ପ୍ରମୂଖ ଖବର
  • ଆମେରିକାର ପୂର୍ବତନ ଏନଏସ୍ଏଙ୍କ ଘରେ ଚଢ଼ାଉ କଲା ଏଫବିଆଇ
  • ||
  • ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେ ଗିରଫ
  • ||
  • କଟକ : ବଡ଼ମ୍ବା ପୁଲିସର ସଫଳତା, ଦୁର୍ଦ୍ଦାନ୍ତ ଅପରାଧୀ ପପୁ ଚୌଧୁରୀ ଗିରଫ
  • ||
  • ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା : ଏଣିକି ସରକାରୀ ବସ୍‌ରେ ଫ୍ରିରେ ଯାତାୟାତ କରିବେ ପ୍ରଥମରୁ ପ୍ଲସ୍ ଟୁ
  • ||
  • ବୁଲା କୁକୁର ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ସେଲ୍ଟର ହୋମ୍‌ ନୁହେଁ ବନ୍ଧ୍ୟାକରଣ ହିଁ ସମାଧାନ
  • ||
  • କଟକ : ଚନ୍ଦକାରୁ ଆଠଗଡ଼ ରେଞ୍ଜ; ଭରା ମହାନଦୀ ପାର୍ ହେଲେ ୨୨ଟିକିଆ ହାତୀପଲ
  • ||
  • ଦିଗପହଣ୍ଡି : ଝରଣାରେ ଗାଧୋଇବା ବେଳେ ପାହାଡ଼ ଉପରୁ ଖସି ଆସିଲା ପଥର, ଚାପି ହୋଇ ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଚୌଦ୍ୱାର: କଟକ CDMOର ସିନିୟର୍ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ, ଏକକାଳନୀନ ୫ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ମହିଳା ଏସିଆ କପ୍‌ ହକି: ଭାରତୀୟ ଦଳ ଘୋଷଣା, ସଲିମା ଟେଟେ ନେବେ ନେତୃତ୍ୱ, ଓଡ଼ିଶାରୁ ସୁନେଲିତା
  • ||
  • ଆମେରିକାରେ ଭୂକମ୍ପର ଜୋରଦାର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୮.୦ ରେକର୍ଡ
  • ||
  • ବୁଲା କୁକୁର ଉପରେ ଆଜି ସୁପ୍ରିମ୍‌ ଶୁଣାଣି, ସ୍ଥଗିତାଦେଶ ଆବେଦନ ଉପରେ ଶୁଣାଣି କରିବେ ଖଣ୍ଡପୀଠ
  • ||
  • ଆସନ୍ତାରେ ୩୧ ହେବାକୁ ଥିବା ସ୍ପେସାଲ୍‌ ଓଟିଇଟି ପୁଣି ସ୍ଥଗିତ, ଆଶଙ୍କାରେ ୭୫ ହଜାର ଇନ୍‌ସର୍ଭିସ୍‌ ଶିକ୍ଷକ
  • ||
  • ହିନ୍ଦୋଳ : ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ବୃଦ୍ଧ ବଡ଼ବାପାକୁ ଗାଁ ଦାଣ୍ଡରେ ଘୋଷାଡ଼ି ବାଡ଼େଇଲା ପୁତୁରା
  • ||
  • ଅନୁଗୁଳ କାରାଗାରର ବିଚାରାଧୀନ କଏଦୀଙ୍କ ମୃତ୍ୟୁ
  • ||
  • ଆସୁଛି ଆଉ ଦୁଇଟି ଲଘୁଚାପ: ଆସନ୍ତା ୨୬ ଯାଏ ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ
  • ||

ମହିଳା ଏସିଆ କପ୍‌ ହକି: ଭାରତୀୟ ଦଳ ଘୋଷଣା, ସଲିମା ଟେଟେ ନେବେ ନେତୃତ୍ୱ, ଓଡ଼ିଶାରୁ ସୁନେଲିତା

Published By : Manoj | August 22, 2025 8:54 AM

ଭୁବନେଶ୍ୱର,୨୮/୦୮: ଚୀନର  ହାଙ୍ଗଝୌରେ ସେପ୍ଟେମ୍ବର ୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ମହିଳା ଏସିଆ କପ୍‌ ହକି । ହକି  ଇଣ୍ଡିଆ ପକ୍ଷରୁ ଗୁୁରୁବାର ଭାରତୀୟ ଦଳ ଘୋଷଣା  ହୋଇଛି । ସଲିମା ଟେଟେ ଦଳର ନେତୃତ୍ୱ  ନେବେ । ଭେଟେରାନ ଗୋଲକିପର ସବିତାଙ୍କୁ ଦଳରେ ସୁଯୋଗ ମିଳି ନାହିଁ । ଘୋଷିତ ୨୦  ଜଣିଆ ଦଳରେ ଏକମାତ୍ର ଓଡ଼ିଆ ଖେଳାଳି  ଭାବରେ ସୁନେଲିତା ଟପ୍ପୋଙ୍କୁ ସୁଯୋଗ ମିଳିଛି ।

ଏସିଆ କପ୍‌ ସେପ୍ଟେମ୍ବର ୫ ତାରିଖରୁ  ଆରମ୍ଭ ହୋଇ ୧୪ ତାରିଖରେ ଶେଷ ହେବ ।  ଏଥିରେ ଚାମ୍ପିଅନ ଦଳ ୨୦୨୬ ମହିଳା ବିଶ୍ୱକପ୍‌କୁ ସିଧାସଳଖ ଯୋଗ୍ୟତା ହାସଲ କରିବ । ତେଣୁ  ଭାରତୀୟ ଦଳ ପାଇଁ ଏସିଆ କପ୍‌ ବେଶ ଗୁରୁତ୍ୱପୂର୍ଣ୍ଣ  ରହିଛି । ଭାରତ ପୁଲ ବି’ରେ ଜାପାନ, ଥାଇଲାଣ୍ଡ  ଓ ସିଙ୍ଗାପୁର ସହ ସ୍ଥାନ ପାଇଛି । ୫ ତାରିଖରେ  ଥାଇଲାଣ୍ଡ ବିପକ୍ଷରେ ଭାରତ ଅଭିଯାନ ଆରମ୍ଭ  କରିବ । ସେହିପରି ୬ରେ ଜାପାନ ଓ ୮ରେ  ସିଙ୍ଗାପୁର ଦଳକୁ ଭେଟିବାର ସୂଚୀ ରହିଛି । 

୨୦ ଜଣ ଖେଳାଳି ଦଳରେ ସ୍ଥାନ ପାଇଥିଲେ  ବି ଓଡ଼ିଶାରୁ ମାତ୍ର ଜଣେ ଖେଳାଳି ସ୍ଥାନ ପାଇବା  ହକିପ୍ରେମୀଙ୍କୁ ନିରୁତ୍ସାହିତ କରିଛି । ପ୍ରକୃତରେ  ଓଡ଼ିଆ ଖେଳାଳି ଜାତୀୟ ଦଳରେ ଖେଳିବାକୁ  ଅନଭିଜ୍ଞ ନା ଜାଣିଶୁଣି ସେମାନଙ୍କୁ ଅବହେଳା  କରାଯାଉଛି ତାହା ଏବେ ବଡ଼ ପ୍ରଶ୍ନ ପାଲଟିଛି । 

କୋଚ ହରେନ୍ଦ୍ର ସିଂହ କହିଛନ୍ତି, ‘ଏସିଆ  କପ୍‌ ପାଇଁ ଯେଉଁ ଖେଳାଳି ଚୟନ ହୋଇଛନ୍ତି  ସେମାନଙ୍କୁ ନେଇ ଆମେ ଉତ୍ସାହିତ । ଦଳ ଚୟନ ପୂର୍ବରୁ ଖେଳାଳିମାନେ ପ୍ରଶିକ୍ଷଣ ଶିବିରରେ ବେଶ  କଠିନ ପରିଶ୍ରମ କରିଥିଲେ । ଦଳରେ ବରିଷ୍ଠ  ଓ ଯୁବା ଖେଳାଳିଙ୍କୁ ନେଇ ସନ୍ତୁଳନ ରହିଛି। ଏସିଆର ଶ୍ରେଷ୍ଠ ଦଳ ଗୁଡ଼ିକ ବିପକ୍ଷରେ ଆମ ଦଳ  ଭଲ ପ୍ରଦର୍ଶନ କରିବ ବୋଲି ମୋର ବିଶ୍ୱାସ ।’ 

ଭାରତୀୟ ଦଳ: ଗୋଲକିପର-ବାନଶାରୀ  ସୋଲାଙ୍କି ଓ ବିଚୁଦେବୀ ଖାରିବାମ । ଡିଫେଣ୍ଡର-ମନୀଷା ଚୌହାନ, ଉଦିତା, ଜ୍ୟୋତି, ସୁମନ ଦେବୀ ଥୌଦାମ, ନିକି ପ୍ରଧାନ, ଇସିକା ଚୌଧୁରୀ ।  ମିଡ୍‌ଫିଲ୍ଡର-ନେହା, ବୈଷ୍ଣବୀ ଫାଲକେ, ସଲିମା  ଟେଟେ, ଶର୍ମିଳା ଦେବୀ, ଲାଲରେମସିଆମି,  ସୁନେଲିତା ଟପ୍ପୋ । ଫରୱାର୍ଡ-ନଭନୀତ  କୌର, ଋତୁଜା ପିସାଲ, ବିୟୂଟୀ ଡୁଙ୍ଗ ଡୁଙ୍ଗ, ମମତାଜ ଖାନ, ଦୀପିକା ଓ ସଙ୍ଗୀତା କୁମାରୀ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.