ନୂଆଦିଲ୍ଲୀ,୧୦/୦୬: ଅପରେସନ୍ ସିନ୍ଦୂର ପରେ ଶକ୍ତିଶାଳୀ ହେବାରେ ଲାଗିଛି ଭାରତୀୟ ସେନା । ଏସ୍-୪୦୦ ଏବଂ ଆକାଶ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ନେଇ ଭୟ ଥିବା ଶତ୍ରୁ ଦେଶ ଏବେ ଆହୁରି ଭୟଭୀତ । କାରଣ ଆହୁରି ଶକ୍ତିଶାଳୀ ହେବାକୁ ଯାଉଛି ଭାରତୀୟ ପ୍ରତିରକ୍ଷା ବିଭାଗ । ଖୁବଶୀଘ୍ର ସେନାକୁ ମିଳିବାକୁ ଯାଉଛି QRSAM ମିସାଇଲ୍ । ୩୦ ହଜାର କୋଟିରେ ଭାରତ ତିଆରି କରୁଛି ଏହି ଏୟାର ଡିଫେନ୍ସ ସିଷ୍ଟମ ।
ରକ୍ଷା ମନ୍ତ୍ରଣାଳୟ ୩୦ ହଜାର କୋଟି ଟଙ୍କାରେ QRSAM (କୁଇକ୍ ରିଆକ୍ସନ ସରଫେସ୍ ଟୁ ଏୟାର ମିସାଇଲ) ପ୍ରୋଜେକ୍ଟ ଉପରେ ଚର୍ଚ୍ଚା କରିବ । ଏହି ପ୍ରୋଜେକ୍ଟ ପାକିସ୍ତାନ ସୀମାରେ ଭାରତୀୟ ବାୟୁସେନାକୁ ମଜବୁତ କରିବ । ଏହାକୁ ୩ ରେଜିମେଣ୍ଟ ସାମିଲ କରିବାକୁ ଆଲୋଚନା ଚାଲିଛି । ଖୁବଶୀଘ୍ର ଏହାକୁ ମଞ୍ଜୁରୀ ମିଳିପାରେ । ଜୁନ୍ ଶେଷ ସପ୍ତାହରେ ରକ୍ଷା ମନ୍ତ୍ରଣାଳୟର ଡିଫେନ୍ସ ଏକଜିସନ କାଉନିଂସିଲ (DAC) ବୈଠକ ବସିବ । ଏଥିରେ ଏହି ଯୋଜନାକୁ ମଞ୍ଜୁରୀ ମିଳିବା ଅନୁମାନ କରାଯାଉଛି । ଏହି ମିସାଇଲ୍ ଭାରତର ଏୟାର ଡିଫେନ୍ସକୁ ଅଧିକ ମଜବୁତ କରିବ ।
QRSAM କଣ ? ଏହି ଏୟାର ଡିଫେନ୍ସ ସିଷ୍ଟମ ନେଇ ୩୦ ହଜାର କୋଟି ବଜେଟ୍ ରହିଛି । ଏହା ସମ୍ପୂର୍ଣ୍ଣ ସ୍ୱଦେଶୀ । ଏହାକୁ ସେନାର ବାୟୁରକ୍ଷା ୟୁନିଟରେ ସାମିଲ କରାଯିବ । ୩ଟି ରେଜିମେଣ୍ଟ ବିଶେଷ କରି ପଶ୍ଚିମ ଓ ଉତ୍ତର ସୀମାରେ ମୁତୟନ ହେବ । ସ୍ୱଦେଶୀ QRSAMର ୩୦ ହାଜର କିଲୋମିଟର ଯାଏ ରେଞ୍ଜ ରହିଛି । ଘଣ୍ଟାପ୍ରତି ୬ ହଜାର କିମି ବେଗରେ ଗତି କରିବ । ୯୮ଫୁଟ୍ ଉଚ୍ଚରୁ ୩୩ ହଜାର ଫୁଟ୍ ଉଚ୍ଚ ଯାଇପାରିବ । ଆକାଶ ଏବଂ ଏମ୍ଆରଏସଏଏମ ପରି ସିଷ୍ଟମ ସହ ମିଶି ଶତ୍ରୁକୁ ଜବାବ ଦେବ । ଡିଆରଡିଓ ଓ ସେନା ମିଳିତ ଭାବେ ଗତ ୩ରୁ ୪ ବର୍ଷ ହେବ QRSAMର ପରୀକ୍ଷା କରିଛନ୍ତି । ଏହି ସିଷ୍ଟମ ରାତି-ଦିନରେ ଶତ୍ରୁକୁ ଚକମା ଦେବ । ସହଜରେ ଏହା ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯାଇପାରିବ । ଏହାର ସଫଳ ପରୀକ୍ଷଣ ସରିଛି ।