ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ଅଦୃଶ୍ୟ ହୋଇଯିବ ମଣିଷ, ଆର୍ମି ଗାଡ଼ିଠୁ ଫାଇଟର ଜେଟ୍‌ ସବୁକିଛି ଚୁଟ୍‌କିରେ ହୋଇଯିବ ଗାଏବ୍

Published By : Swapna Ray | November 29, 2024 11:31 AM

ନୂଆଦିଲ୍ଲୀ, ୨୯।୧୧: ଶତ୍ରୁକୁ ଦେବ ଚକ୍‌ମା । ଆକ୍ରମଣ କରିବା ମାତ୍ରେ, ସଙ୍ଗେ ସଙ୍ଗେ ଉଭାନ୍ ହୋଇଯିବେ । ଆସିଲା ମ୍ୟାଜିକ୍ କପଡ଼ା । ଭାରତୀୟ ସୈନ୍ୟ ପାଲଟିବେ ମିଷ୍ଟର ଇଣ୍ଡିଆ । ମଣିଷ ଉଭାନ୍ ହୋଇଯାଉଥିବା ଭଳି ମ୍ୟାଜିକ୍ ବସ୍ତୁ ଆମେ କେବଳ ଚଳଚ୍ଚିତ୍ରରେ ଦେଖିଛନ୍ତି । କିନ୍ତୁ, ବାସ୍ତବରେ ଏଭଳି ମ୍ୟାଜିକ୍ ବସ୍ତୁ କ’ଣ ତିଆରି କରିବା ସମ୍ଭବ । ହଁ, ଆଜ୍ଞା ଏଭଳି ସ୍ୱତନ୍ତ୍ର କପଡ଼ା ପ୍ରସ୍ତୁତ କରିବାରେ ସଫଳ ହୋଇଛି ଆଇଆଇଟି କାନପୁର । ଯାହା ପଛରେ ମଣିଷ ହେଉ କି ଯେ କୌଣସି ବସ୍ତୁ ରହିଲେ ସବୁକିଛି ଅଦୃଶ୍ୟ ହୋଇଯିବ । ଯଦି ଭାରତୀୟ ସୈନ୍ୟବାହିନୀ ଏହି ସ୍ୱତନ୍ତ୍ର କପଡ଼ା ଉପଯୋଗ କରିବ, ତେବେ ସବୁ ସୈନ୍ୟ ମିଷ୍ଟର ଇଣ୍ଡିଆ ହୋଇଯିବେ । ସେତିକି ନୁହେଁ, ଏହି କପଡ଼ା ପଛପଟେ ଅତ୍ୟାବଶ୍ୟକ ଅସ୍ତ୍ର ମଧ୍ୟ ଲୁଚି ରହିବ । ତେବେ ଏ କପଡ଼ା କେମିତି ସମସ୍ତଙ୍କୁ ଗାଏବ୍ କରୁଛି ? ଏହା ପଛରେ ସତରେ କ’ଣ କୌଣସି ମ୍ୟାଜିକ୍ ରହିଛି ? କହିରଖୁ କି, ଏହା ଏକ ମେଟାମ୍ୟାଟେରିଆଲ ସର୍‌ଫେସ କ୍ଲୋକିଙ୍ଗ୍‌ ସିଷ୍ଟମ୍‌, ଯାହା ଆମ ସୈନ୍ୟବାହିନୀ, ବିମାନ ଓ ଡ୍ରୋନ୍‌କୁ ଶତ୍ରୁଠୁ ରକ୍ଷା କରିପାରିବ । 

