ପ୍ରମୂଖ ଖବର
  • ରେଢାଖୋଲ ଧଉରାଖମନ ନିକଟରେ ଓଲଟିଲା ପିକ୍‌ଅପ୍ ଭ୍ୟାନ୍: ୨୨ ଆହତ,୮ ଗୁରୁତର
  • ||
  • ​ଢ଼େଙ୍କାନାଳ: ଦନ୍ତା ଆତଙ୍କରେ ଅତିଷ୍ଠ ଗ୍ରାମବାସୀ, ଶିଶୁର ମୃତ୍ୟୁ ପରେ କ୍ଷତିପୂରଣ ଦାବିରେ ରାସ୍ତାରୋକ୍
  • ||
  • ଭିଜିଲାନ୍ସ ଜାଲରେ ବଣାଇ ITDAର ପ୍ରକଳ୍ପ ଅଧିକାରୀ ବିଶ୍ବଦର୍ଶୀ ସାହୁ, ଏକକାଳୀନ ୭ଟି ସ୍ଥାନରେ ରେଡ଼
  • ||
  • ଆଜିଠୁ ଟାଇଁ ଟାଇଁ ଖରା,୪ ଡିଗ୍ରୀ ବଢ଼ିବ ତାପମାତ୍ରା: ୨୩ ଜିଲ୍ଲାକୁ ଘନ କୁହୁଡ଼ି ଆଲର୍ଟ
  • ||

ଯୁଦ୍ଧ ବିରତି ମଧ୍ୟରେ ଇସ୍ରାଏଲ ପାଇଁ ଖରାପ ଖବର , ହମାସ କଏଦରେ ଥିବା ୮ ଲୋକଙ୍କ ମୃତ୍ୟୁ

Published By : Prameya | January 28, 2025 4:35 PM

ତେଲ ଅଭିଭ୍‌ : ଇସ୍ରାଏଲର ପିଏମ୍‌ ବେଞ୍ଜାମିନ୍‌ ନେତନ୍ୟାହୁ ଆମେରିକା ଗସ୍ତରେ ଯାଉଛନ୍ତି ଏବଂ ଏହି ମଧ୍ୟରେ ହମାସ ସହ ସିଜଫାୟରର ପ୍ରଥମ ଗସ୍ତ ଚାଲୁଛି। ସେପଟେ ଇସ୍ରାଏଲକୁ ଖରାପ ଖବର ମଧ୍ୟ ଶୁଣିବାକୁ ମିଳିଛି। ହମାସର କଏଦରେ ଥିବା ୨୬ ଜଣ ଲୋକଙ୍କ ମଧ୍ୟରୁ ୮ଜଣଙ୍କର ମୃତ୍ୟୁ ହୋଇ ସାରିଛି। ଇସ୍ରାଏଲ ସରକାରଙ୍କର ପ୍ରବକ୍ତା ଡେଭିଡ ମେନ୍ସର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି କି, ପାଲେଷ୍ଟାଇନ୍‌ ଗ୍ରୁପ୍‌ରୁ ଏହି ସୂଚନା ମିଳିଛି। ହମାସ ପକ୍ଷରୁ ଦିଆଯାଇ ଥିବା ତାଲିକା ଇସ୍ରାଏଲର ପାଖରେ ଥିବା ଗୁଇନ୍ଦା ସୂଚନାରୁ ମିଳିଛି। ଏଥିପାଇଁ ଆମେ ଏହି ସୂଚନା ସେୟାର କରୁଛୁ। ସେ କହିଛନ୍ତି କି, ମୃତକଙ୍କ ପରିବାରକୁ ୮ଲୋକଙ୍କ ମୃତ୍ୟୁର ସୂଚନା ଦିଆଯାଇଛି। ହେଲେ ଇସ୍ରାଏଲ ସରକାର ସେହି ଲୋକଙ୍କ ନାଁ ପ୍ରକାଶ କରି ନାହିଁ , ଯେଉଁମାନଙ୍କୁ ହତ୍ୟା କରାଯାଇଛି।

