ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଭାରତ- ପାକିସ୍ତାନ ଅସ୍ତ୍ରବିରତି ଉପରେ ଆସିଲା ବାଂଲାଦେଶର ପ୍ରଥମ ରିଆକ୍ସନ, ଜାଣନ୍ତୁ କ’ଣ କହିଲା…

Published By : Gurupada Nath | May 10, 2025 9:09 PM

ନୂଆଦିଲ୍ଲୀ,୧୦/୫ :   ଭାରତ- ପାକିସ୍ତାନ ମଧ୍ୟରେ ଶନିବାର ଅସ୍ତ୍ରବିରତି ଘୋଷଣା ହୋଇଛି । ବିଦେଶ ମନ୍ତ୍ରାଳୟର ସଚିବ ବିକ୍ରମ ମିସରୀ ଅସ୍ତ୍ରବିରତିର ଘୋଷଣା କରିଛନ୍ତି । ଏହି ଘୋଷଣା ଉପରେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରର ପ୍ରମୁଖ ମହମ୍ମଦ ୟୁନୁସ ଏକ୍ସରେ ପୋଷ୍ଟ କରି ନିଜର ପ୍ରତିକ୍ରିୟା ଦେଇଛନ୍ତି । 

ସେ କହିଛନ୍ତି କି ମୁଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ଶରୀଫ ତତ୍କାଳ ଭାବେ ଅସ୍ତ୍ରବିରତି ଉପରେ ସହମତି ପ୍ରକାଶ କରିବା ଏବଂ ଆଲୋଚନାରେ ଯୋଗଦେବା ଲାଗି ସୁନିଶ୍ଚିତ କରିବା ଲାଗି ହୃଦୟରୁ ପ୍ରଶଂସା କରୁଛି । 

ୟୁନୁସ ନିଜ ପୋଷ୍ଟରେ ଡୋନାଲ୍ଡ ଟ୍ରମ୍ପଙ୍କର ବି ପ୍ରଶଂସା କରି କହିଛନ୍ତି କି , ମୁଁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପ୍ରଭାବୀ ରୂପରେ ମଧ୍ୟସ୍ଥତା କରିବା ଲାଗି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ବିଦେଶ ମନ୍ତ୍ରୀ ମାର୍କୋ ଋବିୟୋଙ୍କ ବି ପ୍ରଶଂସା କରିବାକୁ ଚାହିଁବି ।  

ସେହିଭଳି ସେ ଏହା ବି କହିଛନ୍ତି କି "କୂଟନୈତିକ ଉପାୟରେ ମତଭେଦ ସମାଧାନ ପାଇଁ ବାଂଲାଦେଶ ଉଭୟ ପଡ଼ୋଶୀଙ୍କୁ ସମର୍ଥନ ଜାରି ରଖିବ"।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.