ପ୍ରମୂଖ ଖବର
  • ବାଲେଶ୍ବର : OSSC ପରିଚାଳିତ ପରୀକ୍ଷାର ପ୍ରଶ୍ନପତ୍ର ସିଲ୍‌ ଖୋଲାଥିବା ଛାତ୍ରଛାତ୍ରୀଙ୍କ ଅଭିଯୋଗ, ଖଣ୍ଡନ କଲେ କର୍ତ୍ତୃପକ୍ଷ
  • ||
  • ଧର୍ମଗଡ଼ : କେନାଲ ପାଣି ଦାବିରେ ତାତିଲେ ଚାଷୀ, ଧର୍ମଗଡ ତମ୍ବାଛଡା ମୁଖ୍ୟ ରାସ୍ତା ଅବରୋଧ
  • ||
  • ଭୁବନେଶ୍ବର : ମିଠା ଦୋକାନୀଙ୍କୁ ଦାଦାବଟି ମାଗିଲା ଜେଲ ଫେରନ୍ତା, ଅଭିଯୁକ୍ତ ଗିରଫ
  • ||
  • ଖୋର୍ଦ୍ଧା : ପାଣିରେ ଭାସୁଛି ବ୍ୟକ୍ତିଙ୍କ ଗଳିତ ମୃତଦେହ, ପରିଚୟ ଅସ୍ପଷ୍ଟ
  • ||
  • ଆଜିଠୁ ଅନଲାଇନରେ ପଞ୍ଜୀକରଣ କରିପାରିବେ ହବିଷ୍ୟାଳି, ଶାରୀରିକ ଓ ମାନସିକ ଭାବେ ଅସୁସ୍ଥ ଥିଲେ ମିଳିବନି ଅନୁମତି
  • ||
  • ଧର୍ମଗଡ : ଅଜଣା ଗାଡ଼ି ଧକ୍କାରେ ବ୍ୟକ୍ତିଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଆନନ୍ଦପୁର : ଗଣେଶ ପୂଜା ବିସର୍ଜନ ବେଳେ ଢେଲା ମାଡକୁ ନେଇ ଉତ୍ତେଜନା ଘଟଣା, ୨ ଗିରଫ
  • ||
  • ବାସୁଦେବପୁରର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ମଦ ଜବତ, ୫ ଗିରଫ
  • ||
  • ଛତ୍ରପୁର : ରୁଟି ବ୍ୟବସାୟୀଙ୍କୁ ପଛପଟୁ ଧକ୍କା ଦେଲା ଅଜଣା ଗାଡି, ଜଣେ ଗୁରୁତର
  • ||
  • ରବିବାର ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମାଓ ମୁକାବିଲା ସମୀକ୍ଷା ବୈଠକରେ ହେବେ ସାମିଲ
  • ||
  • ଜଗତସିଂହପୁରରେ ମୂର୍ତ୍ତି ଚୋରୀ ରାକେଟ ସକ୍ରିୟ, ଜଣେ ଅଭିଯୁକ୍ତ ଏବଂ ତାଙ୍କ ମା ଅଟକ
  • ||
  • କୋଣାର୍କ : ମୃତଦେହକୁ ଘରକୁ ନେବାକୁ ମିଳିଲାନି ଆମ୍ୱୁଲାନ୍ସ, ଟ୍ରଲିରେ ବୁହା ହେଲା ଶବ
  • ||
  • ସୋମବାର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ନକ୍ସଲ ମୁକାବିଲା ବୈଠକ, ଯୋଗଦେବେ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ
  • ||
  • କଣ୍ଟାବାଞ୍ଜି : ବେଆଇନ କ୍ଲିନିକ ଖୋଲି ଚିକିତ୍ସା କରୁଥିଲେ ନକଲି ଡାକ୍ତର, ଅଭିଯୁକ୍ତ ଗିରଫ
  • ||
  • ଅକ୍ଟୋବର ହେଲାଣି ଖରା ଦିନ ଯାଉନି, ଅସ୍ୱାଭାବିକ ପାଣିପାଗରେ ସମସ୍ତେ ନାକେଦମ୍‌: ୧୪ ଯାଏଁ ବିଶେଷ ବର୍ଷା ନାହିଁ
  • ||

