ପ୍ରମୂଖ ଖବର
  • ସୁଭଦ୍ରା ଯୋଜନା ପ୍ରଥମ ପର୍ଯ୍ୟାୟ ଦ୍ବିତୀୟ କିସ୍ତି ତାରିଖ ଘୋଷଣା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
  • ||
  • ବୈପାରୀଗୁଡା : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ମହିଳା କନିଷ୍ଠ ଯନ୍ତ୍ରୀ, ୫ ହଜାର ଟଙ୍କା ଜବତ
  • ||
  • ଯାଜପୁର : ସଡ଼କ ଦୁର୍ଘଟଣାରେ ଛାତ୍ର ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ବାଲିପାଟଣା : ଠିକାଦାର ଲାଇସେନ୍ସ ପାଇଁ ପଦ ହରାଇଲେ ସରପଞ୍ଚ, ବହିଷ୍କାର କଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ||
  • ଓଡ଼ିଶାରେ କମିବ ରେଳ ଦୁର୍ଘଟଣା: ରେଳ ରାସ୍ତାରେ ଲାଗିବ କବଚ ସୁରକ୍ଷା ପ୍ରଣାଳୀ,ଟେଣ୍ଡର ପ୍ରକ୍ରିୟା ଆରମ୍ଭ
  • ||
  • ଲମତାପୁଟ : ସିକ୍ରେଟ ଚାମ୍ବରରେ ଗଞ୍ଜେଇ ଚାଲାଣ,୯୦ କେଜି ଗଞ୍ଜେଇ ଜବତ
  • ||
  • ଶ୍ରୀମନ୍ଦିରରେ ଅବଢ଼ାର ହେବ ମାନ ପରୀକ୍ଷଣ, ନିଯୁକ୍ତ ହେବେ ଫୁଡ଼ ଇନ୍ସପେକ୍ଟର
  • ||
  • ପୁଣି ମ୍ୟାଜିକ ନମ୍ୱର ଛୁଇଁଲା ହୀରାକୁଦ ଜଳଭଣ୍ଡାର, ୭ ଗେଟ୍‌ ଦେଇ ଜଳ ନିଷ୍କାସିତ
  • ||
  • ଆନନ୍ଦପୁର : ଅଟୋ ଧକ୍କାରେ ସ୍କୁଲ ଛାତ୍ରୀ ଗୁରୁତର, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଜଗତସିଂହପୁର : ଆଜି ଠାରୁ ସିରିଞ୍ଜ ଛାଡ଼ ଆନ୍ଦୋଳନ, ଓଡିଶା ନର୍ସିଂ ଆସୋସିଏସନ ଜଗତସିଂହପୁର ଶାଖାର ୧୦ ଦଫା ଦାବି
  • ||
  • ଅକ୍ଟୋବର ମାସରୁ ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ଗହମ, ଓଡ଼ିଶା ସମେତ ୯ ରାଜ୍ୟକୁ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟର ଚିଠି
  • ||
