ନୂଆଦିଲ୍ଲୀ,୨୧/୮ : ଗୋଟିଏ ପଟେ ଭାରତୀୟ କ୍ରିକେଟ ଟିମରେ ନୂଆ ପରିବର୍ତ୍ତନର ସମୟ ଜାରି ଅଛି, ଏବେ ଘରୋଇ କ୍ରିକେଟରେ ବି କିଛି ଏଭଳି ହେଉଛି । ଅଜିଙ୍କ୍ୟ ରାହାଣେ ମୁମ୍ବାଇର ଅଧିନାୟକତ୍ବ ଛାଡ଼ି ଦେଇଛନ୍ତି , କିନ୍ତୁ ସେ ଏହା ସ୍ପଷ୍ଟ କରିଛନ୍ତି କି ସେ ମୁମ୍ବାଇ ଟିମ୍ ଲାଗି ଖେଳିବା ଜାରି ରଖିବେ । ତାଙ୍କ ବ୍ୟତୀତ ଚେତେଶ୍ବର ପୂଜାର ବି ଆଗାମୀ ଘରୋଇ ସିଜନ ଲାଗି ଉପଲବ୍ଧ ରହିବେ । ରାହାଣେଙ୍କ କହିବା ଅନୁସାରେ ଏବେ କୌଣସି ଯୁବ ଖେଳାଳୀଙ୍କ ହାତରେ କମାଣ୍ଡ ଦେବାର ସମୟ ଆସି ସାରିଛି ଏବଂ ସେ ମୁମ୍ବାଇର ଅଧିନାୟକତ୍ବ କରିବା ଗୌରବର ବିଷୟ ।
ନୂଆ ରଣଜୀ ସିଜନ ୧୫ଅକ୍ଟୋବରରୁ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ଅଜିଙ୍କ୍ୟ ରାହାଣେ ମୁମ୍ବାଇର ଅଧିନାୟକତ୍ବ ଛାଡ଼ିବା ଉପରେ କହିଛନ୍ତି, ମୁମ୍ବାଇ ଟିମର ଅଧିନାୟକ କରିବା ଏବଂ ତା’ସହ ଚାମ୍ପିୟନଶିପ ଜିତିବା ସମ୍ମାନର କଥା । ନୂଆ ସିଜନ ଏବେ ଆସୁଛି, ମୋତେ ଲାଗୁଛି କି ଏବେ ନୂଆ ଅଧିନାୟକ ପ୍ରସ୍ତୁତ କରିବା ସମୟ ଆସି ସାରିଛି । ଏଥିଲାଗି ମୁଁ ଅଧିନାୟକ ଭାବେ ଖେଳ ଜାରି ନ ରଖିବାର ନିର୍ଣ୍ଣୟ ନେଇଛି ।
ଏହାସହ ଅଜିଙ୍କ୍ୟ ରାହାଣେ ଏହା ବି କହିଛନ୍ତି କି ଜରେ ଖେଳାଳୀ ଭାବେ ମୁମ୍ବାଇ ଲାଗି ଖେଳିବା ଜାରି ରଖିବେ ଏବଂ ସେ ଆଗାମୀ ସିଜନ ଖେଳିବା ଲାଗି ଉତ୍ସାହିତ ଅଟନ୍ତି । ଅଜିଙ୍କ୍ୟ ରାହାଣେ ୭୦ ମ୍ୟାଚରେ ମୁମ୍ବାଇର ଅଧିନାୟକତ୍ବ କରିଛନ୍ତି, ଅନ୍ୟପଟେ ସେ ନିଜ ୧୮ବର୍ଷର ଘରୋଇ କ୍ୟାରିୟରରେ ମୁମ୍ବାଇ ଲାଗି ୧୮୬ରୁ ଅଧିକ ମ୍ୟାଚ୍ ଖେଳିଛନ୍ତି ।
ଗଣମାଧ୍ୟମର ସୂଚନା ଅନୁସାରେ ସୌରାଷ୍ଟ୍ର କ୍ରିକେଟ ଏସୋସିଏଶନର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ, ପୂଜାରା ଆଗାମୀ ରଣଜୀ ସିଜନରେ ଖେଳିବା ପ୍ରତି ଉତ୍ସାହ ଦେଖାଇଛନ୍ତି । ଏହା ଆମ ଲାଗି ବହୁ ଖାସ୍ ଖବର ଅଟେ କାରଣ ତାଙ୍କ ଅନୁଭବ ଟିମ୍ ଲାଗି ବହୁତ ଭଲ ରହିବ । ପ୍ରକାଶ ଯେ, ପୂଜାରା ଭାରତ ଲାଗି ୧୦୩ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ଜୁନ ୨୦୨୩ ପରେ ତାଙ୍କୁ ଟିମ୍ ଇଣ୍ଡିଆରେ ସ୍ଥାନ ମିଳିପାରିନାହିଁ ।