ପ୍ରମୂଖ ଖବର
  • ଗଞ୍ଜାମ : ଅଦିନିଆ ବର୍ଷାରେ ଉଜୁଡ଼ିଗଲା ଚାଷ, ଚିନ୍ତାରେ ପଡ଼ି ଜୀବନ ହାରିଲେ ଚାଷୀ
  • ||
  • ଆସନ୍ତା ଶିକ୍ଷାବର୍ଷରୁ କଲେଜରେ ଛାତ୍ର ସଂସଦ ନିର୍ବାଚନ,ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ନୟାଗଡ଼ : ରାସ୍ତା ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||
  • କେନ୍ଦୁଝର : ଅର୍ଥାଭାବରୁ ଆତ୍ମହତ୍ୟା କଲେ ବିଧବା ମହିଳା, ବେସାହାରା ହେଲେ ସନ୍ତାନ
  • ||
  • ବଲାଙ୍ଗୀର : ଦୁର୍ଗାପାଲି ଗାଁରେ ଅଘଟଣ, ଜଳିଗଲା ୪ ଏକର ଜମିର ଧାନ ଗଦା
  • ||
  • ବୌଦ୍ଧ : ଟ୍ରକ୍‌ରୁ ଖସିଲା ଲୁହା ଇଲେକ୍ଟ୍ରି ପୋଲ୍‌, ଅଳ୍ପକେ ବର୍ତ୍ତିଲେ ଲୋକେ
  • ||
  • ଗଞ୍ଜାମ : ଝୁଲନ୍ତା ଅବସ୍ଥାରେ ବିବାହିତ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଏଆର୍‌ଆଇଙ୍କ ଘରେ ପଶିଲା ଭିଜିଲାନ୍ସ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ନୀଳଗିରି : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ହେକ୍ଟର ହେକ୍ଟର ପରିବା ଚାଷ ନଷ୍ଟ
  • ||
  • ପାକିସ୍ତାନର ଏୟାରଷ୍ଟ୍ରାଇକ୍‌ରେ ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି, ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା
  • ||
  • ବର୍ଡର-ଗାଭାସ୍କର ଟ୍ରଫି, ମେଲବର୍ଣ୍ଣରେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ, ଓ୍ବିକେଟ୍ ସନ୍ଧାନରେ ଭାରତ
  • ||
  • ଆଠମଲ୍ଲିକ : ଅଦିନିଆ ବର୍ଷା ଦେଇଗଲା ଦୁଃଖ, ଧାନ ବିଲରେ ଜମି ରହିଛି ପାଣି
  • ||
  • ଆଜିଠୁ ବର୍ଷା କମିବ, ୨୭ରୁ ପୁଣି ବଢ଼ିବ: ପଶ୍ଚିମା ବାୟୁ ପାଇଁ ଉତ୍ତର-ପଶ୍ଚିମ ଓଡ଼ିