ପ୍ରମୂଖ ଖବର
  • ଆମେରିକାର ପୂର୍ବତନ ଏନଏସ୍ଏଙ୍କ ଘରେ ଚଢ଼ାଉ କଲା ଏଫବିଆଇ
  • ||
  • ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେ ଗିରଫ
  • ||
  • କଟକ : ବଡ଼ମ୍ବା ପୁଲିସର ସଫଳତା, ଦୁର୍ଦ୍ଦାନ୍ତ ଅପରାଧୀ ପପୁ ଚୌଧୁରୀ ଗିରଫ
  • ||
  • ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା : ଏଣିକି ସରକାରୀ ବସ୍‌ରେ ଫ୍ରିରେ ଯାତାୟାତ କରିବେ ପ୍ରଥମରୁ ପ୍ଲସ୍ ଟୁ
  • ||
  • ବୁଲା କୁକୁର ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ସେଲ୍ଟର ହୋମ୍‌ ନୁହେଁ ବନ୍ଧ୍ୟାକରଣ ହିଁ ସମାଧାନ
  • ||
  • କଟକ : ଚନ୍ଦକାରୁ ଆଠଗଡ଼ ରେଞ୍ଜ; ଭରା ମହାନଦୀ ପାର୍ ହେଲେ ୨୨ଟିକିଆ ହାତୀପଲ
  • ||
  • ଦିଗପହଣ୍ଡି : ଝରଣାରେ ଗାଧୋଇବା ବେଳେ ପାହାଡ଼ ଉପରୁ ଖସି ଆସିଲା ପଥର, ଚାପି ହୋଇ ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଚୌଦ୍ୱାର: କଟକ CDMOର ସିନିୟର୍ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ, ଏକକାଳନୀନ ୫ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ମହିଳା ଏସିଆ କପ୍‌ ହକି: ଭାରତୀୟ ଦଳ ଘୋଷଣା, ସଲିମା ଟେଟେ ନେବେ ନେତୃତ୍ୱ, ଓଡ଼ିଶାରୁ ସୁନେଲିତା
  • ||
  • ଆମେରିକାରେ ଭୂକମ୍ପର ଜୋରଦାର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୮.୦ ରେକର୍ଡ
  • ||
  • ବୁଲା କୁକୁର ଉପରେ ଆଜି ସୁପ୍ରିମ୍‌ ଶୁଣାଣି, ସ୍ଥଗିତାଦେଶ ଆବେଦନ ଉପରେ ଶୁଣାଣି କରିବେ ଖଣ୍ଡପୀଠ
  • ||
  • ଆସନ୍ତାରେ ୩୧ ହେବାକୁ ଥିବା ସ୍ପେସାଲ୍‌ ଓଟିଇଟି ପୁଣି ସ୍ଥଗିତ, ଆଶଙ୍କାରେ ୭୫ ହଜାର ଇନ୍‌ସର୍ଭିସ୍‌ ଶିକ୍ଷକ
  • ||
  • ହିନ୍ଦୋଳ : ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ବୃଦ୍ଧ ବଡ଼ବାପାକୁ ଗାଁ ଦାଣ୍ଡରେ ଘୋଷାଡ଼ି ବାଡ଼େଇଲା ପୁତୁରା
  • ||
  • ଅନୁଗୁଳ କାରାଗାରର ବିଚାରାଧୀନ କଏଦୀଙ୍କ ମୃତ୍ୟୁ
  • ||
  • ଆସୁଛି ଆଉ ଦୁଇଟି ଲଘୁଚାପ: ଆସନ୍ତା ୨୬ ଯାଏ ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ
  • ||

ହକି ଏସିଆ କପ୍‌ ପାଇଁ ଭାରତୀୟ ଦଳ: ଓଡ଼ିଶାରୁ ଅମିତ, ଶିଳାନନ୍ଦ ଏବଂ ବିକଳ୍ପ ଖେଳାଳି ଭାବେ ନୀଲମଙ୍କୁ ସୁଯୋଗ

