ପ୍ରମୂଖ ଖବର
  • ମନ୍ତ୍ରୀଙ୍କ ଓଏସ୍‌ଡି, ବ୍ୟକ୍ତିଗତ ସଚିବ ନିଯୁକ୍ତି ପାଇଁ ମାର୍ଗଦର୍ଶିକା: ସିସିଆର୍‌ ଭଲ ନ ଥିଲେ ମିଳିବନି ନିଯୁକ୍ତି
  • ||
  • ଅକ୍ଟୋବର୧୦ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ, ଖୋଲା ଜିପ୍‌ରେ ବସି ଜଙ୍ଗଲ ସଫାରୀର ମଜା ନେବେ ପର୍ଯ୍ୟଟକ
  • ||
  • ଭିଜିଲାନ୍ସ ପଞ୍ଝାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବରିଷ୍ଠ ଅଧିକାରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍
  • ||
  • ଫ୍ଲୋରିଡାରୁ ସ୍ପେସ୍‌ଏକ୍ସ ଫାଲକନ୍‌ ରକେଟ୍‌ର ସଫଳ ଲଞ୍ଚ୍, ଗ୍ରହାଣୁ ଉପରେ ଅଧ୍ୟୟନ କରିବ ‘ହେରା ମିଶନ’
  • ||
  • ମଙ୍ଗଳବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ, କାର୍ତ୍ତିକ ମାସ ନୀତି ନିର୍ଘଣ୍ଟରେ ଲାଗିବ ମୋହର
  • ||
  • ମଙ୍ଗଳବାର ଜମ୍ମୁ-କାଶ୍ମୀର ଏବଂ ହରିଆଣା ଭୋଟ ଗଣତି, ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟହୋଇଯିବ ଜନମତ ଚିତ୍ର
  • ||

ଭାରତ- ବାଂଲାଦେଶ ଟି-୨୦ ସିରିଜ ମଧ୍ୟରେ ଷ୍ଟାର ଅଲରାଉଣ୍ଡର ନେଲେ ସନ୍ନ୍ୟାସ, ଖେଳୁଛନ୍ତି ଶେଷ ସିରିଜ

ନୂଆଦିଲ୍ଲୀ, ୮/୧୦ : ଭାରତ ଏବଂ ବାଂଲାଦେଶର ଟିମ୍ ଏହି ସମୟରେ ୩ମ୍ୟାଚର ଟି-୨୦ ଅନ୍ତର୍ଜାତୀୟ ସିରିଜ ଖେଳୁଛନ୍ତି । ଏହା ମଧ୍ୟରେ ବାଂଲାଦେଶର ଏକ ଅନୁଭବି ଅଲରାଉଣ୍ଡର ଏହି ଫର୍ମାଟରୁ ସନ୍ନ୍ୟାସର ଘୋଷଣା କରି ଦେଇଛନ୍ତି । ପ୍ରକାଶ ଯେ, ୩୮ବର୍ଷୀୟ ମହମୁଦୁଲ୍ଲାହ ଏହି ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନର ସିରିଜ ତାଙ୍କର ଶେଷ ଟି-୨୦ ଅନ୍ତର୍ଜାତୀୟ ସିରିଜ ଅଟେ । 

୩୮ବର୍ଷୀୟ ମହମୁଦୁଲ୍ଲାହ ୨୦୦୭ରେ କେନ୍ୟା ବିପକ୍ଷ ଟି-୨୦ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ । ସେ ହମବତନ ଶାକିବ ଅଲ ହସନ ଏବଂ ଜିମ୍ବାଓ୍ବେର ସିନ ଓ୍ବିଲିୟମ୍ସଙ୍କ ପରେ ତୃତୀୟ ସବୁଠାରୁ ଲମ୍ବା ଟି-୨୦ ଅନ୍ତର୍ଜାତୀୟ କ୍ୟାରିୟରର ଖେଳାଳୀ ଅଟନ୍ତି । ପ୍ରକାଶ ଯେ, ମହମୁଦୁଲ୍ଲାହ ୨୦୨୧ରେ ଟେଷ୍ଟରୁ ସନ୍ନ୍ୟାସ ନେଇ ଯାଇଥିଲେ । କିନ୍ତୁ ସେ ଓ୍ବାନଡେରେ ଖେଳିବା ଜାରି ରଖିବେ । ଭାରତରେ ହୋଇଥିବା ୨୦୨୩ପୁରୁଷ ବିଶ୍ବକପରେ ୩୨୮ରନ ସହ ସେ ବାଂଲାଦେଶ ଲାଗି ସବୁଠାରୁ ଅଧିକ ରନ୍ କରିଥିବା ଖେଳାଳୀ ବି ରହିଥିଲେ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.