ପ୍ରମୂଖ ଖବର
  • ଭାରତ ଉପରେ ଟ୍ରମ୍ପଙ୍କ ଟାରିଫ୍ ବମ୍ : ୨୫% ଶୁଳ୍କ ସହ ଜରିମାନା ଲଗାଇଲା ଆମେରିକା, ୧ ଅଗଷ୍ଟରୁ ହେବ ଲାଗୁ
  • ||
  • ଗଲୱାନର ଚାରବାଗ ଅଞ୍ଚଳରେ ସେନା ଗାଡ଼ି ଉପରେ ଖସିଲା ପଥର; ୨ ଅଧିକାରୀ ସହିଦ, ୩ ଗୁରୁତର
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ୬ ଜଣ ଗିରଫ
  • ||
  • ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନର
  • ||
  • ନଦୀରେ ଖସିଲା ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ବସ୍‌, ଉଦ୍ଧାରକାର୍ଯ୍ୟ ଜାରି
  • ||
  • କନ୍ଧମାଳ : ସାପ କାମୁଡ଼ାରେ ଚାଲିଗଲା ୨ ଜଣଙ୍କ ଜୀବନ
  • ||
  • ଇସ୍ରୋ-ନାସାର ମିଶନ୍ 'ନିସାର'; ଅପରାହ୍ନ ୫ଟା ୪୦ରେ ଶ୍ରୀହରିକୋଟ୍ଟାରୁ ଲଞ୍ଚ, ୧୨ ଦିନରେ ପୃଥିବୀକୁ କରିବ ସ୍କାନ
  • ||
  • ଖୋର୍ଦ୍ଧାରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ବଢ଼ିଲା ଚିନ୍ତା, ଚିଲିକା ଓ ନନ୍ଦନକାନନକୁ ସତର୍କତା ଜାରି
  • ||
  • ଆହୁରି କଲବଲ କରିବ ବର୍ଷା, ଆଜି ୧୫ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ଆଲର୍ଟ
  • ||
  • ଶୁକ୍ରବାର ଭୁବନେଶ୍ୱରରେ ସମ୍ପୂର୍ଣ୍ଣ ବନ୍ଦ ରହିବ ଜଳ ଯୋଗାଣ,ଆଗୁଆ ସଂରକ୍ଷିତ କରି ରଖନ୍ତୁ ପାଣି
  • ||
  • ଜମ୍ମୁ-କାଶ୍ମୀର ପୁଞ୍ଚରେ ଏନ୍‌କାଉଣ୍ଟର, ୨ ଆତଙ୍କୀ ନିହତ, ସର୍ଚ୍ଚ ଅପରେସନ୍ ଜାରି
  • ||
  • 'ନିସାର' କାଉଣ୍ଟଡାଉନ୍‌, ଇସ୍ରୋ-ନାସାର ମିଳିତ ମହାମିଶନ୍, ଅପରାହ୍ନ ୫ଟା୪୦ର ଲଞ୍ଚ ହେବ ମହଙ୍ଗା ସାଟେଲାଇଟ୍‌ ନିସାର
  • ||
  • ଭୂକମ୍ପ ଝଟକାରେ ଥରିଲା ଋଷ, ୮.୭ ତୀବ୍ରତା ରେକର୍ଡ, ଜାପାନରୁ ଆମେରିକା ଯାଏ ପ୍ରଭାବ, ସୁନାମୀ ଆଲର୍ଟ
  • ||
  • ଗାଜାରେ ଇସ୍ରାଏଲ୍ ସେନାର ପ୍ରଚଣ୍ଡ ଆକ୍ରମଣ, ୬୨ ମୃତ,ଶତାଧିକ ଆହତ,
  • ||

ସମୁଦ୍ରରେ ଶକ୍ତି ବଢ଼ାଉଛି ଭାରତ; ନୌସେନାକୁ ମିଳିପାରେ ୯ଟି ଅତ୍ୟାଧୁନିକ ବୁଡ଼ାଜାହାଜ

Published By : Anindita Ratha | July 30, 2025 9:30 AM

ନୂଆଦିଲ୍ଲୀ,୩୦/୦୭: ଭାରତୀୟ ନୌସେନା ଲଗାତାର ନିଜର ଶକ୍ତି ଏବଂ ରଣନୈତିକ କ୍ଷମତାକୁ ସୁଦୃଢ଼ କରୁଛି। ଯାହାକୁ ନେଇ ସରକାର ୯ଟି ଆଧୁନିକ ବୁଡ଼ାଜାହାଜ କିଣିବା ଉପରେ ବିଚାର କରୁଛନ୍ତି । ସୂତ୍ର ଅନୁସାରେ, ଏହି ପ୍ରସ୍ତାବ ପ୍ରୋଜେକ୍ଟ-୭୫ ଅଧୀନରେ ପ୍ରସ୍ତୁତ କରାଯାଇଛି, ଯାହାର ମୂଲ୍ୟ ପ୍ରାୟ ୯୦,୦୦୦ କୋଟି ଟଙ୍କାରୁ ୧ଲକ୍ଷ କୋଟି ଟଙ୍କା ହେବ ବୋଲି କୁହାଯାଉଛି।

