ପ୍ରମୂଖ ଖବର
  • ଗଞ୍ଜାମ : ଅଦିନିଆ ବର୍ଷାରେ ଉଜୁଡ଼ିଗଲା ଚାଷ, ଚିନ୍ତାରେ ପଡ଼ି ଜୀବନ ହାରିଲେ ଚାଷୀ
  • ||
  • ଆସନ୍ତା ଶିକ୍ଷାବର୍ଷରୁ କଲେଜରେ ଛାତ୍ର ସଂସଦ ନିର୍ବାଚନ,ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ନୟାଗଡ଼ : ରାସ୍ତା ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||
  • କେନ୍ଦୁଝର : ଅର୍ଥାଭାବରୁ ଆତ୍ମହତ୍ୟା କଲେ ବିଧବା ମହିଳା, ବେସାହାରା ହେଲେ ସନ୍ତାନ
  • ||
  • ବଲାଙ୍ଗୀର : ଦୁର୍ଗାପାଲି ଗାଁରେ ଅଘଟଣ, ଜଳିଗଲା ୪ ଏକର ଜମିର ଧାନ ଗଦା
  • ||
  • ବୌଦ୍ଧ : ଟ୍ରକ୍‌ରୁ ଖସିଲା ଲୁହା ଇଲେକ୍ଟ୍ରି ପୋଲ୍‌, ଅଳ୍ପକେ ବର୍ତ୍ତିଲେ ଲୋକେ
  • ||
  • ଗଞ୍ଜାମ : ଝୁଲନ୍ତା ଅବସ୍ଥାରେ ବିବାହିତ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଏଆର୍‌ଆଇଙ୍କ ଘରେ ପଶିଲା ଭିଜିଲାନ୍ସ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ନୀଳଗିରି : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ହେକ୍ଟର ହେକ୍ଟର ପରିବା ଚାଷ ନଷ୍ଟ
  • ||
  • ପାକିସ୍ତାନର ଏୟାରଷ୍ଟ୍ରାଇକ୍‌ରେ ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି, ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା
  • ||
  • ବର୍ଡର-ଗାଭାସ୍କର ଟ୍ରଫି, ମେଲବର୍ଣ୍ଣରେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ, ଓ୍ବିକେଟ୍ ସନ୍ଧାନରେ ଭାରତ
  • ||
  • ଆଠମଲ୍ଲିକ : ଅଦିନିଆ ବର୍ଷା ଦେଇଗଲା ଦୁଃଖ, ଧାନ ବିଲରେ ଜମି ରହିଛି ପାଣି
  • ||
  • ଆଜିଠୁ ବର୍ଷା କମିବ, ୨୭ରୁ ପୁଣି ବଢ଼ିବ: ପଶ୍ଚିମା ବାୟୁ ପାଇଁ ଉତ୍ତର-ପଶ୍ଚିମ ଓଡ଼ିଶାରେ ବର୍ଷା ଆଶଙ୍କା
  • ||
  • ମେଘୁଆ ପାଗ ପରେ ସୁବର୍ଣ୍ଣପୁରରେ ଶୀତ ଲହରୀ ଆରମ୍ଭ
  • ||

୨୦୨୫ଚାମ୍ପିୟନ୍ସ ଟ୍ରଫିକୁ ନେଇ ଆଜି ଆଇସିସି ଶୁଣାଇବ ନିଜ ନିଷ୍ପତ୍ତି, ଜାଣନ୍ତୁ କେଉଁ କାରଣରୁ ଫସିଛି

Published By : Prameya | December 11, 2024 5:04 PM

ନୂଆଦିଲ୍ଲୀ,୧୧/୧୨ :  ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ ବି ଭାବି ନ ଥିବ ୮ବର୍ଷ ପରେ ଚାମ୍ପିୟନ୍ସ ଟ୍ରଫି ଫେରାଇଆଣିବା ନିଷ୍ପତ୍ତି ୨୦୨୪ର ସବୁଠାରୁ ବିବାଦୀୟ ବିଷୟରୁ ଗୋଟିଏ ହୋଇଯିବ । ପାକିସ୍ତାନକୁ ଟୁର୍ଣ୍ଣାମେଣ୍ଟର ଆୟୋଜନ ଲାଗି ବହୁ ଟଙ୍କା ଆବଣ୍ଟିତ କରାଯାଇଥିଲା । କିନ୍ତୁ ଏହି ବିଶ୍ବ ସ୍ତରୀୟ ପ୍ରସ୍ତୁତି ମଧ୍ୟରେ ବିସିସିଆଇ ନିଜ ଟିମକୁ ପାକିସ୍ତାନ ପଠାଇବାକୁ ସିଧା ସଳଖ ମନା କରିଦେଇଥିଲା । ଆଇସିସି ଏବେ ପର୍ଯ୍ୟନ୍ତ ଗୋଟିଏ ନୁହେଁ ବରଂ ୨ଥର ବୈଠକକୁ ସ୍ଥଗିତ କରି ସାରିଛି ଏବଂ ଆଜି ତଥା ବୁଧବାର ଚାମ୍ପିୟନ୍ସ ଟ୍ରଫି ଉପରେ ଶେଷ ନିଷ୍ପତ୍ତି ଶୁଣାଯିବାକୁ ଅଛି ।

ଚାମ୍ପିୟନ୍ସ ଟ୍ରଫିରେ ବ୍ରଡ଼କାଷ୍ଟର୍ସର କୋଟି କୋଟି ଟଙ୍କା ଫସିକି ଅଛି । ଏଭଳି ସ୍ଥଳେ ଭାରତୀୟ ଟିମର ବ୍ରାଣ୍ଡ ଭେଲ୍ୟୁ ଏବଂ ଫ୍ୟାନବେଶକୁ ଦେଖି ଆଇସିସି ନିକଟରେ ବିକଳ୍ପ ନଥିଲା କି ସେ ଭାରତକୁ ଚାମ୍ପିୟନ୍ସ ଟ୍ରଫିରୁ ବାହାର କରି ଦେବ । ବିଶେଷ କରି ଯଦି ଆମେ ଦେଖିବା ତେବେ ଏହି ମାମଲା ହାଇବ୍ରିଡ ମଡେଲରେ ଅଟକି ରହିଛି । କିନ୍ତୁ ପାକିସ୍ତାନ କୌଣସି ପରିସ୍ଥିତିରେ ପଛକୁ ହଟିବାକୁ ପ୍ରସ୍ତୁତ ନୁହେଁ । ପ୍ରକାଶ ଯେ, ପାକିସ୍ତାନ କ୍ରିକେଟ ବୋର୍ଡ଼ ହାଇବ୍ରିଡ଼ ମଡେଲ ମାନିବାକୁ ପ୍ରସ୍ତୁତ ଅଛି, କିନ୍ତୁ ତାର ଗୋଟିଏ ସର୍ତ ସବୁ କିଛି ଅଟକାଇଛି । 

ପାକିସ୍ତାନର ସର୍ତ ଏହା କି ଯଦି ଚାମ୍ପିୟନ୍ସ ଟ୍ରଫ ହାଇବ୍ରିଡ ମଡେଲରେ କରାଯାଏ । ଏଭଳି ସ୍ଥଳରେ ପିସିବି ଚାହୁଁଛି କି ୨୦୩୧ପର୍ଯ୍ୟନ୍ତ ଭାରତରେ ଯାହା ବି ଆଇସିସି ଇଭେଣ୍ଟ ହେବ ସେଥିରେ ପାକିସ୍ତାନ ଲାଗି ବି ହାଇବ୍ରିଡ ମଡେଲ ଲାଗୁ ହେବା ଆବଶ୍ୟକ । ପିସିବି ପକ୍ଷରୁ ହାଇବ୍ରିଡ ମଡେଲ ମାଧ୍ୟମରେ ଦୁବାଇକୁ ‘ନ୍ୟୁଟ୍ରଲ ଭେନ୍ୟୁ’ କହି ସମ୍ବୋଧିତ କରାଯାଇଛି । ଏହାର ଅର୍ଥ ସଫା ଅଛି କି ଭାରତ ଏବଂ ପାକିସ୍ତାନ ଜଣେ ଅନ୍ୟ ଜଣେ ପାଖକୁ ଗସ୍ତ କରିବେ ନାହିଁ ।  ଫଳରେ ତାଙ୍କ ମ୍ୟାଚ୍ ଦୁବାଇରେ କରାଯିବ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.