ପ୍ରମୂଖ ଖବର
  • ଆମେରିକାର ପୂର୍ବତନ ଏନଏସ୍ଏଙ୍କ ଘରେ ଚଢ଼ାଉ କଲା ଏଫବିଆଇ
  • ||
  • ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେ ଗିରଫ
  • ||
  • କଟକ : ବଡ଼ମ୍ବା ପୁଲିସର ସଫଳତା, ଦୁର୍ଦ୍ଦାନ୍ତ ଅପରାଧୀ ପପୁ ଚୌଧୁରୀ ଗିରଫ
  • ||
  • ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା : ଏଣିକି ସରକାରୀ ବସ୍‌ରେ ଫ୍ରିରେ ଯାତାୟାତ କରିବେ ପ୍ରଥମରୁ ପ୍ଲସ୍ ଟୁ
  • ||
  • ବୁଲା କୁକୁର ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ସେଲ୍ଟର ହୋମ୍‌ ନୁହେଁ ବନ୍ଧ୍ୟାକରଣ ହିଁ ସମାଧାନ
  • ||
  • କଟକ : ଚନ୍ଦକାରୁ ଆଠଗଡ଼ ରେଞ୍ଜ; ଭରା ମହାନଦୀ ପାର୍ ହେଲେ ୨୨ଟିକିଆ ହାତୀପଲ
  • ||
  • ଦିଗପହଣ୍ଡି : ଝରଣାରେ ଗାଧୋଇବା ବେଳେ ପାହାଡ଼ ଉପରୁ ଖସି ଆସିଲା ପଥର, ଚାପି ହୋଇ ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଚୌଦ୍ୱାର: କଟକ CDMOର ସିନିୟର୍ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ, ଏକକାଳନୀନ ୫ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ମହିଳା ଏସିଆ କପ୍‌ ହକି: ଭାରତୀୟ ଦଳ ଘୋଷଣା, ସଲିମା ଟେଟେ ନେବେ ନେତୃତ୍ୱ, ଓଡ଼ିଶାରୁ ସୁନେଲିତା
  • ||
  • ଆମେରିକାରେ ଭୂକମ୍ପର ଜୋରଦାର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୮.୦ ରେକର୍ଡ
  • ||
  • ବୁଲା କୁକୁର ଉପରେ ଆଜି ସୁପ୍ରିମ୍‌ ଶୁଣାଣି, ସ୍ଥଗିତାଦେଶ ଆବେଦନ ଉପରେ ଶୁଣାଣି କରିବେ ଖଣ୍ଡପୀଠ
  • ||
  • ଆସନ୍ତାରେ ୩୧ ହେବାକୁ ଥିବା ସ୍ପେସାଲ୍‌ ଓଟିଇଟି ପୁଣି ସ୍ଥଗିତ, ଆଶଙ୍କାରେ ୭୫ ହଜାର ଇନ୍‌ସର୍ଭିସ୍‌ ଶିକ୍ଷକ
  • ||
  • ହିନ୍ଦୋଳ : ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ବୃଦ୍ଧ ବଡ଼ବାପାକୁ ଗାଁ ଦାଣ୍ଡରେ ଘୋଷାଡ଼ି ବାଡ଼େଇଲା ପୁତୁରା
  • ||
  • ଅନୁଗୁଳ କାରାଗାରର ବିଚାରାଧୀନ କଏଦୀଙ୍କ ମୃତ୍ୟୁ
  • ||
  • ଆସୁଛି ଆଉ ଦୁଇଟି ଲଘୁଚାପ: ଆସନ୍ତା ୨୬ ଯାଏ ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ
  • ||

ଜାମ୍ମୁ କାଶ୍ମୀରରେ ଖେଲୋ ଇଣ୍ଡିଆ ଜଳକ୍ରୀଡ଼ା ମହୋତ୍ସବ; ୨୪ଟି ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ପାଇଁ ହେବ ପ୍ରତିଯୋଗିତା

