ପ୍ରମୂଖ ଖବର
  • ଭୁବନେଶ୍ୱରରେ ନୂଆ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି, ଏୟାରପୋର୍ଟରେ ଦିଆଗଲା ଗାର୍ଡ ଅଫ୍ ଅନର୍‌
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା
  • ||
  • ରାଜଧାନୀରେ ନକଲି ସିମେଣ୍ଟ୍ ଫ୍ୟାକ୍ଟ୍ରି ଠାବ, ପାଉଁଶ ମିଶାଇ ଲୋକଙ୍କୁ କରୁଥିଲେ ବିକ୍ରି
  • ||
  • କରଞ୍ଜିଆ : ସ୍କୁଟିକୁ ଧକ୍କା ଦେଲା ଲୁହା ପଥର ବୋଝେଇ ଟ୍ରକ୍, ମାଆ ଆଗରେ ଚାଲିଗଲା ପୁଅର ଜୀବନ
  • ||
  • ଆନନ୍ଦପୁର : ଜଙ୍ଗଲରୁ ୨ ଶିକାରୀ ଗିରଫ, ମାରଣାସ୍ତ୍ର ସହ ଫାସ ଜବତ
  • ||
  • ବୋରିଗୁୁମ୍ମା : ନୂଆବର୍ଷରେ ଭୋଜି କରି ଯୁବକଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ : ୨୧୬ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଅପରାହ୍ନରେ ଝାରସୁଗୁଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ‘ଦୁଲ୍‌ଦୁଲି' କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • କଳାହାଣ୍ଡି : ଟ୍ୟାଙ୍କର ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା, କ୍ଷତି ପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ
  • ||
  • ଜଗା ଦର୍ଶନ ପାଇଁ ପୁରୀରେ ପ୍ରବଳ ଭିଡ଼, ବଡ଼ଦାଣ୍ଡରେ ଲାଗିଛି ଲମ୍ବା ଲାଇନ୍
  • ||
  • ସମ୍ୱଲପୁରରେ ଜବରଦଖଲ ଉଚ୍ଛେଦ, ୧୬୩ ଧାରା ଲାଗୁ
  • ||
  • ଘଟଗାଁରେ ଉଦ୍‌ଘାଟନ ହେବ ଅଟେଇ ଜଙ୍ଗଲ ସଫାରୀ, ବନ୍ୟଜନ୍ତୁ ଦେଖିବାର ମଜା ନେବେ ପର୍ଯ୍ୟଟକ
  • ||
  • ଆଜି ଓଡ଼ିଶାରେ ପହଞ୍ଚିବେ ନୂଆ ରାଜ୍ୟପାଳ, ପୁରୀ ଯାଇ ଶ୍ରୀଜିଉଙ୍କୁ କରିବେ ଦର୍ଶନ
  • ||
  • ସାଲେପୁର : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍: ଜଣେ ସଙ୍କଟାପନ୍ନ, ଦୁଇ ଗୁରୁତର
  • ||
  • ସୋର : ଇଶାନ ଗାଁରେ ଅଗ୍ନିକାଣ୍ଡ: ଜଳିଗଲା ୪ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ଜାନୁଆରୀରେ ଶୀତ କମ୍‌, ମାର୍ଚ୍ଚ ଯାଏଁ ଅଧିକ ବର୍ଷା, ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ
  • ||

