ପ୍ରମୂଖ ଖବର
  • ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ
  • ||
  • ନୂଆପଡା : ପାଇଖାନା ଟାଙ୍କି ସେଣ୍ଟ୍ରିଂ ଖୋଲିବା ବେଳେ ଅଘଟଣ, ଶ୍ବାସରୁଦ୍ଧ ହୋଇ ୨ ଶ୍ରମିକ ମୃତ
  • ||
  • ପ୍ରଳୟଙ୍କରୀ ବନ୍ୟାରେ ଅସ୍ତବ୍ୟସ୍ତ ପାକିସ୍ତାନ, ୪୮ ଦିନରେ ଗଲାଣି ୬୫୦ ଜୀବନ
  • ||
  • ଢେଙ୍କାନାଳ : ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗସ୍ତ, ଚାପି ହୋଇ ରହିଥିବା ଡ୍ରାଇଭର ଉଦ୍ଧାର
  • ||
  • ଅସ୍ତରଙ୍ଗ ଏବଂ ଛତ୍ରପୁର ଆଇଆଇସି ନିଲମ୍ବିତ; ତଦନ୍ତ ରିପୋର୍ଟ ଦେବାକୁ ୨ ରେଞ୍ଜ ଆଇଜିଙ୍କୁ ଡିଜିପିଙ୍କ ନିର୍ଦ୍ଦେଶ
  • ||
  • ଚାଷୀ ପଞ୍ଜୀକରଣ ହେଲା ସରଳ; ବଂଶାନୁକ୍ରମିକ ପ୍ରମାଣପତ୍ର ବଦଳରେ ସେଲ୍ଫ ଡିକ୍ଲାରେସନରେ ରେଜିଷ୍ଟ୍ରେସନ
  • ||
  • ସୁନ୍ଦରଗଡ଼ : ଜୁଆ ଆଡ୍ଡାରେ ରେଡ୍‌; ୧୪ ଗିରଫ, ଲକ୍ଷାଧିକ ଟଙ୍କା ଜବତ
  • ||
  • ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଇଣ୍ଡୋନେସିଆ, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ
  • ||
  • ସୁନ୍ଦରଗଡ଼: ଜୁଆ ଆଡ୍ଡା ଉପରେ ଚଢ଼ାଉ: ୧୪ ଜଣ ଗିରଫ
  • ||
  • ଶେରଗଡ ;ଦୁଇ ବସ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର ଗୁରୁତର
  • ||
  • ଚମାଖଣ୍ଡି ଅଞ୍ଚଳର ଏକ ଗାଈ ଗୁହାଳରୁ ବିପୁଳ ପରିମାଣର ବିସ୍ଫୋରକ ଜବତ, ମାଓ ଲିଙ୍କ୍‌ ନେଇ ସନ୍ଦେହ
  • ||
  • କିସ୍ତୱାଡ଼ ପରେ କଠୁଆରେ ବାଦଳଫଟା ବର୍ଷା,୪ ମୃତ, ରେସ୍କ୍ୟୁ ଜାରି
  • ||
  • ପାକିସ୍ତାନରେ ବାଦଲଫଟା ବର୍ଷା: ମୃତ୍ୟୁ ସଂଖ୍ୟା ୩ଶହ ପାର୍, ରେସ୍କ୍ୟୁ ହେଲିକପ୍ଟର କ୍ରାସରେ ୫ ମୃତ
  • ||
  • ଉପରାଷ୍ଟ୍ରପତି ନିର୍ବାଚନ, ଆଜି ଚୂଡାନ୍ତ ହେବ NDA ପ୍ରାର୍ଥୀଙ୍କ ନାମ, ବସିବ ବିଜେପି ସଂସଦୀୟ ବୋର୍ଡ ବୈଠକ
  • ||
  • ଭାରତ ଫେରିଲେ ସୁନାପୁଅ ଗ୍ରୁପ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା,ଦିଲ୍ଲୀରେ ଭବ୍ୟ ସ୍ୱାଗତ
  • ||
  • ୧୮ରେ ଲଘୁଚାପ, ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା; ଆଜି ମାଲକାନଗିରି ଓ କୋରାପୁଟରେ ପ୍ରବଳ ବର୍ଷିବ
  • ||

