍ୱଳ୍ପ ପରିଶ୍ରମରେ ଅଧିକ ସଫଳତା ଓ ସମ୍ମାନ ମିଳିବ । ଯେଉଁ ମାନଙ୍କର ଶ୍ରବଣା ମକର, ସେମାନେ ସୁଫଳ ପାଇବେ । ଶୁଭରଙ୍ଗ : କଳା, ସଂଖ୍ୟା : ୫, ଆରାଧନା : ମା’ ଭୈରବୀ ।

କୁମ୍ଭ : ଘାତବାର ଏବଂ ଦ୍ୱାଦଶ ଚନ୍ଦ୍ର ଯୋଗୁ ଅପବ୍ୟୟ, ଅପବାଦ ଓ ଅପଯଶର ଶିକାର ହେବେ ଏବଂ ମନରେ ଦୁଶ୍ଚିନ୍ତା, ଦୁର୍ଭାବନା ଓ ହତୋତ୍ସାହଭାବ ପ୍ରକାଶ ପାଇବ । ଠିକ୍‌ ସମୟରେ ଠିକ୍‌ ନିଷ୍ପତ୍ତି ନେବାରେ ଅସମର୍ଥ ହେବେ ଏବଂ ବିନାକାରଣରେ ବହୁତ ବ୍ୟସ୍ତ ରହିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଠାରୁ ବ୍ୟୟ ଅଧିକ ହେବ ଏବଂ କର୍ମରେ ବିଫଳତା ଓ ସମସ୍ତ କର୍ମରେ ଅଯଥା ବିଳମ୍ବ ଦେଖା ଦେବ । ଯେଉଁ ମାନଙ୍କର ଧନିଷ୍ଠା କୁମ୍ଭ ସେମାନେ ସତର୍କ ହେବେ । ଶୁଭରଙ୍ଗ : ଇନ୍ଦ୍ରନୀଳ, ସଂଖ୍ୟା : ୧୧, ଆରାଧନା : ମା’ ଚଣ୍ଡୀ ।

ମୀନ : ଏକାଦଶ ଚନ୍ଦ୍ର, ଗୁରୁବାର ଏବଂ ଚନ୍ଦ୍ର, ମଙ୍ଗଳ ଉଭୟଙ୍କ ନକ୍ଷତ୍ରଭୋଗ ହେଉଥିବାରୁ ଧନ, ସମ୍ପଦ ବୃଦ୍ଧି ପାଇବ ଏବଂ ବ୍ୟବସାୟ କର୍ମରେ ଉନ୍ନତି ଦେଖା ଦେବ । ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ସମର୍ଥ ହେବେ ଏବଂ ବିଦେଶ ଯାତ୍ରାର ସୁଯୋଗ ଜୁଟିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ଆଶା ଠାରୁ ଅଧିକ ସଫଳତା ଓ କର୍ମସ୍ଥାନର ସମସ୍ତ ସୁବିଧା, ସୁଯୋଗ ହାସଲ କରିବେ । ଯେଉଁ ମାନଙ୍କର ପୂର୍ବ ଭାଦ୍ର ଓ ରେବତୀ ମୀନ, ସେମାନେ ଉପକୃତ ହେବେ । ଶୁଭରଙ୍ଗ : ଲାଲ, ସଂଖ୍ୟା : ୫, ଆରାଧନା : ମା’ ତାରା ।

 

ଜ୍ୟୋତିର୍ବିଦ୍‌: କୈଳାସ ଦାଶ: ୯୪୩୭୧୩୩୪୭୩

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.