ପ୍ରମୂଖ ଖବର
  • ମନ୍ତ୍ରୀଙ୍କ ଓଏସ୍‌ଡି, ବ୍ୟକ୍ତିଗତ ସଚିବ ନିଯୁକ୍ତି ପାଇଁ ମାର୍ଗଦର୍ଶିକା: ସିସିଆର୍‌ ଭଲ ନ ଥିଲେ ମିଳିବନି ନିଯୁକ୍ତି
  • ||
  • ଅକ୍ଟୋବର୧୦ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ, ଖୋଲା ଜିପ୍‌ରେ ବସି ଜଙ୍ଗଲ ସଫାରୀର ମଜା ନେବେ ପର୍ଯ୍ୟଟକ
  • ||
  • ଭିଜିଲାନ୍ସ ପଞ୍ଝାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବରିଷ୍ଠ ଅଧିକାରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍
  • ||
  • ଫ୍ଲୋରିଡାରୁ ସ୍ପେସ୍‌ଏକ୍ସ ଫାଲକନ୍‌ ରକେଟ୍‌ର ସଫଳ ଲଞ୍ଚ୍, ଗ୍ରହାଣୁ ଉପରେ ଅଧ୍ୟୟନ କରିବ ‘ହେରା ମିଶନ’
  • ||
  • ମଙ୍ଗଳବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ, କାର୍ତ୍ତିକ ମାସ ନୀତି ନିର୍ଘଣ୍ଟରେ ଲାଗିବ ମୋହର
  • ||
  • ମଙ୍ଗଳବାର ଜମ୍ମୁ-କାଶ୍ମୀର ଏବଂ ହରିଆଣା ଭୋଟ ଗଣତି, ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟହୋଇଯିବ ଜନମତ ଚିତ୍ର
  • ||

ପଣ୍ୟ ପରିଚାଳନାରେ ପାରାଦୀପ ବନ୍ଦରର ରେକର୍ଡ, ଅକ୍ଟୋବର ୬ ସୁଦ୍ଧା ୭୫.୧୭ ମିଲିୟନ ମେଟ୍ରିକ୍‌ ଟନ୍‌ ମାଲ୍‌ ପରିବହନ

ପାରାଦୀପ,୦୮/୧୦: ପାରାଦୀପ ବନ୍ଦର ପ୍ରାଧିକରଣ ନିଜ  ଉତ୍ସର୍ଗୀକୃତ ମନୋଭାବ ଓ କାର୍ଯ୍ୟଦକ୍ଷତା ପାଇଁ ପଣ୍ୟ ପରିଚାଳନାରେ ଗୋଟିଏ ପରେ ଗୋଟିଏ ରେକର୍ଡ ସୃଷ୍ଟି କରି ଚାଲିଛି । ବନ୍ଦର କର୍ତ୍ତୃପକ୍ଷ ରବିବାର ଏକ  ନୂତନ କୀର୍ତ୍ତିମାନ ସ୍ଥାପନ  କରିଛନ୍ତି । ଅକ୍ଟୋବର ୬  ସୁଦ୍ଧା, ବନ୍ଦର ଚଳିତ ଆର୍ଥିକ  ବର୍ଷରେ ୭୫.୧୭ ମିଲିୟନ  ମେଟ୍ରିକ୍‌ ଟନ୍‌ (ଏମ୍‌ଏମ୍‌ଟି) ମାଲ୍‌ ପରିବହନ କରିଛି । ଯାହା ପୂର୍ବ  ଆର୍ଥିକ ସମୟ ସୀମାର ୧୨ ଦିନ ପୂର୍ବରୁ ଏହି ମାଇଲ୍‌ଖୁଣ୍ଟ ସ୍ଥାପନ  ହୋଇଛି । ଏହି ଉଲ୍ଲେଖନୀୟ ସଫଳତା ପାଇଁ ବନ୍ଦର ଅଧ୍ୟକ୍ଷ  ପି.ଏଲ୍‌. ହରନାଦ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି । ସାମୁଦ୍ରିକ  ଶିଳ୍ପରେ ପାରାଦୀପ ବନ୍ଦର ନୂତନ ମାଇଲ୍‌ଖୁଣ୍ଟ ସ୍ଥାପନ କରିବାକୁ  ଅଗ୍ରସର ହେଉଥିବା ଅଧ୍ୟକ୍ଷ ଶ୍ରୀ ହରନାଦ ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.