ପ୍ରମୂଖ ଖବର
  • ଭୋଗରାଇ : ସ୍କୁଲରେ ଭିଜିଲାନ୍ସ ଚଢ଼ାଉ, ମୋ ସ୍କୁଲ ଯୋଜନାରେ ୬୦ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ପରେ ରେଡ୍‌
  • ||
  • ଅକ୍ଷୟ ତୃତୀୟ ସିଏମ୍ କିଷାନ ଟଙ୍କା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ
  • ||
  • ଅକ୍ଟୋବରରେ ୨ ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଟକ ରାବଣ ପୋଡ଼ିରେ ହେବ ନାହିଁ ବାଣ ପ୍ରତିଯୋଗିତା, କେବଳ ପରିବେଶ ଅନୁକୂଳ ବାଣ ପାଇଁ ପ୍ରସ୍ତାବ
  • ||
  • ରାଜଧାନୀରେ ପୁଣି ଅମାନିଆଙ୍କ ଉତ୍ପାତ, ରସୁଲଗଡ ଓଭର ବ୍ରିଜ ଉପରେ ପାୱାର ଶୋ' କରି ରାସ୍ତା ଅବରୋଧ
  • ||
  • ଡିସେମ୍ୱର ୨୬ରୁ ଯୁକ୍ତ ଦୁଇ ପରୀକ୍ଷା, ଫେବୃୟାରୀ ୧୫ରୁ ମେନ୍‌ ଏକ୍ସଜାମ୍: ୪୫ ଦିନ ଭିତରେ ବାହାରିବ ରେଜଲ୍ଟ
  • ||
  • କଟକ : ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ୨ ଛାତ୍ର, ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର
  • ||
  • ରାଇରଙ୍ଗପୁର : ନକଲି ବିଦେଶୀ ମଦ କାରଖାନାରେ ଚଢାଉ; ନକଲି ବିଦେଶୀ ମଦ, ଠିପି ,ଲେବୁଲ ସହିତ ବୋଲେରୋ ଜବତ, ଜଣେ ଗିରଫ
  • ||
  • ଭୋଗରାଇ : ଛାତ୍ରୀଙ୍କୁ କମେଣ୍ଟ କରି ଫୋଟ ଉଠାଇବା ପଡିଲା ମାହାଙ୍ଗା, ୩ ଅଟକ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ
  • ||
  • କଟକ : ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରାନ୍ସପୋର୍ଟ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରିଲେ ୩ ଦୁର୍ବୃତ୍ତ, ଖଣ୍ଡା ଚୋଟରେ ଟ୍ରକ୍ ଚାଳକଙ୍କ କଟିଲା ହାତ
  • ||
  • ଶନିବାର ପିଏମ୍‌ କିଷାନ ଟଙ୍କା ବଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଷୀଙ୍କୁ ଖାତାକୁ ଯିବ ୧୮ ତମ କିସ୍ତି
  • ||
  • ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ
  • ||
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ରାଜଧାନୀରେ ପୁଣି ଅମାନିଆଙ୍କ ଉତ୍ପାତ, ରସୁଲଗଡ ଓଭର ବ୍ରିଜ ଉପରେ ପାୱାର ଶୋ' କରି ରାସ୍ତା ଅବରୋଧ

ଭୁବନେଶ୍ୱର,୦୫/୧୦: ପାର୍ବଣ ପୁର୍ବରୁ କମିସନରେଟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ । ଅପରାଧୀଙ୍କ ଷ୍ଟାଇଲରେ ରସୁଲଗଡ ଓଭର ବ୍ରିଜ ଉପରେ ପାୱାର ଶୋ' କରିଲେ କିଛି ଯୁବକ । ଦୀର୍ଘ ୧ ଘଣ୍ଟା ଧରି ରାସ୍ତା ଅବରୋଧ କରିବା ସହ ବେପରୁଆ ଗାଡି ଚାଳନା କରିଥିଲେ । ୩୦ରୁ ଅଧିକ ଯୁବକ କେବିଏନ ଗ୍ରୁପ ସହ ନିଜକୁ ତୁଳନା କରି ସୋସିଆଲ ମିଡ଼ିଆରେ ଭିଡିଓ ଉପଲୋଡ କରିଛନ୍ତି ।

ସୂଚନା ମୁତାବକ, ରାଜଧାନୀରେ ବଢୁଛି ଗୁଣ୍ଡାରାଜ୍‌ । ପୁଣି ଥରେ ବେପରୁଆ ଗାଡ଼ି ଚାଳନା କଲେ ଅମାନିଆ । ଅପରାଧୀଙ୍କ ଷ୍ଟାଇଲରେ ରସୁଲଗଡ ଓଭର ବ୍ରିଜରେ ଉପରେ ପାୱାର ଶୋ' କରି ଆତଙ୍କ ଖେଳାଇଥିଲେ କିଛି ଯୁବକ । ଦୀର୍ଘ ୧ ଘଣ୍ଟା ଧରି ରାସ୍ତା ଅବରୋଧ କରିବା ସହ ବେପରୁଆ ଗାଡି ଚାଳନା କରି ରାସ୍ତା ମଝିରେ ଯୁବକ ମାନେ ଲୋକଙ୍କ ମନରେ ଭୟ ସୃଷ୍ଟି କରିଥିବା ବେଳେ ଘଟଣା ସ୍ଥଳରେ ପହଞ୍ଚି ପାରିନଥିଲା ମଞ୍ଚେଶ୍ୱର୍ ଥାନା ପୋଲିସ । ଓଭର ବ୍ରିଜ ଉପରେ ରାସ୍ତା ଅବରୋଧ କରି ସିଗାରେଟ ଲଗେଇ ଗୁଣ୍ଡାଗର୍ଦୀ ଢ଼ଙ୍ଗିରେ ଭିଡ଼ିଓ କରି ସୋସିଆଲ ମିଡ଼ିଆରେ ଉପଲୋଡ କରିଲେ ରାଜଧାନୀର ଏକ ଯୁବ ଗୋଷ୍ଠୀ । ୩୦ ରୁ ଅଧିକ ଯୁବକ ପୂର୍ବରୁ କେବିଏନ ଗ୍ରୁପ ସହ ନିଜକୁ ତୁଳନା କରି ସୋସିଆଲ ମିଡ଼ିଆରେ ଭିଡିଓ ଉପଲୋଡ କରିଥିଲେ । 

କେବଳ ସେତିକି ନୁହେଁ ଘଣ୍ଟାଏରୁ ଅଧିକ ସମୟ ଧରି ଜାତିୟ ରାଜପଥକୁ ଅବରୋଧ କରିବା ସହ ଆତଙ୍କ ମଚାଇ ସଭିଙ୍କ ମନରେ ଭୟ ସୃଷ୍ଟି କରିଥିଲେ ଏହି ଯୁବ ଗୋଷ୍ଠୀ । ବେପରୁଆ ଗାଡି ଚାଳନା ସହ ଆତଙ୍କ ରାଜର ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ତେବେ ପାର୍ବଣ ପୂର୍ବରୁ ରାସ୍ତା ଅବରୋଧ କରି ବେପରୁଆ ଗାଡ଼ି ଚାଳନା କରି ସୋସିଆଲ ମିଡ଼ିଆରେ ପ୍ରଚାର ପ୍ରସାର କରିବା ପାଇଁ କିଏ ଓ କେଉଁଠୁ ଏହି ଗୋଷ୍ଠୀଙ୍କୁ ସାହସ ଯୋଗାଇଲା ତାକୁ ନେଇ ପ୍ରଶ୍ନ ଉଠିଛି ।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.