ନୂଆଦିଲ୍ଲୀ,୧୪।୬: ଇରାନର ନ୍ୟୁକ୍ଲିଅର ସାଇଟରେ ଇସ୍ରାଏଲ ପକ୍ଷରୁ ହଠାତ ଆକ୍ରମଣ କରାଯାଇଛି। ଏହି କାରଣରୁ ସାରା ଦୁନିଆ ପ୍ରଭାବିତ ହେବାକୁ ଯାଉଛ। ଇସ୍ରାଏଲ ଆକ୍ରମଣ କାରଣରୁ ପଶ୍ଚିମ ଏସିଆ (ମିଡିଲ ଇଷ୍ଟ)ରେ ସ୍ଥିତି ବିବାଦୀୟ ହୋଇଛି। ଏହି ଦୁଇ ଦେଶ ଭିତରେ ସଂଘର୍ଷ କାରଣରୁ ଅଶୋଧିତ ତୈଳ ଦର ବୃଦ୍ଧି ହୋଇଛି। ସେଭଳି ଇସ୍ରାଏଲ-ଇରାନ ଯୁଦ୍ଧର ଭାରତ ଉପରେ ଖୁବ୍ ପ୍ରଭାବ ଦେଖିବାକୁ ମିଳିପାରେ।
ଇସ୍ରାଏଲ-ଇରାନ ଯୁଦ୍ଧର ପ୍ରଭାବ ଭାରତର ଅଶୋଧିତ ତୈଳ ଦଳର ଯୋଗାଣ ଓ ଆର୍ଥିକ ବିକାଶ ଉପରେ ପ୍ରଭାବ ପକାଇବ। ଏହି ସଂଘର୍ଷ ଆଞ୍ଚଳିକ ଶାନ୍ତି, ସ୍ଥିରତା, ଆର୍ଥିକ ବୃଦ୍ଧି ଓ ବିକାଶ ପାଇଁ ଶୁଭ ସଙ୍କେତ ନୁହେଁ। ଯଦି ନିକଟ ଭବିଷ୍ୟତରେ ପ୍ରଭାବ ବିଷୟରେ ଯଦି କଥା ହେବା ତେବେ ସଂଘର୍ଷକୁ ସର୍ଟ ଟର୍ମରେ ଅର୍ଥବ୍ୟବସ୍ଥା ଉପରେ କୌଣସି ଗୁରୁତ୍ବପୂର୍ଣ୍ଣ ପ୍ରଭାବ ପଡିବନି। ତେବେ ଯଦି ଯୁଦ୍ଧ ଅଧିକ ଦିନ ଚାଲେ ତେବେ ସମସ୍ୟା ହୋଇପାରେ।
ଯଦି ଇରାନ ଓ ଇସ୍ରାଏଲ ଭିତରେ ଏହି ଯୁଦ୍ଧ ଜାରି ରହେ ତେବେ ବିଶ୍ବ ଅର୍ଥବ୍ୟବସ୍ଥାରେ ମାନ୍ଦାବସ୍ଥାର ଭାରତ ଉପରେ ପ୍ରଭାବ ପକାଇବ। ଏହାଦ୍ବାରା ଭାରତର ଆମଦାନୀ ଉପରେ ମଧ୍ୟ ପ୍ରଭାବ ପଡିପାରେ। ଏହି କାରଣରୁ ଅଶୋଧିତ ତୈଳ ଦର ଦୃତ ଗତିରେ ବଢିବାର ଦେଖିବାକୁ ମିଳିପାରେ। ଭାରତର ତୈଳ ଆମଦାନୀ ବିଲ୍ ୨୦୨୪-୨୫ ରେ ୨୦.୬ ଲକ୍ଷ କୋଟି ଟଙ୍କା ଥିଲା। କିନ୍ତୁ ଯୁଦ୍ଧର ଲମ୍ବା ସମୟ ପର୍ଯ୍ୟନ୍ତ ଚାଲିଲେ ଏହା ବଢିବ ଓ ଭାରତର ଖର୍ଚ୍ଚ ବଢିବ।
ଇରାନ-ଇସ୍ରାଏଲ ଯୁଦ୍ଧ ଯୋଗୁଁ ତୈଳ ଦର ବୃଦ୍ଧି ହେବାମାତ୍ରେ ଭାରତୀୟ କରେନ୍ସି ହ୍ରାସ ପାଇବ ଏବଂ ଆମେରିକୀୟ ଡଲାରର ଚାହିଦା ବଢିଯିବ। ସୃଷ୍ଟି ହୋଇଥିବା ଅଶାନ୍ତି ଉପସାଗରୀୟ ଅଞ୍ଚଳରେ ରହୁଥିବା ଭାରତୀୟ ପ୍ରବାସୀମାନଙ୍କ ସୁରକ୍ଷାକୁ ପ୍ରଭାବିତ କରିବ। ସେଠାରେ ୯୦ ଲକ୍ଷରୁ ଅଧିକ ଭାରତୀୟ ପ୍ରବାସୀ ରହୁଛନ୍ତି। ସେଭଳି ୨୦୨୪ ରେ ବିଦେଶରେ ରହୁଥିବା ଭାରତୀୟମାନେ ପ୍ରାୟ ୧୦.୭ ଲକ୍ଷ କୋଟି ଟଙ୍କା ଭାରତକୁ ପଠାଇଥିଲେ। ଭାରତୀୟମାନେ ପଠାଉଥିବା ମୋଟ ଟଙ୍କା ମଧ୍ୟରୁ ଏକ ତୃତୀୟାଂଶ, ପ୍ରାୟ ୩.୬ ଲକ୍ଷ କୋଟି ଟଙ୍କା, ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରୁ ଆସିଥାଏ। ମଧ୍ୟପ୍ରାଚ୍ୟରେ ସଂଘର୍ଷ ଏହାର ଉପରେ ନକାରାତ୍ମକ ପ୍ରଭାବ ପକାଇବ।