Published By : Manoj | August 21, 2025 1:04 PM

ଭୁବନେଶ୍ୱର,୨୧/୦୮: ହକି ଏସିଆ କପ୍‌  ପାଇଁ ହକି ଇଣ୍ଡିଆ ପକ୍ଷରୁ ୧୮ ଜଣିଆ ଦଳ ଘୋଷଣା  କରାଯାଇଛି । ଭେଟେରାନ ଡ୍ରାଗ ଫ୍ଲିକର ହର୍ମନପ୍ରୀତ ସିଂ ପୂର୍ବଭଳି ଦଳର ନେତୃତ୍ୱ ସମ୍ଭାଳିବେ । ଆସନ୍ତା ୨୯ ତାରିଖରୁ ବିହାରର ରାଜଗିରରେ ଏସିଆ କପ୍‌ ଆରମ୍ଭ ହେବ । ଚାମ୍ପିଅନ ଦଳ ୨୦୨୬ ହକି ବିଶ୍ୱକପ୍‌  ପାଇଁ ସିଧାସଳଖ ଯୋଗ୍ୟତା ହାସଲ କରିବ । ଘୋଷିତ ଦଳରେ ୨ ଜଣ ଓଡ଼ିଆ ଅଲିମ୍ପିଆନ ଡିଫେଣ୍ଡର ଅମିତ ରୋହିଦାସ ଏବଂ ଫରୱାର୍ଡ  ଶିଳାନନ୍ଦ ଲାକ୍ରା ସାମିଲ ରହିଛନ୍ତି । ନୀଲମ ସଞ୍ଜୀପ ଖେସ୍‌ ବିକଳ୍ପ ଖେଳାଳି ତାଲିକାରେ ସ୍ଥାନ ପାଇଛନ୍ତି ।  

ଟୁର୍ଣ୍ଣାମେଣ୍ଟ ୨୯ରୁ ଆରମ୍ଭ ହୋଇ ସେପ୍ଟେମ୍ବର  ୭ ତାରିଖରେ ଶେଷ ହେବ । ଭାରତ ତା’ର ପ୍ରଥମ  ମ୍ୟାଚ୍‌ରେ ଚୀନକୁ ଭେଟିବ । କ୍ରିଷନ ବାହାଦୂର  ପାଠକ ଓ ସୂରଜ କାରକେରା ଗୋଲକିପର  ରହିଛନ୍ତି । ଅଧିନାୟକ ହର୍ମନପ୍ରୀତ, ଅମିତଙ୍କ  ସହ ୬ ଜଣ ଡିଫେଣ୍ଡର ରହିଛନ୍ତି । ମନପ୍ରୀତ  ସିଂ, ହାର୍ଦ୍ଦିକ ସିଂ ଓ ବିବେକ ସାଗର ପ୍ରସାଦଙ୍କୁ  ନେଇ ୫ ଜଣ ମିଡଫିଲ୍ଡର ଏବଂ ୫ ଜଣ  ଫରୱାର୍ଡ ଅଛନ୍ତି । ମନଦୀପ ସିଂ, ଶିଳାନନ୍ଦ,  ଅଭିଷେକ, ସୁଖଜିତ ଓ ଦିଲପ୍ରୀତ ସିଂ ଫରୱାର୍ଡରେ  ରହିଛନ୍ତି । ନୀଲମ ଓ ସେଲଭମ କାର୍ଥି ବିକଳ୍ପ  ଖେଳାଳି ଭାବେ ଦଳରେ ସ୍ଥାନ ପାଇଛନ୍ତି । 

ଭାରତୀୟ ହକି ଦଳର ମୁଖ୍ୟ କୋଚ୍‌ କ୍ରାଗ  ଫୁଲଟନ କହିଛନ୍ତି, ‘ଆମେ ଏକ ଅଭିଜ୍ଞ ଦଳ ଚୟନ  କରିଛୁ । ଯେଉଁ ଦଳକୁ ଚାପରେ କେମିତି ଖେଳାଯାଏ ତାହା ବେଶ ଭଲ ଭାବେ ଜଣା । ଏସିଆ କପ୍‌ ଆମ  ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । କାରଣ ବିଶ୍ୱକପ୍‌କୁ  ଏହି ଟୁର୍ଣ୍ଣାମେଣ୍ଟ  ମଧ୍ୟରେ ଯୋଗ୍ୟତା ହାସଲ କରି ହେବ। ତେଣୁ ଆମକୁ  ସେମିତି ଖେଳାଳି ଲୋଡ଼ା ଯେଉଁମାନଙ୍କର  ମାନସିକ ସନ୍ତୁଳନ ଉନ୍ନତ ରହିଥିବ ଏବଂ ଆଦୌ  ଅସ୍ଥିର ନଥିବେ । ମୋର ବିଶ୍ୱାସ, ଘୋଷିତ ଦଳ  ଆମର ମୁଖ୍ୟ ଉଦ୍ଦେଶ୍ୟ ପୂରଣ କରି ପାରିବ ।’

