ପ୍ରମୂଖ ଖବର
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଅଭିନେତା ଶରଦ କପୁରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ , ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ଆଣିଲେ ଯୁବତୀ

Published By : Anindita Ratha | November 30, 2024 2:20 PM

ନୂଆଦିଲ୍ଲୀ,୩୦/୧୧:   ବଲିଉଡର ଜଣାଶୁଣା ଅଭିନେତା ଶରଦ କପୁରଙ୍କ ବିରୋଧର ସଙ୍ଗୀନ ଅଭିଯୋଗ । କାମ ବାହାନାରେ ଅଶ୍ଳୀଳ ବ୍ୟବହାର କରିଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ଜଣେ ଯୁବତୀ । ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ । 

ତେବେ ଅଭିଯୋଗ ଅନୁଯାୟୀ, ଫେସବୁକ ଜରିଆରେ ଶରଦ କପୁରଙ୍କୁ କାମ କରିବା ପାଇଁ ଯୁବତୀ ଜଣକ ଯୋଗାଯୋଗ କରିଥିଲେ। ଯାହା ପରେ ଦୁହିଁଙ୍କର ଭିଡିଓ କଲ ମାଧ୍ୟମରେ ସାକ୍ଷାତ ହୋଇଥିଲା। ଏନେଇ ଅଭିନେତା କହିଥିଲେ ଯେ,  ସେ ତାଙ୍କ ସହ ସାକ୍ଷାତ କରିବାକୁ ଚାହୁଁଛନ୍ତି। ଏହା ପରେ ସେ ଫୋନ୍ ମାଧ୍ୟମରେ ତାଙ୍କ ଠିକଣା ଦେଇ ଅଫିସକୁ ଆସିବାକୁ କହିଥିଲେ। କିନ୍ତୁ ସେଠାକୁ ଯିବାପରେ ତାହା ତାଙ୍କ କାର୍ଯ୍ୟାଳୟ ନୁହେଁ ବରଂ ତାଙ୍କ ଘର ବୋଲି ଜଣାପଡିଥିଲା। ସେଠାରେ ଯୁବତୀଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ ।ଏନେଇ ଯୁବତୀ ଜଣକ ଅଭିନେତାଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିବା ବେଳେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଶରଦ କପୁରଙ୍କ ବିରୁଦ୍ଧରେ ଭାରତୀୟ ନ୍ୟାୟିକ ସଂହିତା ଧାରା ୭୪ , ଧାରା ୭୫  ଏବଂ ଧାରା ୭୯ ଅନୁଯାୟୀ ମାମଲା ରୁଜୁ ହୋଇଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.