ପ୍ରମୂଖ ଖବର
  • ଗୋରୁ ବୋଝଇ ପିକଅପ୍‌କୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୁଲିସ: ୬ ଗୋରୁ ଉଦ୍ଧାର, ଡ୍ରାଇଭର ଓ ହେଲପର୍‌ ଫେରାର
  • ||
  • ବଜ୍ରପାତରେ CRPF ଡେପୁଟି କମାଣ୍ଡାଣ୍ଟ ମୃତ, ୩ ଯବାନ ଗୁରୁତର
  • ||
  • ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା; ୨୨ ଗ୍ରାମ ବ୍ରାଉନସୁଗର ଜବତ, ଜଣେ ଗିରଫ
  • ||

ଥମୁନି ଯାତ୍ରା ମାଲିକ ଓ କଳାକାରଙ୍କ ବିବାଦ, ବକେୟା ପ୍ରାପ୍ୟ ପାଇଁ ରାଜଧାନୀ ଯାତ୍ରା ଅପେରାର ଖଳନାୟକ ମଣ୍ଟୁ ସିମୁଳିଆ ଥାନାରେ ଦ୍ୱାରସ୍ତ

Published By : Prameya | May 16, 2025 10:02 AM

ସିମୁଳିଆ, ୧୬।୫: ଯାତ୍ରା ମାଲିକ ଓ କଳାକାରଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ଦୈନିକ ରୋଚକ ପୂର୍ଣ୍ଣ ଘଟଣା ଓ ଅଭିଯୋଗ ସାମ୍ନାକୁ ଆସୁଛି । ବାଲେଶ୍ୱର ଜିଲ୍ଲା ସିମୁଳିଆ ଅଞ୍ଚଳରେ ରାଜଧାନୀ ଯାତ୍ରା ପାର୍ଟି ଗତ ୪ ଦିନ ଧରି ଯାତ୍ରାପାର୍ଟି ପଡ଼ିଥିବା ବେଳେ ଏହି ପାର୍ଟିର କଳାକାରଙ୍କୁ ଠିକ୍ ସମୟରେ ସେମାନଙ୍କର ପ୍ରାପ୍ୟ ମିଳୁନଥିବା ଘଟଣା ସିମୁଳିଆ ଥାନାରେ ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆଣିଛନ୍ତି ରାଜଧାନୀ ଅପେରାର ଚର୍ଚ୍ଚିତ ଖଳନାୟକ ମଣ୍ଟୁ । ଯାତ୍ରା ଅପେରା ମାଲିକ ପବିତ୍ର ପାତ୍ରଙ୍କ ନାଁରେ ଗୁରୁବାର ରାତିରେ ସିମୁଳିଆ ଥାନାରେ ଏନେଇ ଅଭିଯୋଗ କରିଛନ୍ତି । 

ଅଭିଯୋଗରେ ଉଲ୍ଲେଖ ରହିଛି ଯେ, ମାଲିକ ତାଙ୍କୁ ଚଳିତ ବର୍ଷ ତିନି ମାସର ଦରମା ୧ ଲକ୍ଷ ୬୫ ହଜାର ଟଙ୍କା ବାକି ରଖିଛନ୍ତି ଏବଂ ଏ ସମ୍ପର୍କରେ ପବିତ୍ର ବାବୁଙ୍କୁ ଫୋନ କରିବା ପରେ ବି ସେ ଫୋନ ଉଠାଉ ନଥିବାର କହିଛନ୍ତି । ପୂର୍ବରୁ ମଧ୍ୟ ପ୍ରାପ୍ୟ ବାକି ରହିଛି କିନ୍ତୁ, ବାବୁ ସବୁ ଟଙ୍କା ଦେଇଦେଇଛନ୍ତି ବୋଲି ମିଥ୍ୟା କଥା କହି ତାଙ୍କୁ ଭଣ୍ଡାଉଥିବାର କାନ୍ଦି କାନ୍ଦି ଗଣମାଧ୍ୟମ ଆଗରେ କହିଛନ୍ତି ଖଳନାୟକ ମଣ୍ଟୁ । ଶେଷରେ ସେ ନିରାଶ ହୋଇ ପୋଲିସର ଆଶ୍ରୟ ନେଇଛନ୍ତି । ବାବୁ ତାଙ୍କର ପ୍ରାପ୍ୟ ଦେଇ ଦିଅନ୍ତୁ ବୋଲି ସେ ହାତ ଯୋଡ଼ି ନେହୁରା ହୋଇଛନ୍ତି । କେବଳ ମଣ୍ଟୁ ନୁହନ୍ତି ତାଙ୍କ ପରି ଅନେକ କଳାକାର ମାଲିକ ପବିତ୍ରଙ୍କ ନାଁରେ ଏକାଧିକ ଅଭିଯୋଗ ଆଣୁଛନ୍ତି । ଯାତ୍ରା କଳାକାରମାନେ ଯାତ୍ରା ପେଣ୍ଡାଲରେ କଠିନ ପରିଶ୍ରମ କରି ମାଲିକଙ୍କୁ ଭଲ ରୋଜଗାର ଦେଉଥିବା ବେଳେ ମାଲିକମାନେ କାହିଁକି କଳାକାରମାନଙ୍କୁ ଦରମା ଦେଉନାହାନ୍ତି ? ଏ ପ୍ରଶ୍ନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଥାନା ଆଇଆଇସି ଶ୍ରବଣ କୁମାର ମହାରଣା ଏହି ସମ୍ବେଦନଶୀଳ ଘଟଣାକୁ ଗୁରୁତ୍ୱ ସହକାରେ ତଦନ୍ତ କରୁଛନ୍ତି । ଅନ୍ୟପଟେ ଏ ପର୍ଯ୍ୟନ୍ତ ଯାତ୍ରା ମାଲିକ ପବିତ୍ର ପାତ୍ରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । 

 

 

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.