  • ବୁଡ଼ିଲା ପଞ୍ଚଲିଙ୍ଗେଶ୍ୱର ଶୈବପୀଠ; ପୂଜା ମଣ୍ଡପ ଉପରେ ଆଣ୍ଠୁଏ ଉପରେ ଝରପାଣି, ଭକ୍ତଙ୍କୁ ଦର୍ଶନ ମନା
  • ||
  • ବେତନଟୀ : କପିଳାସ ଜଙ୍ଗଲକୁ ପଠାଗଲା ନରହନ୍ତା ଦନ୍ତା, ୮ଘଣ୍ଟାର ଅପରେସନ ପରେ ହୋଇଥିଲା ଟ୍ରାଙ୍କୁଲାଇଜ୍‌
  • ||
  • ଚାନ୍ଦବାଲି : ଧରାପଡ଼ିଲେ ବାଇକ୍ ଲୁଟେରା;୨ ଗିରଫ, ଜଣେ ଫେରାର
  • ||
  • ୨୦୨୬ ମାଟ୍ରିକ୍‌ ପରୀକ୍ଷା ପଞ୍ଜୀକରଣ, ଅକ୍ଟୋବର ୯ ପର୍ଯ୍ୟନ୍ତ ଚାଲିବ
  • ||
  • କମୁନି ଦାଦନ ଦୁଃଖ, ସୁରଟରେ ଦାଦନ ଖଟିବାକୁ ଯାଇ ଆଖି ବୁଜିଲେ ବୌଦ୍ଧ ଯୁବକ
  • ||
  • ସାଂଘାତିକ ହେବ ରୋଗୀସେବା: ଆଜିଠୁ ନର୍ସିଂ ଅଫିସରଙ୍କ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ, ୩୦ ଜିଲ୍ଲା ହସ୍ପିଟାଲରେ ରୋଗୀସେବା ବାଧାପ୍ରାପ୍ତ
  • ||
  • ଜଳେଶ୍ବର : ବିପଦ ସଙ୍କେତ ତଳେ ଜଳକା ନଦୀର ଜଳସ୍ତର, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା
  • ||
  • ଶୁକ୍ରବାରଠୁ କମିବ ବର୍ଷା ପରିମାଣ, ଉତ୍ତର ଓଡ଼ିଶାର କାଁ ଭାଁ କିଛି ସ୍ଥାନରେ ବର୍ଷିବ: ୬ରେ ପୁଣି ଲଘୁଚାପ ସମ୍ଭାବନା
  • ||

କୁମର-ଭୁନ୍ଦୁପାଲି ମଦମୃତ୍ୟୁ ଘଟଣା: ୨୦୦୩ରେ ମଦ ନେଇଥିଲା ୩ ଜୀବନ, ଶୁଖିନି ଦୁଇ ଦଶନ୍ଧିର କ୍ଷତ

ଝାରସୁଗୁଡ଼ା, (ମେହବୁବ୍‌ ମାହତାବ୍‌): ଏବେ  ଗଞ୍ଜାମ ଜିଲ୍ଲାର ଚିକିଟି ଯାହା ଦେଖୁଛି, ଦୀର୍ଘ ଦୁଇ  ଦଶନ୍ଧି ତଳେ ସମାନ ତିକ୍ତ ଅନୁଭୂତି ସାଉଁଟିଥିଲା  ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ କୁମର  ଏବଂ ଭୁନ୍ଦୁପାଲି । ୨୦୦୩ରେ ବିଷାକ୍ତ ମଦ ପିଇ  ଅବେଳରେ ଲିଭି ଯାଇଥିଲା ୩ ଜୀବନ ଦୀପ । ଏ  ଭିତରେ ବିତିଛି ଦୀର୍ଘ କୋଡ଼ିଏ ବର୍ଷ । ହେଲେ ନିଶା  ରାକ୍ଷସ କବଳରେ ପଡ଼ି ଆତ୍ମୀୟଙ୍କ ହରାଇଥିବା  ପରିବାର ମନରେ ସେଦିନର କ୍ଷତ ଏବେ ବି  ସେତିକି ତାଜା, ସେତିକି ସତେଜ । 

