ଭୁବନେଶ୍ଵର, ୨୭/୧୧ : କାର୍ଯ୍ୟରେ ଯୋଗ ଦେଲେ ଆଇଏଏସ୍ ସୁଜାତା କାର୍ତ୍ତିକେୟନ। ଅର୍ଥ ବିଭାଗର ସ୍ଵତନ୍ତ୍ର ସଚିବ ଭାବେ ସେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ୬ ମାସ ଛୁଟିରୁ ଫେରିବା ପରେ ଆଜି (ବୁଧବାର) କାର୍ଯ୍ୟରେ ଯୋଗ ଦେଇଛନ୍ତି। ଗତକାଲି ସୁଜାତାଙ୍କ ସାନି ଛୁଟି ଆବେଦନ ସରକାର ଅଗ୍ରାହ୍ୟ କରିଥିଲେ। କାର୍ଯ୍ୟରେ ଯୋଗ ଦେବାକୁ ପରାମର୍ଶ ଦେଇଥିଲେ। ଆଉ ୬ ମାସ ଛୁଟିରେ ରହିବାକୁ ଆବେଦନ କରିଥିଲେ ସୁଜାତା।
ସୂଚନାଯୋଗ୍ୟ, ସୁଜାତା କାର୍ତ୍ତିକେୟନ୍ ତାଙ୍କ ସନ୍ତାନର ଯତ୍ନ ନେବାକୁ ଦର୍ଶାଇ ଗତ ମେ ୩୧ରୁ ୬ ମାସ ଅର୍ଥାତ୍ ନଭେମ୍ବର ୨୬ ଯାଏ ଛୁଟି ନେଇଥିଲେ । ମଙ୍ଗଳବାର ତାଙ୍କର ଛୁଟି ସରୁଥିବା ବେଳେ ସେ ଗତ ୪ ତାରିଖରେ ଆଉ ଆଉ ୬ ମାସ ପାଇଁ ଛୁଟି ଅବଧି ବୃଦ୍ଧି କରିବାକୁ ଅନୁରୋଧ କରିଥିଲେ । ହେଲେ ଏହାକୁ ରାଜ୍ୟ ସରକାର ଖାରଜ କରିଥିଲେ। ଏଥିସହ ବୁଧବାର କାର୍ଯ୍ୟକ୍ଷେତ୍ରରେ ଯୋଗ ଦେବାକୁ ପରାମର୍ଶ ଦେଇଥିଲେ। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଚିଠି କରାଯାଇଥିଲା।