ପ୍ରମୂଖ ଖବର
  • ପାରାଦୀପ ଜିରୋ ପଏଣ୍ଟ ପାଖରେ ଗଚ୍ଛିତ ପାଇପରେ ଭୟଙ୍କର ଅଗ୍ନିକାଣ୍ଡ
  • ||
  • ରାଜଧାନୀରୁ ୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ
  • ||
  • ରାଉରକେଲାରେ ପୋଲିସ ଡିଜି ୱାଇବି ଖୁରାନିଆ, ରାଉରକେଲାରେ ଚାଲିଛି ସମୀକ୍ଷା ବୈଠକ
  • ||
  • ପହଲଗାମ ଆତଙ୍କୀ ହମ୍‌ଲା ପରେ ରାଜଧାନୀରେ ହାଇଆଲର୍ଟ, ଭୁବନେଶ୍ୱର ରେଲ୍‌ ୱେ ଷ୍ଟେସନ୍‌ରେ ଫ୍ଲାଗ୍ ମାର୍ଚ୍ଚ
  • ||
  • ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ, ଟଙ୍କା ମାଗିବାରୁ ଦହିବରା ବେପାରୀଙ୍କୁ ନିସ୍ତୁକ ପିଟିଲେ
  • ||
  • ସମ୍ୱଲପୁର : ପାଣିରେ ବୁଡ଼ି ଜୀବନ ହାରିଥିଲେ ଭିସୁଟ୍‌ ଛାତ୍ରୀ: ୧୦୦ ଜଣଙ୍କ ଉପରେ ସର୍ବକାଳୀନ ଛାତ୍ର କାର୍ଯ୍ୟାନୁଷ୍ଠାନ
  • ||
  • ଚଳିବନି ପାକ୍ ପ୍ରୋପାଗଣ୍ଡା, ଭାରତରେ ୧୬ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ୍ ବ୍ୟାନ୍
  • ||
  • ମେ ୨ରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା, ୧୨ ଯାଏ ୩ଟି ସିଫ୍ଟରେ ହେବ ଏକ୍ସଜାମ୍
  • ||
  • ବାଙ୍ଗିରିପୋଷି-ପୁରୀ ସୁପରଫାଷ୍ଟ ଟ୍ରେନ୍‌ରେ ଏଲଏଚବି କୋଚ୍‌ର ଶୁଭାରମ୍ଭ
  • ||
  • କେନ୍ଦୁଝର : ବାଇକ୍‌କୁ ଧକ୍କା ଦେଲା ଆଡିସନାଲ୍‌ CSOଙ୍କ ବୋଲେରୋ, ବାଇକ୍‌ ଚାଳକ ମୃତ
  • ||
  • ସୋମବାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ ତମ ଜନ୍ମଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ବିଜେଡି ନେତା ଓ କର୍ମୀ
  • ||
  • ଅନୁଗୁଳ : ୫୫ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ, ୨ ଗିରଫ
  • ||
  • IPL 2025: ଆଜି ରାଜସ୍ଥାନ- ଗୁଜରାଟ ଲଢ଼େଇ, ରୟାଲ୍ସ ପାଇଁ ‘କର ବା ମର’
  • ||
  • ତାତି କମିଲା, ଆହୁରି କମିବ: ଆଜି ଘଡ଼ଘଡ଼ି ସହ କୁଆପଥର ବର୍ଷା ଆଶଙ୍କା,୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||
  • ସୁନ୍ଦରଗଡ଼ : ବସ୍‌ ଓଲଟି ଜଣେ ମୃତ, ୫ ରୁ ଉର୍ଦ୍ଧ୍ୱ ଗୁରୁତର
  • ||

