ଭୁବନେଶ୍ଵର, ୨୦/୦୪ : ଯାତ୍ରା ମାଲିକ-କଳାକାର କଳିରେ ନୂଆ ଟ୍ଵିଷ୍ଟ। ବିବାଦ ବଢିବା ଦେଖି ୟୁଟର୍ଣ୍ଣ ମାରିଲେ ରାଜଧାନୀ ଓ ପାର୍ବତୀ ଯାତ୍ରା ପାର୍ଟିର ପରିଚାଳକ ଜଗତ ଜୀବନ ପଣ୍ଡା। ସେ କହିଛନ୍ତି ଯେ, ରାଗ ରୁଷାରେ ସବୁ ହେଉଛି। କଳାକାରଙ୍କ ପାଇଁ ମଧ୍ୟ ଆମେ ଚିନ୍ତିତ। ବାପି ବାବୁଙ୍କୁ ଅନୁରୋଧ ଏବେ ପୁରୁଣା କଥା ଭୁଲିଯାଆନ୍ତୁ। ଆଉ ପୁରୁଣା ସ୍ଥିତିକୁ ଫେରୁଆସନ୍ତୁ। ସମସ୍ତେ ମିଳିମିଶି ପୁଣି ଥରେ କାମ କରିବା।
ସେପଟେ ଜଗତସିଂହପୁର ଜିଲ୍ଲା ଉତ୍ତର ଶାସନ ଠାରେ ପାର୍ବତୀ ଗଣନାଟ୍ୟର କଳାକାର ଓ କର୍ମଚାରୀ ଷ୍ଟ୍ରାଇକ୍ କରିଛନ୍ତି । ଦୁଇ ମାସ ହେଲା ମାଲିକ ପାରିଶ୍ରମିକ ଦେଉ ନଥିବାରୁ ଷ୍ଟ୍ରାଇକ୍ କରି ୧୦ରୁ ଉର୍ଦ୍ଧ୍ଵ କଳାକାର ଅଟକି ରହିଛନ୍ତି। ଏହି ଘଟଣାକୁ ନେଇ ଜଗତ ଜୀବନ ପଣ୍ଡା କହିଛନ୍ତି ଯେ, ମୁଁ ଭଦ୍ରକ କ୍ୟାମ୍ପରେ ଅଛି। ଘଟଣାକୁ ନେଇ କିଛି ଖବର ନାହିଁ। କଣ ସମସ୍ୟା ହୋଇଛି ମୋତେ ଜଣାନ୍ତୁ। ନ କହିଲେ ଜାଣିବୁ କେମିତ ? ଘଟଣା ବିଷୟରେ ମୋତେ କହିଲେ ମୁଁ ମାଲିକଙ୍କୁ କହି ସମାଧାନ କରିବି।