ଏହି ମ୍ୟାଜିକ୍ କପଡ଼ା କେବଳ ମଣିଷକୁ ଗାଏବ କରିବ ତା’ ନୁହେଁ । ଏହି କପଡ଼ାର ବିଶେଷତ୍ୱ ହେଉଛି, ଶତ୍ରୁର ରାଡାର ଏହାକୁ ଧରିପାରିବ ନାହିଁ । ସାଟେଲାଇଟ୍‌ ମଧ୍ୟ ଚିହ୍ନଟ କରିପାରିବ ନାହିଁ । ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ, ଏହାକୁ ଇନ୍‌ଫ୍ରାରେଡ୍‌ କ୍ୟାମେରା, ଉଣ୍ଡ୍‌ ସେନ୍‌ସର ଓ ଥର୍ମାଲ ଇମେଜର ଦ୍ୱାରା ମଧ୍ୟ ଦେଖିହେବ ନାହିଁ । ଅର୍ଥାତ୍‌ ଏହି କପଡ଼ା ପଛରେ କ’ଣ ଅଛି, କେହି ଜାଣିପାରିବେ ନାହିଁ । ଏହି କପଡ଼ାରୁ ଆର୍ମି ଗାଡ଼ିର କଭର୍‌, ସୈନିକଙ୍କ ୟୁନିଫର୍ମ କିମ୍ବା ବିମାନ କଭର୍‌ ମଧ୍ୟ ପ୍ରସ୍ତୁତ କରାଯାଇପାରିବ । ଏହା ସମ୍ପୂର୍ଣ୍ଣ ରୂପେ ସ୍ୱଦେଶୀ । ବିଦେଶରୁ ଆସୁଥିବା ସର୍‌ଫେସ କ୍ଲୋକିଙ୍ଗ୍‌ ସିଷ୍ଟମ୍‌ଠୁ ୬-୭ ଗୁଣ ଅଧିକ ଶସ୍ତା । ଆଇଆଇଟି କାନପୁରର ନିର୍ଦ୍ଦେଶକ ପ୍ରଫେସର ମନିନ୍ଦ୍ର ଅଗ୍ରୱାଲ ଏହି ଉପକରଣର ଉଦ୍‌ଘାଟନ କରିଛନ୍ତି । ପ୍ରତିଷ୍ଠାନରେ ଅନୁଷ୍ଠିତ ଷ୍ଟାର୍ଟଅପ୍‌ ପ୍ରଦର୍ଶନୀରେ ମଧ୍ୟ ଏହାକୁ ପ୍ରଦର୍ଶନ କରାଯାଇଛି । ଶତ୍ରୁର ଅନେକ କୌଶଳକୁ ଏହା ଜରିଆରେ ବିଫଳ କରାଯାଇପାରିବ । ଆଇଆଇଟିର ୩ ଜଣ ବୈଜ୍ଞାନିକ କୁମାର ବୈଭବ ଶ୍ରୀବାସ୍ତବ, ଅନନ୍ତ ରାମକୃଷ୍ଣନ୍‌ ଓ ଜେ.ରାମକୁମାର ଏହି ମେଟାମ୍ୟାଟେରିଆଲକୁ ପ୍ରସ୍ତୁତ କରିଛନ୍ତି । ଏହାକୁ ପ୍ରସ୍ତୁତ କରିବାକୁ ୨୦୧୮ ମସିହାରେ ଆବେଦନ କରାଯାଇଥିଲା । ଏବେ ଏହାକୁ ଅନୁମତି ମିଳିଛି । 

ଗତ ୬ ବର୍ଷ ହେଲା ଭାରତୀୟ ସୈନ୍ୟବାହିନୀରେ ଏହି କୌଶଳର ପରୀକ୍ଷଣ ଚାଲିଥିଲା । କୁମାର ବୈଭବ ୨୦୧୦ ମସିହାରେ ଏ କ୍ଷେତ୍ରରେ କାମ ଆରମ୍ଭ କରିଥିଲେ । ଭାରତୀୟ ସେନା ଏଭଳି ଏକ ଟେକ୍ନୋଲୋଜି ଖୋଜୁଥିଲା, ଯାହା ଏବେ ସତ ହୋଇଛି । ଏହା ଯେ କୌଣସି ପ୍ରକାର ଇମେଜିଂ ପ୍ରକ୍ରିୟାକୁ ରୋକିବାରେ ସକ୍ଷମ ହେବ । ଅନୁମତି ମିଳିଲେ, ଭାରତୀୟ ସେନାକୁ ବର୍ଷକ ମଧ୍ୟରେ ଏହି ଉପକରଣ ଦେବାକୁ ଇଚ୍ଛୁକ ଥିବା ମେଟାତତ୍ତ୍ୱ କମ୍ପାନିର ଏମ୍‌ଡି ଓ ପୂର୍ବ ଏୟାର ଭାଇସ୍‌ ମାର୍ଶଲ ପ୍ରବୀଣ ଭଟ୍ଟ କହିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.