ପ୍ରମୂଖ ଖବର
  • ବୟକଟ୍ ଇଣ୍ଡିଆରୁ ୱେଲକମ୍ ମୋଦି, ମାଳଦ୍ଵୀପ ବିମାନ ବନ୍ଦରରେ ମୋଦିଙ୍କୁ ସ୍ଵାଗତ କଲେ ମୁଇଜ୍ଜୁ
  • ||
  • ଉପରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ : ରିଟର୍ଣ୍ଣିଂ ଏବଂ ଆସିଷ୍ଟାଣ୍ଟ ରିଟର୍ଣ୍ଣିଂ ଅଫିସରଙ୍କୁ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
  • ||
  • ଅଶ୍ଳୀଳ କଣ୍ଟେଣ୍ଟ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ : ୨୫ ଭିଡିଓ ପ୍ଲାଟଫର୍ମକୁ ବ୍ୟାନ୍ କଲେ କେନ୍ଦ୍ର ସରକାର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ ନୂଆ ଟୁଇଷ୍ଟ, ପୀଡ଼ିତାଙ୍କ ସାଙ୍ଗ କିଣିଥିଲେ ରୁପା ମୁଦି
  • ||
  • ଖୋଲିଲା ହୀରାକୁଦ ଡ୍ୟାମ୍‌ର ଆଉ ୪ଟି ଗେଟ୍‌, ବାମ ପାର୍ଶ୍ୱରେ ୮ଟି ଏବଂ ଡାହାଣ ପାର୍ଶ୍ୱରେ ୪ଟି ଗେଟ୍ ଦେଇ ଜଳ ନିଷ୍କାସିତ
  • ||
  • ଜୟପୁର: ଭିଜିଲାନ୍ସ ପଞ୍ଝାରେ ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ, ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ରେଡ୍
  • ||
  • ବିକାଶ ହେବ ୬ ବୟନଶିଳ୍ପ ପାର୍କ, ଆଜି ‘ଓଡ଼ିଶା ଟେକ୍ସ ୨୦୨୫’କୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • କାମ୍ବୋଡିଆ-ଥାଇଲାଣ୍ଡ ଭୟଙ୍କର ଯୁଦ୍ଧ, ଆକାଶରୁ ବର୍ଷୁଛି ବୋମା, ଗୁଳିମାଡ଼ରେ ୧୩ ଥାଇ ନାଗରିକଙ୍କ ମୃତ୍ୟୁ
  • ||
  • ଭାରତ-ବ୍ରିଟେନ୍‌ ମୁକ୍ତ ବାଣିଜ୍ୟ ରାଜିନାମା ସ୍ୱାକ୍ଷର, ଶସ୍ତା ହେବ ବ୍ରିଟେନ୍‌ ହ୍ୱିସ୍କି, କାର୍‌, ସଫ୍ଟଡ୍ରିଙ୍କ, ଫୁଟ୍‌ୱେର୍‌
  • ||
  • ମଣିପୁରରେ ଆଉ ୬ ମାସ ବଢ଼ିଲା ରାଷ୍ଟ୍ରପତି ଶାସନ, ସଂସଦରେ ପ୍ରସ୍ତାବକୁ ମଞ୍ଜୁରୀ, ଅଗଷ୍ଟ ୧୩ରୁ ଲାଗୁ
  • ||
  • ଅବପାତ ରୂପ ନେବ ଲଘୁଚାପ, ୩୦ ଯାଏ ପ୍ରବଳ ବର୍ଷିବ, ସମୁଦ୍ର ଅଶାନ୍ତରୁ ଥିବାରୁ ମତ୍ସ୍ୟଜୀବୀଙ୍କୁ ବାରଣ
  • ||

ଜୟସ୍ୱାଲ ଏବଂ ସାଇ ସୁଦର୍ଶନଙ୍କ ଅର୍ଦ୍ଧଶତକ, ପନ୍ତ ଆହତ: ଟିମ୍‌ ଇଣ୍ଡିଆର ସ୍କୋର ୨୬୪/୪

Published By : Tapas Panda | July 23, 2025 11:29 PM

Image Courtesy: espncricinfo

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ମ୍ୟାଚ ଖେଳାଯାଉଛି ।  ଏହି ମ୍ୟାଚ୍ ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡରେ ଖେଳାଯାଉଛି । ଏହି ମ୍ୟାଚ୍‌ର ପ୍ରଥମ ଦିନରେ ଟିମ୍ ଇଣ୍ଡିଆ ଟସ୍‌ ହାରି ବ୍ୟାଟିଂ କରିଥିଲା। ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତୀୟ ଦଳ ୪ ୱିକେଟ୍ ହରାଇ ୨୬୪ ରନ୍ କରିଛି ।  ଏହି ସମୟରେ ଯଶସ୍ୱୀ ଜୟସ୍ୱାଲ ଏବଂ ସାଇ ସୁଦର୍ଶନ ଅର୍ଦ୍ଧଶତକ ହାସଲ କରିବାରେ ସଫଳ ହୋଇଛନ୍ତି । ଆଜିର ମ୍ୟାଚ୍‌ରେ ରିଷଭ ପନ୍ତ ଗୁରୁତର ଆହତ ହୋଇଛନ୍ତି । 