ଏହି ଯୋଜନା ଅନୁଯାୟୀ, ପ୍ରଥମ ଛଅଟି ବୁଡ଼ାଜାହାଜ ଅର୍ଡର କରାଯିବ । ଚୁକ୍ତି ସ୍ୱାକ୍ଷରିତ ହେବାର ଗୋଟିଏ ବର୍ଷ ପରେ ଆଉ ତିନୋଟି ବୁଡ଼ାଜାହାଜ ଯୋଡା ଯିବ । ଏହି ପ୍ରକ୍ରିୟା ୨୦୨୦ ର ପ୍ରତିରକ୍ଷା କ୍ରୟ ନୀତି ଅନୁଯାୟୀ ହେବ। ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ କମିଟି ଖୁବଶୀଘ୍ର ଏହି ଚୁକ୍ତି ଉପରେ ନିଷ୍ପତ୍ତି ନେଇପାରେ। CCS ନିଷ୍ପତ୍ତି ନେବା ପରେ ହିଁ ଏହି ଚୁକ୍ତି ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଏପର୍ଯ୍ୟନ୍ତ ଭାରତ ଫ୍ରାନ୍ସ ସହଯୋଗରେ କାଲଭାରୀ ଶ୍ରେଣୀର ସ୍କୋର୍ପିନ୍ ବୁଡ଼ାଜାହାଜ ନିର୍ମାଣ କରିସାରିଛି, କିନ୍ତୁ ଏଥର ଜର୍ମାନ କମ୍ପାନୀ ଥାଇସେନକ୍ରୁପ୍ ମାରିନ୍ ସିଷ୍ଟମ୍ସ ବା TKMS ମାଜାଗନ୍ ଡକୟାର୍ଡ ଲିମିଟେଡ୍ ସହିତ ମିଳିତ ଭାବରେ ବୁଡ଼ାଜାହାଜ ନିର୍ମାଣ ଦାୟିତ୍ୱ ପାଇପାରେ।

ଫ୍ରାନ୍ସ ସହିତ ପୂର୍ବରୁ ସେବାରେ ଥିବା ତିନୋଟି ଅତିରିକ୍ତ ସ୍କୋର୍ପିନ୍ ବୁଡ଼ାଜାହାଜରେ ଏୟାର-ଇଣ୍ଡିପେଣ୍ଡେଣ୍ଟ ପ୍ରପଲ୍ସନ ସିଷ୍ଟମ ସ୍ଥାପନ କରିବାର ଯୋଜନା ଥିଲା, କିନ୍ତୁ ଯାନ୍ତ୍ରିକ ବିଳମ୍ବ ଏବଂ ଡିଜାଇନ୍ ପୁରୁଣା ବୋଲି ବିବେଚନା କରାଯାଉଥିବାରୁ ଏହି ପ୍ରକଳ୍ପ ଅଟକି ରହିଛି । ପ୍ରତିରକ୍ଷା ସୂତ୍ର ଅନୁଯାୟୀ, ଏବେ ସ୍କୋର୍ପିନ୍ ଶ୍ରେଣୀ ପାଇଁ କୌଣସି ନୂତନ ଅର୍ଡର ଦିଆଯିବ ନାହିଁ । ଏହାର ଅର୍ଥ ହେଉଛି ଯେ ଭାରତ ଏବେ ନୂତନ ପ୍ରଯୁକ୍ତିବିଦ୍ୟା ସହିତ ବୁଡ଼ାଜାହାଜ ଆଡକୁ ଗତି କରୁଛି। ସରକାର ବିଶ୍ୱାସ କରନ୍ତି ଯେ ଯଦି ନୂତନ ପ୍ରଯୁକ୍ତିବିଦ୍ୟା ସହିତ ବୁଡ଼ାଜାହାଜଗୁଡ଼ିକୁ ଭାରତୀୟ ନୌସେନାରେ ଅନ୍ତର୍ଭୁକ୍ତ କରାଯାଏ, ତେବେ ସେନାର ଶକ୍ତି ବହୁଗୁଣିତ ହେବ ଏବଂ ଏହା ଭାରତର ଶତ୍ରୁମାନଙ୍କ ସହିତ ମୁକାବିଲା କରିବାରେ ବହୁତ ପ୍ରଭାବଶାଳୀ ପ୍ରମାଣିତ ହେବ। P75(1) ଅଧୀନରେ ଥିବା ବୁଡ଼ାଜାହାଜଗୁଡ଼ିକରେ ଉନ୍ନତ ଗୁପ୍ରଯୁକ୍ତିବିଦ୍ୟା ଏବଂ AIP ସିଷ୍ଟମ ରହିବ, ଯାହା ଭାରତୀୟ ନୌସେନାକୁ ଚୀନ୍ ପରି ସାମୁଦ୍ରିକ ଚ୍ୟାଲେଞ୍ଜର ମୁକାବିଲା କରିବାରେ ସାହାଯ୍ୟ କରିବ। ଏହି ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତି ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟିର ଅନୁମୋଦନ ପରେ ନିଆଯିବ। ମଞ୍ଜୁର ହେବା ପରେ, ଏହି ପ୍ରକଳ୍ପ ଭାରତୀୟ ନୌସେନାର ଆଧୁନିକୀକରଣରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ।







Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.