ପ୍ରମୂଖ ଖବର
  • ଆମେରିକାର ପୂର୍ବତନ ଏନଏସ୍ଏଙ୍କ ଘରେ ଚଢ଼ାଉ କଲା ଏଫବିଆଇ
  • ||
  • ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେ ଗିରଫ
  • ||
  • କଟକ : ବଡ଼ମ୍ବା ପୁଲିସର ସଫଳତା, ଦୁର୍ଦ୍ଦାନ୍ତ ଅପରାଧୀ ପପୁ ଚୌଧୁରୀ ଗିରଫ
  • ||
  • ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା : ଏଣିକି ସରକାରୀ ବସ୍‌ରେ ଫ୍ରିରେ ଯାତାୟାତ କରିବେ ପ୍ରଥମରୁ ପ୍ଲସ୍ ଟୁ
  • ||
  • ବୁଲା କୁକୁର ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ସେଲ୍ଟର ହୋମ୍‌ ନୁହେଁ ବନ୍ଧ୍ୟାକରଣ ହିଁ ସମାଧାନ
  • ||
  • କଟକ : ଚନ୍ଦକାରୁ ଆଠଗଡ଼ ରେଞ୍ଜ; ଭରା ମହାନଦୀ ପାର୍ ହେଲେ ୨୨ଟିକିଆ ହାତୀପଲ
  • ||
  • ଦିଗପହଣ୍ଡି : ଝରଣାରେ ଗାଧୋଇବା ବେଳେ ପାହାଡ଼ ଉପରୁ ଖସି ଆସିଲା ପଥର, ଚାପି ହୋଇ ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଚୌଦ୍ୱାର: କଟକ CDMOର ସିନିୟର୍ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ, ଏକକାଳନୀନ ୫ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ମହିଳା ଏସିଆ କପ୍‌ ହକି: ଭାରତୀୟ ଦଳ ଘୋଷଣା, ସଲିମା ଟେଟେ ନେବେ ନେତୃତ୍ୱ, ଓଡ଼ିଶାରୁ ସୁନେଲିତା
  • ||
  • ଆମେରିକାରେ ଭୂକମ୍ପର ଜୋରଦାର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୮.୦ ରେକର୍ଡ
  • ||
  • ବୁଲା କୁକୁର ଉପରେ ଆଜି ସୁପ୍ରିମ୍‌ ଶୁଣାଣି, ସ୍ଥଗିତାଦେଶ ଆବେଦନ ଉପରେ ଶୁଣାଣି କରିବେ ଖଣ୍ଡପୀଠ
  • ||
  • ଆସନ୍ତାରେ ୩୧ ହେବାକୁ ଥିବା ସ୍ପେସାଲ୍‌ ଓଟିଇଟି ପୁଣି ସ୍ଥଗିତ, ଆଶଙ୍କାରେ ୭୫ ହଜାର ଇନ୍‌ସର୍ଭିସ୍‌ ଶିକ୍ଷକ
  • ||
  • ହିନ୍ଦୋଳ : ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ବୃଦ୍ଧ ବଡ଼ବାପାକୁ ଗାଁ ଦାଣ୍ଡରେ ଘୋଷାଡ଼ି ବାଡ଼େଇଲା ପୁତୁରା
  • ||
  • ଅନୁଗୁଳ କାରାଗାରର ବିଚାରାଧୀନ କଏଦୀଙ୍କ ମୃତ୍ୟୁ
  • ||
  • ଆସୁଛି ଆଉ ଦୁଇଟି ଲଘୁଚାପ: ଆସନ୍ତା ୨୬ ଯାଏ ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ
  • ||

ସଞ୍ଜୁ ସାମସନଙ୍କ ମୁଣ୍ଡ ଉପରେ ଝୁଲୁଛି ଗିଲ୍ ଖଣ୍ଡା; ଏସିଆ କପ୍ ଚୂଡ଼ାନ୍ତ ଏକାଦଶରେ ମିଳିବନି ଜାଗା