ଘଟଣା ଦିନ ଛତିଶଗଡ଼ ସୀମାବର୍ତ୍ତୀ ରେଙ୍ଗାଲି  ଥାନା ଅଧୀନ ଅତାବିରା ପଞ୍ଚାୟତର କୁମର ଏବଂ  ଭୁନ୍ଦୁପାଲି ଗ୍ରାମର ଦିନ ମଜୁରିଆ ଶ୍ରେଣୀର ଲୋକେ  ସାରା ଦିନର ଖଟଣି ପରେ ଲେଉଟିଥିଲେ ଘରକୁ ।  ଏଥିପୂର୍ବରୁ ଚିରାଚରିତ ଅଭ୍ୟାସ ଅନୁଯାୟୀ  ପିଇଥିଲେ ମଦ । ହେଲେ ସେଦିନ ବେଳା ଭଲ  ନ ଥିଲା । ରନ୍ଧା ଦେଶୀ ମଦ କୌଣସି କାରଣରୁ  ବିଷାକ୍ତ ହୋଇଯାଇଥିଲା । ଏଥିରେ ଆଖି ବୁଜିଥିଲେ  ଭୁନ୍ଦୁପାଲି ଗ୍ରାମର ଜାନବୀ କଅଁର (୪୨), କୁମର  ଗ୍ରାମର ପ୍ରଭାକର ଘାଁସି (୪୫) ଏବଂ ସୁଷମା  (୫୫) ନାମ୍ନୀ ଜଣେ ମହିଳା । ମଦ ମୃତ୍ୟୁ ଘଟଣାରେ  ସ୍କାନରକୁ ଆସିଥିଲେ ଛତିଶଗଡ଼ ରାୟଗଡ଼ ଅଞ୍ଚଳର  ଜଣେ କୁଖ୍ୟାତ ମଦ ମାଫିଆ । ସେ କଣ୍ଡେଇକେଲା  ଅଞ୍ଚଳରେ ମଦ ଭାଟି କରି ଗ୍ରାମାଞ୍ଚଳକୁ ମଦ ଚାଲାଣ  କରୁଥିଲା । ଭାଟି ଲାଇସେନ୍ସ ନବୀକରଣ ହୋଇ ନ  ଥିଲା । ଏହି ଘଟଣା ତତ୍କାଳୀନ ରାଜ୍ୟ ସରକାରଙ୍କୁ  ଅକଳରେ ପକାଇଥିଲା । ଏହା ବିଷାକ୍ତ ମଦ୍ୟପାନ  ଜନିତ ମୃତ୍ୟୁ ନୁହେଁ ବୋଲି ପ୍ରମାଣ କରିବାକୁ  ସେତେବେଳେ ଅପପ୍ରୟାସ ମଧ୍ୟ କରାଯାଉଥିବା  ଚର୍ଚ୍ଚା ଜୋର୍‌ ଧରିଥିଲା ।  

ମୃତ ଜାନବୀ କଅଁରଙ୍କ ପୁଅ ନାହ୍ନୁ (୪୨) ଙ୍କ ପୁରୁଣା ଦିନର କଥାକୁ ମନେପକାଇ କୁହନ୍ତି,  ବାପା ପରିବାରରେ ଏକମାତ୍ର ରୋଜଗାରକ୍ଷମ  ଥିଲେ । ବିଷାକ୍ତ ମଦରେ ତାଙ୍କର ମୃତ୍ୟୁ ଘଟିବା  ପରେ ପରିବାରର ବୋଝ ପଡ଼ିଲା ମା’ ଗୁରୁବାରୀଙ୍କ  କାନ୍ଧରେ । ମାତ୍ର ଗୋଟିଏ ଏକର ଜମିରେ ଚାଷ  କରି ଗୁଜରାଣ ମେଣ୍ଟାଇବା ସହଜ ନ ଥିଲା ।  ମା’ ଦିନ ମଜୁରିଆ କାମ କରି ଘର ସଜାଡ଼ିବାକୁ  ପ୍ରୟାସ କରିଥିଲେ । ବର୍ଷକ ତଳେ ମା’ଙ୍କ ମୃତ୍ୟୁ  ହୋଇଯାଇଛି । ତିନି ଝିଅଙ୍କୁ ନେଇ ନାହ୍ନୁଙ୍କ  ପରିବାର । ହେଲେ ସେଦିନ ଆଖିରେ ଦେଖିଥିବା  ମଦମୃତ୍ୟୁର ବିଭୀଷିକା ଏବଂ ବାପାଙ୍କ ମୃତ୍ୟୁର  ଦୁଃଖକୁ ସେ ଏଯାଏ ଭୁଲିପାରିନାହାନ୍ତି । 