ଶିଳାନନ୍ଦ ଲାକ୍ରା ଏ ପର୍ଯ୍ୟନ୍ତ ୩୩ଟି ମ୍ୟାଚ୍‌  ଖେଳିବାରେ ସଫଳ ହୋଇଛନ୍ତି । ୨୦୧୮ ସୁଲତାନ  ଆଜଲାନ ଶାହ କପ୍‌ରେ ସେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ । ଏ ପର୍ଯ୍ୟନ୍ତ ସେ ୬ଟି ଗୋଲ୍‌  ଦେବାରେ ସଫଳ ହୋଇଛି । ୨ ଥର ଅଲିମ୍ପିକ୍ସ  ପଦକ ବିଜେତା ଅମିତ ରୋହିଦାସ ୨୦୮ଟି  ମ୍ୟାଚ୍‌ ଖେଳି ୨୮ଟି ଗୋଲ୍‌ ସ୍କୋର କରିଛନ୍ତି ।  

ପାକିସ୍ତାନ ଓ ଓମାନ ପ୍ରତିଯୋଗିତାରୁ ଓହରି  ଯାଇଛନ୍ତି । ସେମାନଙ୍କ ସ୍ଥାନରେ ବାଂଲାଦେଶ  ଓ କାଜାଖସ୍ତାନ ସାମିଲ ହୋଇଛନ୍ତି । ପୁଲ ଏ’ରେ ଭାରତ ସମେତ ଜାପାନ, ଚୀନ ଓ  କାଜାଖସ୍ତାନ ଏବଂ ପୁଲ ବି’ରେ ବାଂଲାଦେଶ,  ମାଲେସିଆ, କୋରିଆ ଓ ଚାଇନିଜ ତାଇପେ ରହିଛନ୍ତି । ୨୯ ତାରିଖରେ ଭାରତୀୟ ଦଳ  ଚୀନକୁ, ୩୧ରେ ଜାପାନକୁ ଏବଂ ସେପ୍ଟେମ୍ବର  ୧ରେ କାଜାଖସ୍ତାନକୁ ଭେଟିବାର ସୂଚୀ ରହିଛି।

ଭାରତୀୟ ଦଳ: ଗୋଲକିପର-କ୍ରିଷନ  ବାହାଦୂର ପାଠକ, ସୂରଜ କାରକେରା । ଡିଫେଣ୍ଡର-ସୁମିତ, ଜର୍ମନପ୍ରୀତ ସିଂ, ସଞ୍ଜୟ, ହର୍ମନପ୍ରୀତ ସିଂ, ଅମିତ ରୋହିଦାସ ଓ ଯୁଗରାଜ ସିଂ । ମିଡଫିଲ୍ଡର-ରାଜିନ୍ଦର ସିଂ, ରାଜ କୁମାର ପାଲ,  ହାର୍ଦ୍ଦିକ ସିଂ, ହର୍ମନପ୍ରୀତ ସିଂ ଓ ବିବେକ ସାଗର ପ୍ରସାଦ । ଫରୱାର୍ଡ-ମନଦୀପ ସିଂ, ଶିଳାନନ୍ଦ  ଲାକ୍ରା, ଅଭିଷେକ, ସୁଖଜିତ ସିଂ ଓ ଦିଲପ୍ରୀତ  ସିଂ । ବିକଳ୍ପ ଖେଳାଳି-ନୀଲମ ସଞ୍ଜୀପ ଖେସ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.