ଏବେସୁଦ୍ଧା ସିଜଫାୟରର ପ୍ରଥମ ରାଉଣ୍ଡରେ ଇସ୍ରାଏଲ ୨୯୦ ପାଲେଷ୍ଟାଇନଙ୍କୁ ମୁକ୍ତ କରିଥିବା ବେଳେ ହମାସ ବନ୍ଧକ କରି ରଖିଥିବା ୭ ମହିଳାଙ୍କୁ ମୁକ୍ତ କରିଛି। ଖାଲି ଏତିକି ନୁହଁ ଇସ୍ରାଏଲ ପକ୍ଷରୁ ଯେଉଁ ମହିଳା ଅରବେଲ ୟେହୁଦଙ୍କୁ ପ୍ରଥମେ ମୁକ୍ତ କରିବାକୁ ଦାବି କରାଯାଇଛି , ଏହା ଉପରେ ମଧ୍ୟ ହମାସ ରାଜି ହୋଇଛି। କିନ୍ତୁ ୮ ନାଗରିକଙ୍କ ହତ୍ୟା କରିବା ଇସ୍ରାଏଲ ପାଇଁ ବଡ଼ ଝଟକା ସଦୃଶ ହୋଇଛି। ଖାଲି ଏତିକି ନୁହେଁ ବେଞ୍ଜାମିନ୍‌ ନେତନ୍ୟାହୁଙ୍କର ସରକାରକୁ ଆଭ୍ୟନ୍ତରୀ ଭାବେ ମଧ୍ୟ ବିରୋଧର ସାମ୍ନା କରିବାକୁ ପଡ଼ିପାରେ। ଏହି ସ୍ଥିତିରେ ଏହି କଥାକୁ ନେଇ ମଧ୍ୟ ଚିନ୍ତା ପ୍ରକାଶ ପାଇଛି କି ଇସ୍ରାଏଲ ପକ୍ଷରୁ ଦୃଢ ନିଷ୍ପତ୍ତି ଯେମିତି ନିଆ ନଯାଉ। ହେଲେ ବନ୍ଧକଙ୍କ ହମାସ ପାଖରେ ଥିବାରୁ ଇସ୍ରାଏଲର ଏମିତି କରିବା ମୁସ୍କିଲ ହେବ। 

ଅନ୍ୟପଟେ ବେଞ୍ଜାମିନ୍‌ ନେତନ୍ୟାହୁ ଏହି ସପ୍ତାହର ଶେଷରେ ଆମେରିକା ଯିବାର ଯୋଜନା କରୁଛନ୍ତି। ଏବେସୁଦ୍ଧା ମିଳିଥିବା ସୂଚନା ଅନୁସାରେ , ସେ ଡୋନାଲ୍ଡ ଟ୍ରମ୍ପଙ୍କ ସହ ସିଜଫାୟରକୁ ନେଇ କଥା ହେବେ। ଏବେସୁଦ୍ଧା ଗାଜାରେ ସିଜଫାୟର( ଯୁଦ୍ଧ ବିରତି) ଜାରି ରହିଛି , କିନ୍ତୁ ଏହାକୁ ବଢା ଯିବା ନା ନାହିଁ। ଏହାକୁ ନେଇ ଟ୍ରମ୍ପଙ୍କ ସହ ମିଟିଂରେ କିଛି ନିଷ୍ପତ୍ତି ହୋଇପାରେ। ଏବେସୁଦ୍ଧା ମିଟିଂର ଏଜେଣ୍ଡା ସ୍ପଷ୍ଟ ହୋଇ ନାହିଁ , କିନ୍ତୁ ଏତିକି ସ୍ପଷ୍ଟ ଯେ, ୮ଜଣ ଲୋକଙ୍କ ହତ୍ୟା ପରେ ଇସ୍ରାଏଲର ଆଭିମୁଖ୍ୟ ପୂର୍ବଭଳି ହେବ ନାହିଁ। 

ବର୍ତ୍ତମାନ ବେ଼ଞ୍ଜାମିନ୍‌ ନେତନ୍ୟାହୁ ପ୍ରୋଷ୍ଟେଟ୍‌ ସର୍ଜରୀ କରାଇଛନ୍ତି ଏବଂ ସେ ଏଥିରୁ ଉପଶମ ହେଉଛନ୍ତି। ନେତନ୍ୟାହୁ କାମ କରିବା ଆରମ୍ଭ କରି ଦେଇଛନ୍ତି , କିନ୍ତୁ ଏବେ ବି ସେ ଡାକ୍ତରଙ୍କ ନିରୀକ୍ଷଣରେ ଅଛନ୍ତି। ଏହା ପରେ ମଧ୍ୟ ଯଦି ସେ ଆମେରିକା ଯାଉଛନ୍ତି ତ ବୁଝାପଡ଼ୁଛି କେତେ ଗୁରୁତ୍ତ୍ୱପୂର୍ଣ୍ଣ। ଇସ୍ରାଏଲୀୟ ପ୍ରଧାନମନ୍ତ୍ରୀଙ୍କ ସହ ମିଟିଂ ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ କାର୍ଯ୍ୟକାଳରେ କୌଣସି ରାଷ୍ଟ୍ରାଧ୍ୟକ୍ଷଙ୍କ ସହ ପ୍ରଥମ ସାକ୍ଷାତ ହେବ। ଏଥିରେ ଟ୍ରମ୍ପଙ୍କ ପ୍ରାଥମିକତା ମଧ୍ୟ ବୁଝା ପଡ଼ୁଛି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.