ଠାଣେ – ପୂର୍ବତନ ଭାରତୀୟ କ୍ରିକେଟର ବିନୋଦ କାମ୍ୱଲୀଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଛି। କୁହାଯାଉଛି ଯେ, ତାଙ୍କର ସ୍ଥିତି ଖୁବ୍ ଗୁରୁତର ଥିଲା। ଏଥିଯୋଗୁଁ କାମ୍ୱଲୀଙ୍କୁ ଠାଣେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ,ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ନିଶ୍ଚୟ ଅଛି, ହେଲେ ଏବେ ବି ଚିନ୍ତାଜନକ ରହିଛି।
କହି ରଖୁଛୁ କି କାମ୍ୱଲୀଙ୍କର ସ୍ୱାସ୍ଥ୍ୟ ଶନିବାର ଖୁବ୍ ଅଧିକ ବିଗିଡ଼ି ଯାଇ ଥିଲା। ଏହି ଦିନ ତାଙ୍କୁ ତତ୍କାଳ ଠାଣେର ଆକୃତି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କର ସ୍ଥିତିରେ ଏବେ ବି ସୁଧାର ଆସିନାହିଁ।
ଯଦି କାମ୍ୱଲୀଙ୍କ କ୍ରିକେଟ୍ କ୍ୟାରିୟର କଥା କହିବା ତ, ସେ ସଚିନଙ୍କ ସହ କୋଚ୍ ରମାକାନ୍ତ ଆଚରେକରଙ୍କ ମାର୍ଗଦର୍ଶନରେ ଶିବାଜୀ ପାର୍କରେ କ୍ରିକେଟ୍ ଖେଳୁ ଥିଲେ। ନିକଟରେ ମୁମ୍ୱାଇର ଶିବାଜୀ ପାର୍କରେ ଆଚରେକରଙ୍କ ସ୍ମାରକର ଉନ୍ମୋଚନ ହୋଇଥିଲା। ଏହି ପ୍ରୋଗ୍ରାମରେ ବିନୋଦ କାମ୍ୱଲୀ ନଜର ଆସି ଥିଲେ, ସେଠାରେ ତାଙ୍କ ସହ ତାଙ୍କର ଘନିଷ୍ଠ ବନ୍ଧୁ ସଚିନ ତେନ୍ଦୁଲକର ମଧ୍ୟ ଉପସ୍ଥିତ ଥିଲେ। ଏହି ସମୟରେ ମଧ୍ୟ କାମ୍ୱଲୀଙ୍କର ସ୍ୱାସ୍ଥ୍ୟ ଖୁବ୍ ଖରାପ ନଜର ଆସୁଥିଲା। ସେ ୫୨ବର୍ଷ ବୟସରେ ୭୫ ବୟସର ଦେଖା ଯାଉଥିଲେ।
କାମ୍ୱଲୀ ଟିମ୍ ଇଣ୍ଡିଆ ପାଇଁ ୧୯୯୧ରେ ୱାନଡେରୁ ଡେବ୍ୟୁ କରିଥିଲେ , ଯାହାକି ୨୦୦୦ରେ ଶେଷ ୱାନଡେ ଖେଳି ଥିଲେ। ୨୦୦୯ରେ କାମ୍ୱଲୀ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍କୁ ଅଲବିଦା କହି ଥିଲେ, ଯାହାକି ୨୦୧୧ରେ ଫାର୍ଷ୍ଟ କ୍ଲାସ୍ କ୍ରିକେଟ୍ରେ ଅବସର ଘୋଷଣା କରିଥିଲେ।
କାମ୍ୱଲୀ ଭାରତ ପାଇଁ ୧୭ଟି ଟେଷ୍ଟ ଓ ୧୦୪ ୱାନଡେ ଇଣ୍ଟରନ୍ୟାସନାଲ ମୁକାବିଲା ହିଁ ଖେଳି ଥିଲେ। ବାମ ହାତର ବ୍ୟାଟର କାମ୍ୱଲୀ ଟେଷ୍ଟରେ ୫୪.୨୦ ପ୍ରତିଶତରେ ୧୦୮୪ ରନ୍ କରିଛନ୍ତି। ଯେଉଁଥିରେ ୪ଟି ଶତକ ଓ ୩ଟି ଅର୍ଦ୍ଧଶତକ ସାମିଲ ଅଛି। ସେ ୱାନଡେ ଇଣ୍ଟରନ୍ୟାସନାଲରେ ୩୨.୫୯ର ଆଭରେଜ୍ରେ ୨୪୭୭ରନ୍ କରିଛନ୍ତି। ୱାନଡେ ଇଣ୍ଟରନ୍ୟାସନାଲରେ କାମ୍ୱଲୀଙ୍କ ବ୍ୟାଟ୍ରୁ ଦୁଇଟି ଶତକ ଓ ୧୪ଟି ଅର୍ଧଶତକ ବାହାରିଛି।