ଭୁବନେଶ୍ଵର, ୦୩/୧୨ : ବିଧାନସଭାକୁ ଯାଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ଫିଲ୍ମ ପ୍ରଯୋଜିକା ଏକତା କପୁର। ସାବରମତି ରିପୋର୍ଟ ଫିଲ୍ମ ଦେଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଏକତା। ଏଥିସହ ଫିଲ୍ମକୁ ରାଜ୍ୟ ସରକାର କରମୁକ୍ତ କରିଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି।
ଗୋଦ୍ରା ଘଟଣା ଉପରେ ଆଧାରିତ ବିକ୍ରାନ୍ତ ମେସିଙ୍କ ଫିଲ୍ମ 'ସାବରମତି ରିପୋର୍ଟ'କୁ ଦର୍ଶକଙ୍କ ଠାରୁ ଜବରଦସ୍ତ ରେସ୍ପନ୍ସ ମିଳୁଛି। ଏହି ଚଳଚ୍ଚିତ୍ରରେ ବିକ୍ରାନ୍ତଙ୍କ ଆକ୍ଟିଂକୁ ବେଶ୍ ପ୍ରଶଂସା କରାଯାଉଛି। ବିଜେପି ଶାସିତ ରାଜ୍ୟ ଗୁଡ଼ିକ ସତ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମ ଉପରେ ଟିକସ ଛାଡ଼ ନେଇ ଘୋଷଣା କରିଛନ୍ତି। ଏହି କ୍ରମରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାବରମତୀ ରିପୋର୍ଟକୁ ଟ୍ୟାକ୍ସ ଫ୍ରି କରିଛନ୍ତି। ଏହା ପୂର୍ବରୁ ମଧ୍ୟପ୍ରଦେଶ, ଛତିଶଗଡ ସରକାର ଫିଲ୍ମକୁ ଟ୍ୟାକ୍ସ ଫ୍ରି କରିଥିଲେ। ଏହି ଫିଲ୍ମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପ୍ରଶଂସା କରିଛନ୍ତି ।