Published By : Manash Sahoo | August 21, 2025 7:43 PM

ମୁମ୍ବାଇ,୨୧/୦୮: ସଞ୍ଜୁଙ୍କ ପାଇଁ ଶୁବମନ ଅଡ଼ୁଆ । ସାମସନଙ୍କ ମୁଣ୍ଡ ଉପରେ ଝୁଲୁଛି ଗିଲ୍ ଖଣ୍ଡା । ଚୂଡ଼ାନ୍ତ ଏକାଦଶରେ ମିଳିବନି ସୁଯୋଗ । ଏସିଆ କପ୍‌ରେ ଓପନିଂ ଯୋଡ଼ି ସ୍ଥିର । ବଦଳିଲା ଗୌତମଙ୍କ ଗମ୍ଭୀର ବୟାନ । ବର୍ଷ ୨୦୨୦, ସଞ୍ଜୁ ସାମସନଙ୍କୁ ନେଇ ସୋସିଆଲ୍ ମିଡିଆରେ ଗୁରୁତ୍ବପୂର୍ଣ୍ଣ ପୋଷ୍ଟ କରିଥିଲେ ବର୍ତ୍ତମାନର ଟିମ୍ ଇଣ୍ଡିଆର ହେଡ୍ କୋଚ୍ ଗୌତମ ଗମ୍ଭୀର । ସେ ଲେଖିଥିଲେ, ସଞ୍ଜୁ ସର୍ବଶ୍ରେଷ୍ଠ ଯୁବ ଓ୍ବିକେଟ୍ କିପର ବ୍ୟାଟର । ସାମସନଙ୍କୁ ନେଇ ତର୍କ ମଧ୍ୟ ରଖିଥିଲେ ଗୌତମ । ହେଲେ ପାଞ୍ଚ ବର୍ଷ ପରେ ଅଲୋଡ଼ା ହୋଇଗଲେ ଭାରତୀୟ ଟି-୨୦ ଦଳର ଏହି ଓପନିଂ ବ୍ୟାଟର । ଏସିଆ କପ୍ ସ୍କ୍ବାର୍ଡରେ ସିଲେକସନ ହୋଇଛନ୍ତି ସତ ହେଲେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିବା କଷ୍ଟକର । କାରଣ ଶୁବମନ ଗିଲଙ୍କୁ ଉପ-ଅଧିନାୟକ କରାଯିବା ପରେ ସେ ପ୍ଲେଇଙ୍ଗ ଇଲେଭେନରେ ସ୍ଥାନ ପାଇବା ସ୍ଥିର । 

ମଙ୍ଗଳବାର ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା ହୋଇଛି । ୧୫ ଜଣିଆ ଟି-ଟ୍ବେଣ୍ଟି ଦଳରେ ସ୍ଥାନ ପାଇଛନ୍ତି ଶୁବମନ ଗିଲ୍ । ଖାଲି ଏତିକି ନୁହେଁ ଅକ୍ଷର ପଟେଲଙ୍କ ସ୍ଥାନରେ ବିସିସିଆଇ ତାଙ୍କୁ ଉପଅଧିନାୟକ କରି ଗୁରୁଦାୟିତ୍ବ ମଧ୍ୟ ଦେଇଛି । ଏସିଆ କପରେ ଯଦି ଅଭିଷେକ୍ ଶର୍ମାଙ୍କ ସହିତ ଶୁବମନ ଗିଲ୍ ଓପନିଂ କରିନ୍ତି ତେବେ ସାମସନ ଡ୍ରେସିଂ ରୁମ୍‌ରେ ବସିବା ଟା ଥୟ । ଏପଟେ ସଞ୍ଜୁଙ୍କ ସ୍ପଷ୍ଟ ଜବାବ ରଖିଛନ୍ତି ଚିଫ୍ ସିଲେକ୍ଟର ଅଜିତ ଅଗରକର । ଟି-୨୦ ଦଳରେ ଶୁବମନ ଗିଲ୍ ଏବଂ ଯଶସ୍ବୀ ଜୟସ୍ବାଲ ନଥିବାରୁ ତାଙ୍କୁ ସୁଯୋଗ ମିଳିଥିଲା । ଅନ୍ୟପଟେ ଏହି ଫର୍ମାଟରେ ବର୍ତ୍ତମାନ ସଞ୍ଜୁ ସାମସନଙ୍କ ଫର୍ମ ସାମାନ୍ୟ ଗଡ଼ବଡ଼ ରହିଛି । ପୂର୍ବ ପାଞ୍ଚଟି ଟି-୨୦ ମୁକାବିଲାରେ ସେ ମାତ୍ର ୫୧ ରନ ସଂଗ୍ରହ କରିଛନ୍ତି । ସେପଟେ ଶୁବମନ ଗିଲ୍ ମଧ୍ୟ ଜବଦସ୍ତ ଫର୍ମରେ ରହିଛନ୍ତି । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ସେ ୭ଶହରୁ ଅଧିକ ରନ୍ ସଂଗ୍ରହ କରି ଫେରିଛନ୍ତି ।    


କାହିଁକି ସାମସନଙ୍କ ଉପରେ ଭାରି ପଡ଼ିଲେ ଗିଲ୍ ? ଶୁବମନ ଗିଲ୍ ଭବିଷ୍ୟତରେ ଅଲ୍ ଫର୍ମାଟ୍ ଅଧିନାୟକ ହେବ କି ? ଏଭଳି କିଛି ପ୍ରଶ୍ନର ଉତ୍ତର ଏସିଆ କପ୍ ଟିମ୍ ଚୟନରୁ ମଧ୍ୟ ମିଳିଛି । କାରଣ ମ୍ୟାନେଜମେଣ୍ଟ ଟିମ୍ ଇଣ୍ଡିଆର ଅଲ୍ ଫର୍ମାଟ୍‌ରେ ଜଣିଏ କ୍ୟାପଟେନ୍ ରଖିବାକୁ ଚିନ୍ତା କରୁଛନ୍ତି । ଗିଲ୍ ଯଦି ଫିଟ୍ ରୁହନ୍ତି ତେବେ ୨୦୨୭ରେ ହେବାକୁ ଥିବା ଦିନିକିଆ ବିଶ୍ବ ଏବଂ ୨୦୨୮ ଲସ୍ ଏଞ୍ଜିଲସ ଅଲମ୍ପିକ୍ସରେ ନେତୃତ୍ବ ନେବା ଏକ ପ୍ରକାର ସୁନିଶ୍ଚିତ । ସେପଟେ ଟି-20 ଓ୍ବାର୍ଲ୍ଡକପ୍ ପର୍ଯ୍ୟନ୍ତ ରିଷଭ ପନ୍ତ ସୁସ୍ଥ ହେଲେ ସଞ୍ଜୁ ସାମସନଙ୍କ ଟିମ୍‌ରେ ସ୍ଥାନ ପକ୍କା କରିବା ମୁସ୍କିଲ୍ ହେବ । ସେପ୍ଟେମ୍ବର ୯ ତାରିଖରୁ ଏସିଆ କପ୍ ଆରମ୍ଭ ହେଉଛି । ଭାରତ ନିଜର ଅଭିଯାନ ୧୦ ତାରିଖରେ ଆରମ୍ଭ କରିବ । ତେବେ ଟିମ୍ ଦୁବାଇରେ ପହଞ୍ଚିବା ପରେ ଚୂଡ଼ାନ୍ତ ଏକାଦଶ ସ୍ଥିର କରାଯିବ ବୋଲି ଚିଫ୍ ସିଲେକ୍ଟର ଅଜିତ ଅଗରକର କହିଛନ୍ତି ।..

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.