Published By : Manoj | August 21, 2025 10:10 AM

ଭୁବନେଶ୍ୱର,୨୧/୦୯: ଆଜିଠୁ ଜାମ୍ମୁ କାଶ୍ମୀରର ଡାଲ୍‌ ହ୍ରଦରେ ଆରମ୍ଭ ହେବ ପ୍ରଥମ ଖେଲୋ ଇଣ୍ଡିଆ ଜଳକ୍ରୀଡ଼ା ମହୋତ୍ସବ (କେଆଇଡବ୍ଲୁଏସଏଫ) । ୨୪ଟି ଇଭେଣ୍ଟରେ ଦେଶର ଶ୍ରେଷ୍ଠ ଖେଳାଳିମାନେ ସ୍ୱର୍ଣ୍ଣ  ପଦକ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ ।  ଏହା ୩ ଦିନ ଧରି ଚାଲିବ । ସେଲିଂ, କାନୋଇଂ ଏବଂ କାୟାକିଂରେ ୪୦୦ରୁ  ଉର୍ଦ୍ଧ୍ବ ଖେଳାଳି ଭାଗ ନେବେ ।  

ଖେଲୋ ଇଣ୍ଡିଆ ଜଳକ୍ରୀଡ଼ା  ମହୋତ୍ସବରେ ୧୪ଟି କାୟାକିଂ ଏବଂ  କାନୋଇଂ ଇଭେଣ୍ଟ ଓ ୧୦ଟି ରୋଇଂ  ଇଭେଣ୍ଟ ରହିଛି । ୱାଟର ସ୍କିଇଂ, ସମିଟ୍‌ ବୋଟ୍‌  ସ୍ପ୍ରିଙ୍ଗ୍‌ ଏବଂ ଡ୍ରାଗନ୍‌ ବୋଟ୍‌ ଦୌଡ଼ରେ ମଧ୍ୟ  ପ୍ରତିଯୋଗିତା ହେବ । ୩୬ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରତିଯୋଗୀ ଅଂଶଗ୍ରହଣ କରିବେ । ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, ଓଡ଼ିଶା ଏବଂ  କେରଳର ଖେଳାଳିମାନେ ଅଧିକ ଫୋକସରେ  ରହିବେ । ଖେଲୋ ଇଣ୍ଡିଆ ଜଳକ୍ରୀଡ଼ା ମହୋତ୍ସବ  ଖେଲୋ ଇଣ୍ଡିଆ କ୍ୟାଲେଣ୍ଡରରେ ଏକ ନୂତନ  ଇଭେଣ୍ଟ । ୨୦୨୫ରେ ୨ଟି ନୂତନ ଇଭେଣ୍ଟ  ଯୋଡ଼ାଯାଇଛି। ଖେଲୋ ଇଣ୍ଡିଆ ବିଚ୍‌ ଗେମ୍ସ ମେ’  ମାସରେ ଅନୁଷ୍ଠିତ ହୋଇଥିଲା ।

ଖେଲୋ ଇଣ୍ଡିଆ  ନୀତି ଅନୁଯାୟୀ, ଜଳକ୍ରୀଡ଼ା ଓ ବିଚ୍‌ ଗେମ୍ସ ଉଭୟ  କ୍ରୀଡ଼ାକୁ ପ୍ରୋତ୍ସାହିତ କରିବା ଏବଂ ପର୍ଯ୍ୟଟନକୁ  ଆକର୍ଷିତ କରିବା ମୂଳ ଲକ୍ଷ୍ୟ । ଜଳକ୍ରୀଡ଼ାରେ ପୁରୁଷ ଏବଂ ମହିଳାଙ୍କ  ପ୍ରତିନିଧିତ୍ୱ ସମାନ ରହିଛି । ମୋଟ୍‌ ୪୦୯  ଜଣ ଖେଳାଳିଙ୍କ ମଧ୍ୟରୁ ୨୦୨ ଜଣ ମହିଳା  ରହିଛନ୍ତି । ମଧ୍ୟପ୍ରଦେଶରୁ ୪୪ ଜଣ,  ହରିଆନାରୁ ୩୭ ଜଣ, ଓଡ଼ିଶାରୁ ୩୪ ଜଣ  ଏବଂ କେରଳରୁ ୩୩ ଜଣ ଭାଗ ନେଉଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.