ପ୍ରମୂଖ ଖବର
  • ଗଞ୍ଜାମ : ଅଦିନିଆ ବର୍ଷାରେ ଉଜୁଡ଼ିଗଲା ଚାଷ, ଚିନ୍ତାରେ ପଡ଼ି ଜୀବନ ହାରିଲେ ଚାଷୀ
  • ||
  • ଆସନ୍ତା ଶିକ୍ଷାବର୍ଷରୁ କଲେଜରେ ଛାତ୍ର ସଂସଦ ନିର୍ବାଚନ,ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ନୟାଗଡ଼ : ରାସ୍ତା ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||
  • କେନ୍ଦୁଝର : ଅର୍ଥାଭାବରୁ ଆତ୍ମହତ୍ୟା କଲେ ବିଧବା ମହିଳା, ବେସାହାରା ହେଲେ ସନ୍ତାନ
  • ||
  • ବଲାଙ୍ଗୀର : ଦୁର୍ଗାପାଲି ଗାଁରେ ଅଘଟଣ, ଜଳିଗଲା ୪ ଏକର ଜମିର ଧାନ ଗଦା
  • ||
  • ବୌଦ୍ଧ : ଟ୍ରକ୍‌ରୁ ଖସିଲା ଲୁହା ଇଲେକ୍ଟ୍ରି ପୋଲ୍‌, ଅଳ୍ପକେ ବର୍ତ୍ତିଲେ ଲୋକେ
  • ||
  • ଗଞ୍ଜାମ : ଝୁଲନ୍ତା ଅବସ୍ଥାରେ ବିବାହିତ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଏଆର୍‌ଆଇଙ୍କ ଘରେ ପଶିଲା ଭିଜିଲାନ୍ସ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ନୀଳଗିରି : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ହେକ୍ଟର ହେକ୍ଟର ପରିବା ଚାଷ ନଷ୍ଟ
  • ||
  • ପାକିସ୍ତାନର ଏୟାରଷ୍ଟ୍ରାଇକ୍‌ରେ ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି, ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା
  • ||
  • ବର୍ଡର-ଗାଭାସ୍କର ଟ୍ରଫି, ମେଲବର୍ଣ୍ଣରେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ, ଓ୍ବିକେଟ୍ ସନ୍ଧାନରେ ଭାରତ
  • ||
  • ଆଠମଲ୍ଲିକ : ଅଦିନିଆ ବର୍ଷା ଦେଇଗଲା ଦୁଃଖ, ଧାନ ବିଲରେ ଜମି ରହିଛି ପାଣି
  • ||
  • ଆଜିଠୁ ବର୍ଷା କମିବ, ୨୭ରୁ ପୁଣି ବଢ଼ିବ: ପଶ୍ଚିମା ବାୟୁ ପାଇଁ ଉତ୍ତର-ପଶ୍ଚିମ ଓଡ଼ିଶାରେ ବର୍ଷା ଆଶଙ୍କା
  • ||
  • ମେଘୁଆ ପାଗ ପରେ ସୁବର୍ଣ୍ଣପୁରରେ ଶୀତ ଲହରୀ ଆରମ୍ଭ
  • ||

ମାଲ୍ୟବନ୍ତ ମହୋତ୍ସବ ଶୁଭାରମ୍ଭ, ଭୈରଵୀ ମନ୍ଦିରରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ହେଲା କଳସ ଶୋଭାଯାତ୍ରା

Published By : Bijay Swain | November 29, 2024 10:05 PM

ମାଲକାନଗିରି /କୋରୁକୋଣ୍ଡା, ୨୯।୧୧: ମାଲକାନଗିରି ଜିଲ୍ଲାର ଲୋକ ଉତ୍ସବ ମାଲ୍ୟବନ୍ତ ମହୋତ୍ସବ୨୦୨୪ ପାଇଁ ବିଗୁଲ ବାଜିଛି। ଆଜି କୋରୁକୋଣ୍ଡା ବ୍ଲକସ୍ଥିତ ଟେକବାଡ଼ି ନଦୀ ଶ୍ରୀ ଜଳେଶ୍ୱର ମାହାଦେବ ପୀଠରୁ ପବିତ୍ର ଜଳ ସଂଗ୍ରହ କରାଯାଇଥିବା ବେଳେ କୋରୁକୋଣ୍ଡା ବ୍ଲକ ସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। 

ଏହି ଅବସରରେ ଜଳେଶ୍ଵର ମହାଦେବଙ୍କ ପୀଠରେ ପୂଜାର୍ଚ୍ଚନା କରାଯାଇଥିଲା।  ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ କର୍ତ୍ତା ଭାବେ ଯୋଗ ଦେଇ ପବିତ୍ର ଜଳ କଳସରେ ସଂଗ୍ରହ କରି ପୂଜାରେ ସଙ୍କଳ୍ପ କରିଥିଲେ।