ୱାଲ୍ଡ କଲଚର ସ୍କୋର ଇଣ୍ଡେକ୍ସ ରିପୋର୍ଟ, ସବୁଠୁ ଅଧିକ ସମୟ ପଢୁଛନ୍ତି ଭାରତୀୟ

Published By : Ankita S | November 12, 2024 8:31 AM

ନୂଆଦିଲ୍ଲୀ,୧୨/୧୧: ଅତି ବେଶୀରେ ଜଣେ କେତେ ସମୟ ପାଠ ପଢୁଥିବେ । ୫ ରୁ ୬ ଘଣ୍ଟା । ଏକ ରିପୋର୍ଟରୁ ଜଣାପଡିଛି କି ବିଶ୍ବରେ ସର୍ବାଧିକ ଅଧ୍ୟୟନ କରୁଥିବା ଦେଶ ମଧ୍ୟରେ ଭାରତ ଅନ୍ୟତମ । ଏନଓପି ୱାଲ୍ଡ କଲଚର ସ୍କୋର ଇଣ୍ଡେକ୍ସର ପ୍ରକାଶିତ ସଦ୍ୟ ରିପୋର୍ଟ ଅନୁସାରେ ଏହା ସାମ୍ନାକୁ ଆସିଛି । ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷା ଯେପରି ୟୁପିଏସସି, ବ୍ୟାଙ୍କିଙ୍ଗ୍, ଜେଇ ହେଉ କିମ୍ବା ନିଟ୍ ପାଇଁ ପ୍ରସ୍ତୁତ ଛାତ୍ରଛାତ୍ରୀ ୧୦ରୁ ୧୨ ଘଣ୍ଟା ପାଠ ପଢିଥାନ୍ତି । କିଛି ଛାତ୍ରଛାତ୍ରୀ ୩ ରୁ ୪ ଘଣ୍ଟା ଅଧ୍ୟୟନ କରିଥାନ୍ତି । ଏନଓପି ୱାଲ୍ଡ କଲଚର ସ୍କୋର ଇଣ୍ଡେକ୍ସ ଅନୁସାରେ ଭାରତର ଯୁବପିଢି ସର୍ବାଧିକ ସମୟ ପଢୁଛନ୍ତି । ପାଠପଢାକୁ ହିଁ ଅଧିକ ପ୍ରାଥମିକତା ଦେଉଛନ୍ତି ।

ଭାରତର ଯୁବପିଢି ସପ୍ତାହକୁ ହାରାହାରି ୧୦.୪୨ ଘଣ୍ଟା ଅଧ୍ୟୟନ କରୁଛନ୍ତି । ଯାହା ବିଶ୍ବରେ ସର୍ବାଧିକ । ଏହି ତାଲିକାର ଦ୍ବିତୀୟ ସ୍ଥାନରେ ଥାଇଲାଣ୍ଡ ରହିଛି । ଏହି ଦେଶର ଯୁବବର୍ଗ ସପ୍ତାହରେ ୯.୨୪ ଘଣ୍ଟା ପାଠପଢାରେ ସମୟ ବିତାଉଛନ୍ତି । ଏହା ପରେ ତୃତୀୟ ସ୍ଥାନରେ ରହିଛି ଚୀନ । ଏହି ଦେଶର ବିଦ୍ୟାର୍ଥୀ ହାରାହାରି ୮ଘଣ୍ଟା ପଢୁଛନ୍ତି । ଚତୁର୍ଥ ସ୍ଥାନରେ ଥିବା ଫିଲିପିନ୍ସର ବିଦ୍ୟାର୍ଥୀ ପାଖାପାଖି ୭.୩୬ ଘଣ୍ଟା ଅଧ୍ୟୟନ କରୁଛନ୍ତି । ପଞ୍ଚମରେ ରହିଛି ମିଶର । ଏଠାରେ ୭.୩ ଘଣ୍ଟା ପଢୁଥିବା ରିପୋର୍ଟରୁ ଜଣାପଡିଛି ।

ଅନ୍ୟପଟେ ସବୁଠୁ କମ ସମୟ ପଢୁଥିବା ଦେଶ ମଧ୍ୟରେ ବ୍ରିଟେନ ଅନ୍ୟତମ । ଏଠାରେ ଲୋକ ସପ୍ତାହକୁ ହାରାହାରି ୫.୧୮ ଘଣ୍ଟା ଅଧ୍ୟୟନ କରୁଛନ୍ତି । ଏହାପରେ ବ୍ରାଜିଲ ଓ ତାହା ପଛକୁ ସ୍ବିଡେନ ରହିଛି । ତାଲିକା ଶେଷରେ ରହିଛି କୋରିଆ । ଏଠାରେ ସପ୍ତାହକୁ ବିଦ୍ୟାର୍ଥୀ ହାରାହାରି ୩.୦୬ ଘଣ୍ଟା ଅଧ୍ୟୟନ କରୁଛନ୍ତି ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.