ଭୁବନେଶ୍ୱର,୦୩/୧୦: ଦକ୍ଷିଣ ପୂର୍ବ ବାଂଲାଦେଶ ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆସନ୍ତା ୪ ତାରିଖ ସୁଦ୍ଧା ଉତ୍ତର ବଙ୍ଗୋପସାଗର ସଂଲଗ୍ନ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ ସୃଷ୍ଟିର ସମ୍ଭାବନା ଅଛି । କିନ୍ତୁ ଏହା ଅବପାତ ବା ବାତ୍ୟାରେ ପରିଣତ ହେବାର ସମ୍ଭାବନା ନାହିଁ । ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏହି ପୂର୍ବାନୁମାନ କରିଛନ୍ତି ।
ଶ୍ରୀ ମହାପାତ୍ର କହିଛନ୍ତି, ଏବେ ପ୍ରଶାନ୍ତ ମହାସାଗରରେ ନିଉଟ୍ରାଲ ଏଲ ନିନୋ ସ୍ଥିତି ରହିଛି । ଅକ୍ଟୋବର ବା ନଭେମ୍ବର ସୁଦ୍ଧା ଲା-ନିନା ସ୍ଥିତି ରହିପାରେ । ଫଳରେ ଉତ୍ତର ଭାରତରେ ତାପମାତ୍ରା ସ୍ୱାଭାବିକଠାରୁ କମ୍ ରହିବ । ଅଧିକ ଥଣ୍ଡା ଅନୁଭୂତ ହୋଇପାରେ । ଆରମ୍ଭରୁ ଲା-ନିନା ସ୍ଥିତି ଦୁର୍ବଳ ରହିପାରେ ବୋଲି ସେ କହିଛନ୍ତି । ସେହିଭଳି ଡପଲର ରାଡାର ପାଇଁ ଅର୍ଡର ଦିଆସରିଛି । ୨୦୨୫ ସୁଦ୍ଧା ବାଲେଶ୍ୱର ଓ ସମ୍ବଲପୁରରେ ଏହା ଲାଗିଯିବ ବୋଲି ସୂଚନା ଦେଇଛନ୍ତି।