ପ୍ରମୂଖ ଖବର
  • ଭୁବନେଶ୍ୱରରେ ନୂଆ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି, ଏୟାରପୋର୍ଟରେ ଦିଆଗଲା ଗାର୍ଡ ଅଫ୍ ଅନର୍‌
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା
  • ||
  • ରାଜଧାନୀରେ ନକଲି ସିମେଣ୍ଟ୍ ଫ୍ୟାକ୍ଟ୍ରି ଠାବ, ପାଉଁଶ ମିଶାଇ ଲୋକଙ୍କୁ କରୁଥିଲେ ବିକ୍ରି
  • ||
  • କରଞ୍ଜିଆ : ସ୍କୁଟିକୁ ଧକ୍କା ଦେଲା ଲୁହା ପଥର ବୋଝେଇ ଟ୍ରକ୍, ମାଆ ଆଗରେ ଚାଲିଗଲା ପୁଅର ଜୀବନ
  • ||
  • ଆନନ୍ଦପୁର : ଜଙ୍ଗଲରୁ ୨ ଶିକାରୀ ଗିରଫ, ମାରଣାସ୍ତ୍ର ସହ ଫାସ ଜବତ
  • ||
  • ବୋରିଗୁୁମ୍ମା : ନୂଆବର୍ଷରେ ଭୋଜି କରି ଯୁବକଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ : ୨୧୬ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଅପରାହ୍ନରେ ଝାରସୁଗୁଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ‘ଦୁଲ୍‌ଦୁଲି' କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • କଳାହାଣ୍ଡି : ଟ୍ୟାଙ୍କର ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା, କ୍ଷତି ପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ
  • ||
  • ଜଗା ଦର୍ଶନ ପାଇଁ ପୁରୀରେ ପ୍ରବଳ ଭିଡ଼, ବଡ଼ଦାଣ୍ଡରେ ଲାଗିଛି ଲମ୍ବା ଲାଇନ୍
  • ||
  • ସମ୍ୱଲପୁରରେ ଜବରଦଖଲ ଉଚ୍ଛେଦ, ୧୬୩ ଧାରା ଲାଗୁ
  • ||
  • ଘଟଗାଁରେ ଉଦ୍‌ଘାଟନ ହେବ ଅଟେଇ ଜଙ୍ଗଲ ସଫାରୀ, ବନ୍ୟଜନ୍ତୁ ଦେଖିବାର ମଜା ନେବେ ପର୍ଯ୍ୟଟକ
  • ||
  • ଆଜି ଓଡ଼ିଶାରେ ପହଞ୍ଚିବେ ନୂଆ ରାଜ୍ୟପାଳ, ପୁରୀ ଯାଇ ଶ୍ରୀଜିଉଙ୍କୁ କରିବେ ଦର୍ଶନ
  • ||
  • ସାଲେପୁର : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍: ଜଣେ ସଙ୍କଟାପନ୍ନ, ଦୁଇ ଗୁରୁତର
  • ||
  • ସୋର : ଇଶାନ ଗାଁରେ ଅଗ୍ନିକାଣ୍ଡ: ଜଳିଗଲା ୪ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ଜାନୁଆରୀରେ ଶୀତ କମ୍‌, ମାର୍ଚ୍ଚ ଯାଏଁ ଅଧିକ ବର୍ଷା, ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ
  • ||

