ଭୁବନେଶ୍ଵର, ୨୭/୧୧ : ଜଙ୍ଗଲୀ ପଶୁଙ୍କୁ ମାରିବାକୁ କରେଣ୍ଟ ବ୍ୟବହାର କରୁଥିଲେ ସାବଧାନ୍। ଘରୁ କଟାଯିବ ବିଦ୍ୟୁତ୍ ସଂଯୋଗ। ବିଧାନସଭାରେ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂ ଦେଓ। କରେଣ୍ଟ ଦ୍ୱାରା ହେଉଥିବା ହାତୀ ଓ ବାରାହା ଶିକାର ରୋକିବା ପାଇଁ ସମସ୍ତ ବିଧାୟକଙ୍କ ସହଯୋଗ ଲୋଡ଼ିଲେ ଉପମୁଖ୍ୟମନ୍ତ୍ରୀ।
ଜଙ୍ଗଲୀ ଜନ୍ତୁଙ୍କ ଦାଉରୁ ଫସଲ ରକ୍ଷା କରିବା ପାଇଁ କିମ୍ଵା ଜଙ୍ଗଲୀ ଜନ୍ତୁ ଶିକାର କରିବା ପାଇଁ ବିଦ୍ୟୁତ ଫାଶ ବ୍ୟବହାର କରାଯାଉଛି। ଯେଉଁଥିରେ ପଡ଼ି ଅନେକ ଜଙ୍ଗଲୀ ଜନ୍ତୁଙ୍କ ଜୀବନ ଯାଉଛି। ଏଭଳି ଅଘଟଣ ରୋକିବାକୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।