ଯଶସ୍ୱୀ ଜୟସ୍ୱାଲ ଏବଂ ସାଇ ସୁଦର୍ଶନଙ୍କ ବ୍ୟତୀତ କେଏଲ ରାହୁଲ ୪୬ ରନ୍‌ କରି ଆଉଟ ହୋଇଥିଲେ । ଶୁଭମନ ଗିଲ ୧୨, ରିଷଭ ପନ୍ତ ୩୭ (ରିଟାୟର୍ଡ ହର୍ଟ) କରିଥିଲେ । ରବୀନ୍ଦ୍ର ଜାଡେଜା ଏବଂ ଶାର୍ଦ୍ଦୁଳ ଠାକୁ ଉଭୟ ୧୯ ରନ୍‌ କରିବା ସହ ନଟଆଉଟ୍‌ ଥିଲେ । ସେପଟେ ଇଂଲଣ୍ଡ ପକ୍ଷରୁ ବେନ ଷ୍ଟୋକ୍ସ ୨ଟି ଓ୍ବିକେଟ ନେଇଥିବା ବେଳେ କ୍ରିସ ଓକ୍ସ ଏବଂ ଲିଆମ ଡାଉସନ୍‌ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ । 

ଭାରତ ଏହା ପୂର୍ବରୁ ମାଞ୍ଚେଷ୍ଟରରେ ଇଂଲଣ୍ଡ ବିପକ୍ଷରେ ୯ଟି ଟେଷ୍ଟ ଖେଳିଛି । ଯେଉଁଥିରେ ଭାରତ ୪ଟିରେ ପରାସ୍ତ ହୋଇଛି ଏବଂ ୫ଟି ଡ୍ର କରିଛି। ଏହାର ଅର୍ଥ ହେଉଛି ଭାରତ ମାଞ୍ଚେଷ୍ଟରରେ ଗୋଟିଏ ବି ଟେଷ୍ଟ ଜିତି ନାହିଁ। ଭାରତୀୟ ଦଳ ୧୯୩୬ ମସିହାରେ ମାଞ୍ଚେଷ୍ଟରରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିଥିଲା । ଏହି ମ୍ୟାଚ୍‌ ଡ୍ର ହୋଇଥିଲା। ଏହା ପରେ, ୧୯୪୬ ମସିହାରେ ଏଠାରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଖେଳାଯାଇଥିଲା ଏବଂ ତାହା ମଧ୍ୟ ଡ୍ର ଥିଲା। ଏହା ପରେ, ୧୯୫୨ ମସିହାରେ ତୃତୀୟ ଟେଷ୍ଟ ମ୍ୟାଚ୍ ଖେଳାଯାଇଥିଲା, ଯାହାକୁ ଇଂଲଣ୍ଡ ଏକ ଇନିଂସ ଏବଂ ୨୦୭ ରନର ବିଶାଳ ବ୍ୟବଧାନରେ ଜିତିଥିଲା । 

୧୯୫୯ ମସିହାରେ ମାଞ୍ଚେଷ୍ଟରରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟ ମ୍ୟାଚ୍ ଇଂଲଣ୍ଡ ଭାରତ ବିପକ୍ଷରେ ୧୭୧ ରନରେ ଜିତିଥିଲା। ୧୯୭୧ ମସିହାରେ ଖେଳାଯାଇଥିବା ପଞ୍ଚମ ଟେଷ୍ଟ ମ୍ୟାଚ୍ ଦୁଇ ଦଳ ମଧ୍ୟରେ ଡ୍ର ଥିଲା । ୧୯୭୪ ମସିହାରେ, ଭାରତ ଏବଂ ଇଂଲଣ୍ଡ ଷଷ୍ଠ ଥର ପାଇଁ ମୁହାଁମୁହିଁ ହୋଇଥିଲେ । ଇଂଲଣ୍ଡ ଏହି ମ୍ୟାଚକୁ ୧୧୩ ରନରେ ଜିତିଥିଲା। ୧୯୮୨ ଏବଂ ୧୯୯୦ ମସିହାରେ ଖେଳାଯାଇଥିବା ପରବର୍ତ୍ତୀ ଦୁଇଟି ଟେଷ୍ଟ ମ୍ୟାଚ୍ ଡ୍ର ଥିଲା। ଏଠାରେ ଖେଳାଯାଇଥିବା ଶେଷ ଟେଷ୍ଟ ମ୍ୟାଚ୍ ୨୦୧୪ ରେ ହୋଇଥିଲା । ଏହି ମ୍ୟାଚକୁ ଇଂଲଣ୍ଡ ଏକ ଇନିଂସ ଏବଂ ୫୪ ରନରେ ଜିତିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.