ହେମନ୍ତ ସୋରେନଙ୍କ ବୟସ ୫ ବର୍ଷ ଭିତରେ ୭ ବର୍ଷ ବଢ଼ିଛି: ବିଜେପି

Published By : Tapas Panda | October 31, 2024 4:47 PM

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବୟସକୁ ନେଇ ରାଜନୀତି ଜୋର ଧରିଛି । ହେମନ୍ତ ସୋରେନଙ୍କ ବୟସ  ୫ ବର୍ଷ ଭିତରେ ୭ ବର୍ଷ ବୃଦ୍ଧି ପାଇଛି ବୋଲି ବିଜେପି ଅଭିଯୋଗ କରିଛି । ୨୦୧୯ରେ ନିଜ ବୟସ ୪୨ ବର୍ଷ ବୋଲି ଘୋଷଣା କରିଥିଲେ ହେମନ୍ତ ସୋରେନ । କିନ୍ତୁ ଚଳିତବର୍ଷ ନିଜ ସତ୍ୟପାଠରେ ବୟସ ୪୯ ବର୍ଷ ବୋଲି ଉଲ୍ଲେଖ କରିଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ । ହେମନ୍ତ ସୋରେନଙ୍କୁ ଟାର୍ଗେଟ କରି ବିଜେପି ମୁଖପାତ୍ର ପ୍ରତୁଲ ଶାହ ଦେବ ଟ୍ବିଟରରେ ଲେଖିଛନ୍ତି, ‘ ୫ ବର୍ଷରେ କୌଣସି ବ୍ୟକ୍ତିଙ୍କ ବୟସ ୭ ବର୍ଷ ବଢ଼ିଥିବା କଥା କେହି ଶୁଣିଛନ୍ତି ? ଏଭଳି ଝାଡ଼ଖଣ୍ଡରେ ହୋଇଛି ।’ 

 ବିଜେପିର ଏଭଳି ଅଭିଯୋଗ ପରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ପାଲଟା ଜବାବ ଦେଇଛି । ହେମନ୍ତ ସୋରେନଙ୍କ ଦ୍ବାରା ଦିଆଯାଇଥିବା ଦସ୍ତାବିଜରେ ତାଙ୍କର ବୟସ ସ୍ପଷ୍ଟ ହୋଇଛି ବୋଲି ଜେଏମଏମ ପକ୍ଷରୁ କୁହାଯାଇଛି ।  ଆଗାମୀ ବିଧାନସଭା ନିର୍ବାଚନରେ ପରାଜିତ ହେବାର ଭୟ ଥିବାରୁ ଏଭଳି ପ୍ରସଙ୍ଗ ବିଜେପି ଉଠାଉଛି । ବିଜେପିର କେହି ମୁଖ୍ୟମନ୍ତ୍ରୀ ଚେହେରା ନାହାନ୍ତି ବୋଲି ଅଭିଯୋଗ କରିଛି ଜେଏମଏମ ।   

 ଏହା ପୂର୍ବରୁ ମଧ୍ୟ ହେମନ୍ତ ସୋରେନଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲା ବିଜେପି । ବାରହାଟ ବିଧାନସଭା ମଣ୍ଡଳୀର ଲୋକଙ୍କୁ ପ୍ରତାରଣା କରି ସୋରେନ ଶାସନକୁ ଆସିଥିଲେ ବୋଲି ସେହି ବିଧାନସଭା ଆସନର ସୋରେନଙ୍କ ପ୍ରତିଯୋଗୀ ଗାମାଲିୟାଲ ହେମ୍ବ୍ରମ୍‌ ଅଭିଯୋଗ କରିଥିଲେ । ୬୧୮ ଗାଁକୁ ନେଇ ବାରହାଟ ବିଧାନସଭା ମଣ୍ଡଳୀ । ୧୦ ପ୍ରତିଶତ ଅଞ୍ଚଳ ବୁଲିଆସିଲେ ମଧ୍ୟ ସେଠାକାର ଅବବ୍ୟସ୍ଥା ଜଳଜଳ କରି ଦେଖାଯିବ ବୋଲି ସେ କହିଛନ୍ତି । ତେବେ ଦୁଇଟି ପର୍ଯ୍ୟାୟରେ ଝାଡ଼ଖଣ୍ଡ ନିର୍ବାଚନ ହେବ । ନଭେମ୍ବର ୧୩ ଏବଂ ୨୦ରେ ମତଦାନ ହେବାକୁ ଥିବା ବେଳେ ନଭେମ୍ବର ୨୩ରେ ଭୋଟ ଗଣତି ଏବଂ ଫଳାଫଳ ପ୍ରକାଶ ପାଇବ ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.