ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ଟ୍ରେଡ ଓ୍ବାର ଚିନ୍ତାରେ ଚୀନ; ଫୁଣି ଚୀନ ଛାଡି ଭାରତ ଆସିବ ଆଉ ଏକ ଫୋନ କମ୍ପାନି

Published By : Bijay Swain | November 28, 2024 12:34 AM

image courtesy:- internet

ନୂଆଦିଲ୍ଲୀ:- ଆମେରିକା ରାଷ୍ଟ୍ରପତି ନିର୍ବାଚନ ପରେ ଚିନ୍ତାରେ ପଡିଛି ଚୀନ । ନୂଆ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଜିତିଲା ପରେ ଆମେରିକା ଓ ଚୀନ ମଧ୍ୟରେ ଫୁଣି ଆରମ୍ଭ ହେବାକୁ ଯାଉଛି ଟ୍ରେଡ ଓ୍ବାର । ଘରୋଇ ଉତ୍ପାଦକୁ ସମର୍ଥନ କରିବା ପାଇଁ ଚୀନରୁ ଆସୁଥିବା ପଣ୍ୟ ସାମଗ୍ରୀ ଗୁଡିକ ଉପରେ ଅଧିକ ଟିକସ ଲଗାଇବା ଉପରେ ଡୋନାଲ୍ଡ ଟ୍ରମ୍ପ ନିଜ ଭାଷଣରେ କହିଲା ପରେ ଚିନ୍ତାରେ ପଡିଛି ଚୀନ । କାରଣ ଅଧିକ ଟିକସ ଚିନ୍ତାରେ ପ୍ରାୟ ସମସ୍ତ ବଡ ମୋବାଇଲ ମ୍ୟନୁଫେକଚରିଂ କମ୍ପାନି ଚୀନ ଛାଡି ଭାରତ ଚାଲି ଆସୁଛନ୍ତି । ପ୍ରଥମେ ଆପଲ କମ୍ପାନୀ ଚୀନ ଛାଡି ଆସିବା ପରେ ଏବେ ନୋକିଆ ଫୋନ ନିର୍ମାଣ କରୁଥିବା ଏଚଏମଡି ଚୀନ ଛାଡି ଭାରତ ଆସିବାକୁ ଯାଉଛି । 

ନୋକିଆ ବ୍ରାଣ୍ଡର ଫିଚର ଫୋନ ବନାଉଥିବା ଫିନଲାଣ୍ଡର ଏକ କମ୍ପାନୀ ଏଚଏମଡି ନିଜର ଗ୍ଲୋବାଲ ମ୍ୟାନୁଫେକଚରିଂ ପ୍ଲାଣ୍ଟକୁ ଚୀନରୁ ହଟାଇ ଭାରତକୁ ଆଣିବାକୁ ଯାଉଛି । ଏଥିନିମନ୍ତେ କମ୍ପାନୀ ନିଜର କମ୍ପୋନେଟ ସପ୍ଲାୟର୍ସଙ୍କ ସହ କଥାବାର୍ତ୍ତା କରୁଥିବା ନେଇ ସୁଚନା ମିଳିଛି । କମ୍ପାନୀ ଚୀନ ବଦଳରେ ଭାରତରେ ବଡ଼ ଧରଣର ଉତ୍ପାଦନ ଆରମ୍ଭ କରିବ। ଆବଶ୍ୟକତା ଅମୁସାରେ ଏଇଠୁ ସାରା ବିଶ୍ୱକୁ ନିଜର ସମଗ୍ରୀ ରପ୍ତାନୀ କରିବ। ଭାରତ ହେବ ଏଚ୍‌ଏମ୍‌ଡିର ଗ୍ଲୋବାଲ ହବ୍। ଏହି ରଣନୀତି ସହ କମ୍ପାନୀ ଏହାର ନିର୍ମାଣ ୟୁନିଟର ଏକ ବଡ଼ ଅଂଶ ଭାରତକୁ ସ୍ଥାନାନ୍ତର କରିବାକୁ ଯାଉଛି। 