ଏଣିକି ସରକାରୀ ଚାକିରିଆଙ୍କ ମୃତ୍ୟୁ ଘଟିଲେ ପରିବାର ସଦସ୍ୟଙ୍କୁ ମିଳିବ ଅନୁକମ୍ପା ନିଯୁକ୍ତି, ବିଜ୍ଞପ୍ତି ପ୍ରକାଶ କଲେ ସରକାର

Published By : Manoj | April 5, 2025 1:48 PM

ଭୁବନେଶ୍ୱର,୦୫/୪: ଏଣିକି ସରକାରୀ  ଚାକିରିରେ ଥାଇ କେହି ମୃତ୍ୟୁବରଣ କଲେ ପରିବାରର ଜଣେ ସଦସ୍ୟଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ମିଳିବ । କ୍ୟାବିନେଟରେ୍‌ ପୂର୍ବ ନିୟମ ଅନୁସାରେ ଏଣିକି ନିଯୁକ୍ତି ଦେବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ଶୁକ୍ରବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ  ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । 

ପ୍ରକାଶ ଥାଉକି, ପୂର୍ବରୁ ଯଦି ସରକାରୀ  କର୍ମଚାରୀଙ୍କ ମୃତ୍ୟୁ ହେଉଥିଲା, ରାଜ୍ୟ ସରକାର  ଓଡ଼ିଶା ସିଭିଲ ସର୍ଭିସ (ଥଇଥାନ ସହାୟତା) ନିୟମ,  ୧୯୯୦ ଅନୁଯାୟୀ, ପରିବାରର ଜଣେ ସଦସ୍ୟଙ୍କୁ  ଗ୍ରୁପ୍‌-ସି କିମ୍ବା ଡି’ରେ ନିଯୁକ୍ତି ଦେଉଥିଲେ ।  ୨୦୨୦ରେ ତତ୍କାଳୀନ  ସରକାର ନୂତନ  ନିୟମାବଳୀ ପ୍ରଣୟନ  କରିଥିଲେ ଏବଂ  ବିପର୍ଯ୍ୟୟ ପ୍ରମାଣପତ୍ର ବଦଳରେ ମାର୍କିଂ ସିଷ୍ଟମ  ଲଗାଇଥିଲେ । ଯେଉଁ ସରକାରୀ କର୍ମଚାରୀ  ୧୯୯୦ରୁ ୨୦୨୦ ଭିତରେ ମୃତ୍ୟୁ ବରଣ କରିଥିଲେ  ସେମାନଙ୍କ ପରିବାର ବର୍ଗଙ୍କୁ ମଧ୍ୟ ନୂଆ ନିୟମାବଳୀର ପରିସରଭୁକ୍ତ କରିବାରୁ ବହୁ ପରିବାର ନିଯୁକ୍ତି ଦାବି  କରି କେସ୍‌ କରିଛନ୍ତି । 

ମାତ୍ର କ୍ୟାବିନେଟ ନିଷ୍ପତ୍ତି  ନେଇଛି ଯେ ଓଡ଼ିଶା ବେସାମରିକ ସେବା (ଥଇଥାନ  ସହାୟତା) ନିୟମ, ୨୦୨୦ ଆରମ୍ଭ ହେବା ପୂର୍ବରୁ,  ଥଇଥାନ ସହାୟତା ସଂପର୍କିତ ସମସ୍ତ ବିଚାରାଧୀନ  ଆବେଦନ ୧୯୯୦ରେ ପ୍ରଚଳିତ ନିୟମ ଅନୁଯାୟୀ  ବିଚାର କରାଯିବ । ଏହାଦ୍ୱାରା ୨୦୨୦ର ନିୟମ  ଲାଗୁହେବା ପୂର୍ବରୁ ଯେଉଁ କର୍ମଚାରୀଙ୍କ ମୃତ୍ୟୁ ଘଟିଛି,  ସେମାନଙ୍କ ପରିବାର ପାଇଁ ୧୯୯୦ ନିୟମ ଅନୁସାରେ  ନିଯୁକ୍ତି ମିଳିବ ।  ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି,  ପୁନର୍ବାସ ଥଇଥାନ ନୀତିରେ ନୂଆ ନିୟମ ଆଣିଥିବାରୁ  ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ କ୍ୟାବିନେଟକୁ ଧନ୍ୟବାଦ । ବହୁ  ପୀଡ଼ିତ ପରିବାର ଖୁସି ହେବେ ଏବଂ ଆଶୀର୍ବାଦ ଦେବେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.