ନୂଆଦିଲ୍ଲୀ: କ୍ରମାଗତ ଭାବରେ ଗାଜାରେ ଆକ୍ରମଣ ଜାରି ରଖିଛି ଇସ୍ରାଏଲ । ଆଉ ଏହାର କହିବା କଥା ଯେ, ସେନା ହାମାସ ଆତଙ୍କବାଦୀଙ୍କୁ ଟାର୍ଗେଟ କରୁଛି। ପୁଣି ଥରେ ଇସ୍ରାଏଲ୍ ଗାଜା ପଟ୍ଟି ଉପରେ ବ୍ୟାପକ ଏୟାର ଷ୍ଟ୍ରାଇକ୍ କରିଛି। ଏହି ଆକ୍ରମଣରେ ଅତି କମରେ ୨୫ ଜଣ ପାଲେଷ୍ଟାଇନୀୟଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି । ପାଲେଷ୍ଟାଇନ ଡାକ୍ତର ମାନେ ଏ ବିଷୟରେ ସୂଚନା ଦେଇଛନ୍ତି। ଏହି ଆକ୍ରମଣ ଏପରି ଏକ ସମୟରେ ଘଟିଛି, ଯେତେବେଳେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଗାଜା ଯୁଦ୍ଧ ବନ୍ଦ କରିବାକୁ ଅସ୍ତ୍ରବିରତି ଚୁକ୍ତି ପାଇଁ ଅଣ୍ଟା ଭିଡିଥିଲେ ।
ଗାଜା ପଟ୍ଟିର ଉତ୍ତରରେ ଥିବା ଅଲ-ଅବଦା ହସ୍ପିଟାଲ ଏବଂ କେନ୍ଦ୍ରୀୟ ଗାଜାର ଅଲ ଅକ୍ସା ହସ୍ପିଟାଲର ଅଧିକାରୀମାନେ କହିଛନ୍ତି ଯେ, ଗୁରୁବାର ଦିନ ସହରାଞ୍ଚଳର ନୁସେରାତ ଶରଣାର୍ଥୀ ଶିବିରକୁ ଇସ୍ରାଏଲ ଧକ୍କା ଦେଇଥିଲା, ଯାହାକି ଏକ ବହୁତଳ ପ୍ରାସାଦ କୋଠା । ଏହି କୋଠାରୁ ମୋଟ ୨୫ ଟି ମୃତଦେହକୁ ଡାକ୍ତରଖାନାକୁ ଅଣାଯାଇଛି । ଏହି ଆକ୍ରମଣରେ ଆହତ ହୋଇଥିବା ୪୦ରୁ ଅଧିକ ଲୋକ ଏହି ଦୁଇଟି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ଶିଶୁ । ସେ କହିଛନ୍ତି ଯେ ଇସ୍ରାଏଲ ଆକ୍ରମଣରେ ନୁସେରାତର ଅନେକ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ତେବେ ଏହି ଘାତକ ଆକ୍ରମଣ ସମ୍ପର୍କରେ ଇସ୍ରାଏଲ୍ ସେନା ଏପର୍ଯ୍ୟନ୍ତ କୌଣସି ସୂଚନା ଦେଇନାହିଁ।
ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକେ ସଲିଭାନ କିଛି ଘଣ୍ଟା ପୂର୍ବରୁ ଜେରୁଜେଲମରେ ଗଣମାଧ୍ୟମକୁ କହିଛନ୍ତି ଯେ ଲେବାନନରେ ଇସ୍ରାଏଲର ଅସ୍ତ୍ରବିରତି ଉଲ୍ଲଂଘନ ଗାଜା ଯୁଦ୍ଧକୁ ବନ୍ଦ କରିବା ପାଇଁ ଏକ ଚୁକ୍ତିନାମା କରିଛି। ଅସ୍ତ୍ରବିରତି ଆଲୋଚନାରେ ଜଡିତ ପ୍ରମୁଖ ମଧ୍ୟସ୍ଥି କତାର ଏବଂ ଇଜିପ୍ଟ ଗସ୍ତ କରିବାକୁ ସେ ଯୋଜନା କରିଛନ୍ତି।