ଏଚଏମଡି କମ୍ପାନିର ସିଇଓ ଓ ଉପାଦ୍ଧକ୍ଷ(ଭାରତ ଓ ଏସିଆ ପେସିଫିକ) ରବି କୁଅଁର ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି “ଆମେ ଚୀନରେ ଯାହାବି କରୁଥିଲୁ, ତାହାର ଏକ ବଡ ଅଂଶ ଭାରତକୁ ଆସିବାକୁ ଯାଉଛି । ଏଥିମଧ୍ୟରେ ଆମର ଯୋଗାଣ ଶୃଙ୍ଖଳାଠୁ ନେଇ ସୋର୍ସିଙ୍ଗ ଓ ଲଜିଷ୍ଟିକ ହବ ସବୁ ଭାରତକୁ ଆସିବ । ଧିରେଧିରେ ଆମେ ଭାରତୀୟ ବଜାରକୁ ବୁଝିବା ସହ ଆମେ ଚୀନରୁ ରପ୍ତାନି କମେଇବା ସହ  ଭାରତରୁ ରପ୍ତାନି ବଢେଇବା ଉପରେ ଅଧିକ ଧ୍ୟାନ ଦେଉଛୁ ।” ସେ ଆହୁରି କହିଛନ୍ତି କି ତେବେ ଚୀନରୁ ସମ୍ପୂର୍ଣ୍ଣ ନିର୍ମାଣ ୟୁନିଟ ଭାରତକୁ ଆଣିବାରେ ସମୟ ଲାଗିବ । 

ଏଚଏମଡି ଭାରତରୁ ପଶ୍ଚିମ ଏସିଆ ଓ ଆଫ୍ରିକାକୁ ନୋକିଆର ଫିଚର ଫୋନ ଓ ସ୍ମାର୍ଟଫୋନ ରପ୍ତାନି କରିଥାଏ । “ଭୂରାଜନୈତିକ ପାର୍ଶ୍ବପଟ ପରିବର୍ତ୍ତନ ଓ ସପ୍ଲାଏ ଚେନର ସୁରକ୍ଷା ଉପରେ ଧ୍ୟାନ କେନ୍ଦ୍ରିତ କରିବା ସହ ଆମେ ଆମ ଉତ୍ପାଦକୁ ୟୁରୋପ ଓ ଆମେରିକା ପଠାଇବାର ଯୋଜନା କରିଛୁ ବୋଲି ରବି କୁଅଁର କହିଛନ୍ତି। 

କମ୍ପାନି ଅନ୍ୟ ଦେଶରେ ଥିବା ନିଜର ପାର୍ଟସ ସପ୍ଲାୟର୍ସଙ୍କୁ ଭାରତରେ କାମ ଆରମ୍ଭ କରିବାକୁ କହିସାରିଛି । କମ୍ପୋନେଟ ମେକର୍ସ ମାନଙ୍କୁ ଭାରତରେ ଥିବା ବିଶାଳ ଜନସଂଖ୍ୟାର ଘରୋଇ ଆବଶ୍ୟକତା ଓ ରପ୍ତାନିକୁ ନେଇ ଏକ ଭଲ ସମ୍ଭାବନା ଦେଖାଯାଉଛି । ତେଣୁ ଆମକୁ ଆଉ ଯୋଗାଣରେ ବିଶେଷ ସମସ୍ୟା ରହିବ ନାହିଁ। ଏଥି ନିମନ୍ତେ ଆମେ ସେମାନଙ୍କ ସହ ଆଲୋଚନା ଜାରି ରଖିଛୁ ବୋଲି ଉକ୍ତ ଅଧିକାରି ଜଣଙ୍କ କହିଛନ୍ତି। 