ସୋଆରେ ଆନ୍ତର୍ଜାତିକ ବିହନ ଦିବସ ପାଳିତ

Published By : Prameya | April 28, 2025 11:03 PM

ଭୁବନେଶ୍ୱର ୨୮/୦୪: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଫ୍ୟାକଲ୍ଟି ଅଫ୍‌ ଏଗ୍ରିକଲ୍‌ଚରାଲ୍‌ ସାଇନସେସ୍‌ ( ଆଇଏଏସ୍‌)ର ବୀଜ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ପକ୍ଷରୁ ଶନିବାର ମେଣ୍ଢାଶାଳ ଗ୍ରାମପଂଚାୟତ କାର୍ଯ୍ୟାଳୟ ସଭାଗୃହରେ ଅଂଚଳର ପ୍ରାୟ ୭୦ ଜଣ ଚାଷୀ ଓ ଜନସାଧାରଣଙ୍କ ଉପସ୍ଥିତିରେ ଆର୍ନ୍ତଜାତୀକ  ବିହନ ଦିବସ ପାଳିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ କୃଷି ମହାବିଦ୍ୟାଳୟର ଉପଦେଷ୍ଟା ଡ. ବିଜୟ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ସେହିପରି ଗ୍ରାମପଂଚାୟତର ସରପଂଚ ଶ୍ରୀମତି କୌଶଲ୍ୟା ବଳବନ୍ତରାୟ  ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। 

ଏହି କାର୍ଯ୍ୟକ୍ରମରେ ବୀଜବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର  ମୁଖ୍ୟ ଡ. ଶାନ୍ତନୁ କୁମାର ସ୍ୱାଇଁ ଓ ଅନ୍ୟାନ୍ୟ ବରିଷ୍ଠ  ଅଧ୍ୟାପକ ଡ. ବ୍ରଜ କିଶୋର ସାହୁ, ଡ. ରବି କୁମାର ପଟ୍ଟନାୟକ, ଡ. ସରୋଜ କୁମାର ମହାନ୍ତି, ଡ. ବଂଶୀଧର ପ୍ରଧାନ, ଡ. ଗୌରହରି ସାନ୍ତରା ଓ ଡ. ସନ୍ତୋଷ କୁମାର ପଣ୍ଡା ଆଦି କୃଷକମାନଙ୍କୁ ଉନ୍ନତ ବିହନର ଉପାଦେୟତା, ଗୁଣବତା, ବୃଦ୍ଧି ପ୍ରକ୍ରିୟା  ଓ ସଂରକ୍ଷଣ ବିଷୟରେ ବୁଝାଇ ଥିଲେ । 

ଶିକ୍ଷାନୁଷ୍ଠାନର  ସହକାରୀ ଅଧ୍ୟାପକ  ଡ. ଅଂଶୁମାନ ଜେନା, ଡ. ଏସ୍‌. ପି ମୋନାଲିସା, ଡ. ରାମକୃଷ୍ଣ ବସ୍ତିଆ, ଡ. ଚିରଞ୍ଜିବୀ  କୁଲକର୍ଣ୍ଣୀ ଓ ଡ. ଜ୍ୟୋତିମୟୀ ମିଶ୍ର ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିବା ସହ ସଭା ପରିଚାଳନା କରିଥିଲେ ।

ସଭାର  ଶେଷରେ ବୀଜ ବିଜ୍ଞାନ ବିଭାଗର ସ୍ନାତକ  ଛାତ୍ରଛାତ୍ରୀ ମାନେ ମଧ୍ୟ ବିଭିନ୍ନ ବିହନ ସଂରକ୍ଷଣ ଓ ପରୀକ୍ଷା ପଦ୍ଧତିକୁ ବୁଝାଇଥିଲେ । ପରିଶେଷରେ ଗ୍ରାମର ଦୁଇ ଜଣ ସଫଳ ଚାଷୀ ଶ୍ରୀ ବିଦୁରଞ୍ଜନ ସାମନ୍ତରାୟ ଓ ଶ୍ରୀ ଭାସ୍କର ଚନ୍ଦ୍ର ସୁବୁଦ୍ଧିଙ୍କୁ ଶିକ୍ଷାଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଥିଲା ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.