ସେହିପରି ମଦମୃତ୍ୟୁର ଶିକାର କୁମର  ଗାଁର ପ୍ରଭାକର ଘାଁସିଙ୍କ ପରିବାର ବି ଉଜୁଡ଼ି  ଯାଇଥିଲା । ତାଙ୍କର ଦୁଇ ପତ୍ନୀ । ପ୍ରଥମ ପତ୍ନୀଙ୍କ  ମୃତ୍ୟୁ ହୋଇଯାଇଛି । ଦ୍ୱିତୀୟ ପତ୍ନୀ ଛତିଶଗଡ଼ର  ଏକ ଗାଁରେ ରହୁଛନ୍ତି । ଦ୍ୱିତୀୟ ପତ୍ନୀଙ୍କ ତିନି  ସନ୍ତାନ (ଦୁଇ ଝିଅ ଓ ଗୋଟିଏ ପୁଅ)ଙ୍କ ମଧ୍ୟରୁ  ପୁଅ ଆରପାରିରେ । ଦୁଇ ଝିଅ ବାହା ହୋଇଛନ୍ତି ।  ହେଲେ ସେମାନେ ଏବେ କେଉଁଠି ରହୁଛନ୍ତି  ତାହାର କିଛି ନିର୍ଦ୍ଦିଷ୍ଟ ସୂଚନା ନାହିଁ । ପ୍ରଭାକରଙ୍କ  ଅନ୍ୟ ସମ୍ପର୍କୀୟମାନେ ଗାଁ ମୁଣ୍ଡରେ ରହୁଛନ୍ତି ।  ବିଷାକ୍ତ ମଦ ପିଇ ପ୍ରଭାକରଙ୍କ ମୃତ୍ୟୁ ପରେ ତାଙ୍କ  ପରିବାର କିପରି ଛାରଖାର ହୋଇଗଲା, ସେକଥାକୁ  ଆତ୍ମୀୟମାନେ ପାସୋରି ପାରୁନାହାନ୍ତି । ଅନ୍ୟତମ  ମୃତକ ସୁଷମାଙ୍କ କେବଳ ଜଣେ ଝିଅଟିଏ ଅଛି ।  ସେ ରାୟଗଡ଼ ଅଞ୍ଚଳରେ ରହୁଥିବା ଜଣାପଡ଼ିଛି । 

ଏବେ ବି ରାଜ୍ୟର କେଉଁଠି ମଦମୃତ୍ୟୁ ଘଟଣାର  ପୁନରାବୃତ୍ତି ହେଲେ କୁମର ଏବଂ ଭୁନ୍ଦୁପାଲିବାସୀଙ୍କ  ମନରେ ଉଜାଗର ହେଉଛି ପୁରୁଣା ସ୍ମୃତି । ହେଲେ  ସୀମାବର୍ତ୍ତୀ ଅଞ୍ଚଳରେ ବେଆଇନ ମଦ କାରବାର  ଉପରେ ରୋକ୍‌ ଲାଗିନାହିଁ । ସଚେତନତା ଅଭାବରୁ  ଗରିବ, ଦିନ ମଜୁରିଆ ମଦ ନାମରେ ବିଷ ପିଇ  ଚାଲିଛନ୍ତି । ଅଙ୍କୁଶ ବିହୀନ ମଦ ମାଫିଆ ବିଭିନ୍ନ  କୌଶଳ ଖଟାଇ ମଦ ସାମ୍ରାଜ୍ୟ ବଢ଼ାଉଥିବାବେଳେ  ଏହାକୁ ରୋକିବା ଲାଗି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ  କରିବାକୁ ସୀମାବର୍ତ୍ତୀ ଅଞ୍ଚଳବାସୀ ଦାବି କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.