ଜଗତସିଂହପୁରରେ ମୂର୍ତ୍ତି ଚୋରୀ ରାକେଟ ସକ୍ରିୟ, ଜଣେ ଅଭିଯୁକ୍ତ ଏବଂ ତାଙ୍କ ମା ଅଟକ

ଜଗତସିଂହପୁର,୦୬/୧୦: ଜଗତସିଂହପୁର ଜିଲାରେ ମୂର୍ତ୍ତି ଚୋରି ରାକେଟ ସକ୍ରିୟ ହୋଇ ଉଠିଛି । ଏହି ମୂର୍ତ୍ତୀ ଚୋରିରେ ୩ ଭାଇ ଲିପ୍ତ ଥିବାବେଳେ ଚଢେଇ ଗାଁ ରେ ଗତକାଲି ଜଗତସିଂହପୁର ସଦର ପୋଲିସ ଚଢ଼ାଉ କରି ଜଣେ ମୂର୍ତ୍ତୀ ଚୋର ଓ ତାର ବୃଦ୍ଧା ମାଆଙ୍କୁ ଅଟକ ରଖିଥିବା ସହ ଅଭିଯୁକ୍ତ ଘରୁ ୫୦ରୁ ଉର୍ଦ୍ଧ୍ୱ ବିଭିନ୍ନ ଧାତୁର ମୂର୍ତ୍ତୀ ସହ ପିତଳ ନାଗ ମୂର୍ତ୍ତୀ, ଘଣ୍ଟ ଓ ଅନ୍ୟାନ୍ୟ ବହୁ ମୂଲ୍ୟବାନ ସାମଗ୍ରୀ ଜବତ କରିଛି । ଚୋର ତିନିଜଣ ବରଦା ପ୍ରସନ୍ନ ଆଚାର୍ଯ୍ୟ, ଅନ୍ନଦା ପ୍ରସନ୍ନ ଆଚାର୍ଯ୍ୟ ଏବଂ ସାରଦା ଆଚାର୍ଯ୍ୟ ବୋଲି ଜଣାପଡ଼ିଛି । ତନ୍ମଧ୍ୟରୁ ସାରଦା ଆଚାର୍ଯ୍ୟ ଏବଂ ତାଙ୍କ ମାଙ୍କୁ ଅଟକ ରଖିଛି ପୋଲିସ । 

ସୂଚନା ମୁତାବକ, ଅକ୍ଟୋବର ୪ ତାରିଖରେ ଚଢେଇ ଗାଁର ଦୁଇ ଭାଇ ବରଦା ପ୍ରସନ୍ନ ଆଚାର୍ଯ୍ୟ ଓ ଅନ୍ନଦା ପ୍ରସନ୍ନ ଆଚାର୍ଯ୍ୟ ଏକ ମନ୍ଦିରରୁ ଚୋରି କରୁଥିଲେ । ଏହି ସମୟରେ ଗ୍ରାମବାସୀଙ୍କ ସହଯୋଗରେ ସେମାନଙ୍କୁ ପୋଲିସ ଗିରଫ କରିଥିଲା । ତେବେ ରବିବାର ପୋଲିସ ଚଢେଇ ଗାଁ ସ୍ଥିତ ସେମାନଙ୍କ ଘର ଉପରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କା ମୂଲ୍ୟର ବିଭିନ୍ନ ଧାତୁ ନିର୍ମିତ ମୂର୍ତ୍ତୀ ସହ ପିତ୍ତଳ ନାଗ ମୂର୍ତ୍ତୀ, ଘଣ୍ଟ ବାସନ କୁସନ ଆଦି ଜବତ କରିଛି । ଅଭିଯୁକ୍ତ ମାନଙ୍କର ବଡ଼ ଭାଇ ସାରଦା ଆଚାର୍ଯ୍ୟକୁ ଓ ତାଙ୍କ ମାଆଙ୍କୁ ଥାନାକୁ ଆଣି ଅଟକ ରଖିବା ସହ ତଦନ୍ତ ଚଳାଇଛି ପୋଲିସ । 

ଅଭିଯୁକ୍ତ ୩ଭାଇ ଜିଲ୍ଲା ତଥା ଜିଲ୍ଲା ବାହାରୁ ବିଭିନ୍ନ ମନ୍ଦିରରୁ ମୂର୍ତ୍ତୀ ଚୋରି କରି ଆସୁଥିଲେ । ଏମାନଙ୍କ ସହିତ ଆଉ କିଛି ସହଯୋଗୀ ରହିଥିବାର ତଦନ୍ତରୁ ଜଣାପଡ଼ିଛି । ଏମାନେ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ମନ୍ଦିରରୁ ଦୀର୍ଘ ବର୍ଷ ହେଲା ବହୁ ମୂଲ୍ୟବାନ ମୂର୍ତ୍ତୀ ଚୋରି କରି ସେହୁଡ଼ିକୁ ବାହାରକୁ ଚୋରା ଚାଲାଣ କରିବାରେ ଲିପ୍ତ ଥିଲେ ବୋଲି ଜଣାପଡ଼ିଛି । ଏମାନଙ୍କ ସହିତ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେ ବାବଦରେ ପୋଲିସ ତଦନ୍ତ ଚଳାଇଛି ।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.