ନୂଆଦିଲ୍ଲୀ – ଇସ୍ରାଏଲୀୟ ସେନା ଦକ୍ଷିଣୀ ଲେବାନନରେ ହିଜବୁଲ୍ଲାର ଠିକଣା ଉପରେ ଏୟାର ଷ୍ଟ୍ରାଇକ୍ କରିଛି। ଏହି ହମଲା ଏହି ସମୟରେ ହୋଇଛି ଯେତେବେଳେ ବୁଧବାର ସକାଳୁ ଇସ୍ରାଏଲ ଓ ହିଜବୁଲ୍ଲା ମଧ୍ୟରେ ସିଜଫାୟାର ଲାଗୁ ହୋଇ ଥିଲା। ଇସ୍ରାଏଲ ସେନା ଅନୁସାରେ , ଏହି ଏୟାରଷ୍ଟ୍ରାଇକ୍ ସେହି ସ୍ଥାନ ଉପରେ କରା ଯାଇ ଥିଲା, ଯେଉଁଥି ହିଜବୁଲ୍ଲା ସଙ୍ଗଠନ ମଧ୍ୟମ ଦୂରଗାମୀର ରକେଟ୍କୁ ଷ୍ଟୋର କରୁଥିଲା। ସେନା ଏହାକୁ ଆତ୍ମରକ୍ଷା ପାଇଁ କାର୍ଯ୍ୟାନୁଷ୍ଠାନ ଭାବେ ଦର୍ଶାଇଛି। କହିଛି ହିଜବୁଲ୍ଲା ଦ୍ୱାରା ଇସ୍ରାଏଲର ସୁରକ୍ଷାକୁ ବିପଦ ପହଞ୍ଚାଇବାକୁ ଚେଷ୍ଟା କରାଯାଇ ଥିଲା।
ଏହି ହମଲା ଯୁଦ୍ଧବିରାମର କିଛି ହିଁ ଘଣ୍ଟା ପରେ ହୋଇଛି,ଯେଉଁଥିରେ ଏହି ପ୍ରଶ୍ନ ଉଠୁଛି ଯେ , ଇସ୍ରାଏଲ କଣ ଚୁକ୍ତିର ଉଲ୍ଲଙ୍ଘନ କରିଛି। ହେଲେ ଇସ୍ରାଏଲୀୟ ଅଧିକାରୀଙ୍କ ଦାବି ଯେ, ଏହି ପଦକ୍ଷେପ ହିଜବୁଲ୍ଲାର ଆକ୍ରମଣାତ୍ମକ କାର୍ଯ୍ୟକଳାପର ଜବାବରେ ନିଆଯାଇଛି।
ଏପିର ରିପୋର୍ଟ ମୁତାବିକ, ଲେବାନନରେ ୬୦ରୁ ଅଧିକ ଦିନ ଯାଏ ଜାରି ଇସ୍ରାଏଲର ହମଲା ବଡ଼ ସ୍ତରରେ ଆତଙ୍କ ଖେଳାଇଛି। ରାଜଧାନୀ ବେରୁଟ ଠାରୁ ନେଇ ଦକ୍ଷିଣୀ ସହର ଟାୟର ଯାଏ ପ୍ରତି ସ୍ଥାନରେ ଇସ୍ରାଏଲର ହମଲାର ଶବ୍ଦ ଶୁଣା ଯାଉଛି। ଯୁଦ୍ଧ ବିରାମ ପରେ ଏବେ ଲେବାନାନୀ ଲୋକେ ନିଜର ଘରକୁ ଫେରୁଛନ୍ତି। ହେଲେ ସଦ୍ୟ ହମଲା ପରେ ଏବେ ଆତଙ୍କ ଖେଳି ଯାଇଛି।