ଇଲେକ୍ଟ୍ରୋନିକ୍ସ ଉତ୍ପାଦନକାରୀ କମ୍ପାନୀ ଡିକ୍ସନ୍ ଟେକ୍ନୋଲୋଜି ଏଚ୍ଏମ୍‌ଡିରର ଅଧିକାଂଶ ଫିଚର ଓ ସ୍ମାର୍ଟଫୋନ୍ ଉତ୍ପାଦନ କରିଥାଏ। ଏହି କମ୍ପାନୀ ଭାରତୀୟ କମ୍ପାନୀ ଜେଟ୍ ଟାଉନ ଇଣ୍ଡିଆ ସହିତ ମିଶି ଡିକ୍ସନ ଜେଟ୍‌ୱେର୍କ ନାମକ ଏକ ଶାଖା କମ୍ପାନୀ ନିର୍ମାଣ କରିଛି। ଏହି ନୂଆ କମ୍ପାନୀ ଭାରତରେ ମେଡ୍ ଇନ ଇଣ୍ଡିଆ ଫିଚର ଫୋନ୍ ଉତ୍ପାଦନ କରିବ। ଅନ୍ୟପଟେ ଏଚ୍ଏମ୍‌ଡି କମ୍ପାନୀ ନିଜ ସ୍ମାର୍ଟଫୋନ୍‌ ନିର୍ମାଣ ପାଇଁ ‘ନୋକିଆ’ ବ୍ରାଣ୍ଡ ବ୍ୟବହାର କରିବା ବନ୍ଦ କରି ଏକ ନୂଆ ନାଁରେ ସ୍ମାର୍ଟଫୋନ ଲଞ୍ଚ କରିଛି। ବର୍ତ୍ତମାନ କମ୍ପାନୀ ମିଡ୍‌ ରେଞ୍ଜ୍‌ର ସ୍ମାର୍ଟଫୋନ୍ ତିଆରି କରିବାକୁ ଗୁରୁତ୍ୱ ଦେଉଛି। ଯାହାର ମୂଲ୍ୟ ୧୦ ହଜାରରୁ ୧୫ ହଜାର ଭିତରେ ରହିଛି। 

୨୦୨୬ ପର୍ଯ୍ୟନ୍ତ ନୋକିଆ ମୋବାଇଲ୍ ଫୋନj ଉତ୍ପାଦନ ଓ ବିକ୍ରି କରିବାର ଲାଇସେନ୍ସ ପାଇଥିବା ଏଚଏମ୍‌ଡି ଭାରତରେ ମୁଖ୍ୟତଃ ୩ଟି ଦିଗରେ କାମ କରିବାକୁ ଟାର୍ଗେଟ୍ ରଖିଛି। ତାହା ହେଲା- ସିକ୍ୟୁର ଡିଭାଇସ, ଡିଟକ୍ସ ଡିଭାଇସ(ଫିଚର ପୋନ୍) ଏବଂ ଡିଭାଇସ୍ ପାଇନାନ୍ସିଂ( ଫାଇନାନ୍ସ ମାଧ୍ୟମରେ ଶୂନ ଟଙ୍କାରେ ଫୋନ୍ କିଣିବାକୁ ଅନୁମତି ପ୍ରଦାନ)। ସୁରକ୍ଷା କେବଳ ଯେ ସରକାର ଓ ସେନାକୁ ଦରକାର ସେମିତି ନୁହେଁ ସାଧାରଣ ଗ୍ରହାକଙ୍କ ପାଇଁ ମଧ୍ୟ ଡିଜିଟାଲ ସୁରକ୍ଷା ଆବଶ୍ୟକ। ବର୍ତ୍ତମାନ ଏହି ଦିଗରେ ଆମ କମ୍ପାନୀ ଦ୍ରୁତଗତିରେ ଏ ଦିଗରେ କାମ ଜାରି ରହିଛି ବୋଲି କୁଅଁର କହିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.