ଏହି ଅବସରରେ ମୁଖ୍ୟଅତିଥି ଭାବେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ବିଧାୟକ ମଙ୍ଗୁଖିଲ, ସମ୍ମାନିତ ଅତିଥି ଭାବେ ବାଲିମେଳା ଏନେସି ଅଧକ୍ଷ ପ୍ରଦୀପ ନାୟକ,ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୋମନାଥ ପ୍ରଧାନ,ଜିଲ୍ଲା ପରିଷଦ ଅଧକ୍ଷ୍ୟା ସାମାରି ତାଙ୍ଗୁଲ,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଓ ନିର୍ବାହୀ ଅଧିକାରି ନରେଶ ଚନ୍ଦ୍ର ଶବର,ଉପଜିଲ୍ଲାପାଳ ଦୁର୍ଯ୍ୟଧନ  ଭୋଇ, ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀଙ୍କ ସମେତ କୋରୁକୋଣ୍ଡା ପଞ୍ଚାୟତ ସମିତି ଅଧକ୍ଷ ଜିତୁ ବୁରୁଡି, ପଞ୍ଚାୟତ ସମିତି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଜିତ ମିଶ୍ର ପ୍ରମୁଖ ଯୋଗଦେଇଥିଲେ।

ପଞ୍ଚାୟତ ସମିତିର ସମସ୍ତ ସମିତି ସଭ୍ୟ, ସରପଞ୍ଚ, ଲୋକ ପ୍ରତିନିଧି, ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାମାନେ, ପଞ୍ଚାୟତ ସମିତି ଅଧୀନରେ ଥିବା ସମସ୍ତ ଅଧିକାରୀ, ବିଭିନ୍ନ ପଞ୍ଚାୟତରୁ ଆସିଥିବା ସମସ୍ତ ଜନସାଧାରଣ ଉପସ୍ଥିତ ରହି ନଦୀରୁ ପବିତ୍ର ଜଳ ସଂଗ୍ରହ କରି କଳସ ମୁଣ୍ଡାଇ ଯାତ୍ରା କରିଥିଲେ,ଏହି ଅବସରରେ ମାଲ୍ୟବନ୍ତ ମହୋତ୍ସବ-୨୦୨୪ର ପୋଷ୍ଟର ଓ ବ୍ୟାନର ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା । ଜଳେଶ୍ଵର ଘାଟରୁ ପାଣି ଉଠାଯାଇ ପାରମ୍ପାରିକ ବାଦ୍ୟ ନୃତ୍ୟ, ବାଣଫୁଟାଇ ଶୋଭା ଯାତ୍ରା ମାଧ୍ୟମରେ କୋରୁକୋଣ୍ଡା ବ୍ଲକ ନିକଟ ମାଲ୍ୟବନ୍ତ ପଡ଼ିଆକୁ ଅଣାଯାଇଥିଲା। ଏହି ଅବସରରେ ମାଲ୍ୟବନ୍ତ ମହୋତ୍ସବକୁ ନେଇ ଅତିଥିମାନେ ନିଜ ନିଜ ବ୍ୟକ୍ତବ୍ୟ ପ୍ରଦାନ କରିଥିଲେ। ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ର ଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଇ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତୋଷ ନାରାୟଣ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । 

ଅପରାହ୍ନରେ ମାଲକାନଗିରି ଜିଲ୍ଲା ସଦର ମହାକୁମା ଭୈରବୀ ମନ୍ଦିର ନିକଟରୁ ପାରମ୍ପରିକ ଆଦିବାସୀ କୋୟା, ପରଜା ନୃତ୍ୟ ଓ ବାଜାର ତାଳେ ତାଳେ କଳସ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଜଗନ୍ନାଥ ମନ୍ଦିରକୁ ଯାଇଥିଲା, ସେଠାରେ ପୂଜାପାଠ କରାଯାଇ ମନ୍ଦିର ପରିସରରେ ପବିତ୍ର ଜଳଭରା କଳସଗୁଡ଼ିକୁ ଆସନ୍ତା ୧୩ରୁ ୧୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ମାଲ୍ୟବନ୍ତ ମୁଖ୍ୟ ଉତ୍ସବ ନିମନ୍ତେ ସୁରକ୍ଷିତ ଭାବେ ରଖା ଯାଇଥିଲା। କଳସ ଶୋଭାଯାତ୍ରାରେ ବିଭିନ୍ନ କଲେଜର ଛାତ୍ରଛାତ୍ରୀ ସହରବାସୀଙ୍କ ସହିତ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁଖିଲ, ଅତିରିକ୍ତ ଜିଲାପାଳ ବେଦବର ପ୍ରଧାନ, ଉପଜିଲ୍ଲାପାଳ ପ୍ରମୁଖ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ମାନେ ଖୁସିରେ ଆଇଲାରେ ମାଲ୍ୟବନ୍ତ ଗୀତ ଗାଇ ହାତ ଧରାଧରି ହୋଇ ନୃତ୍ୟ କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.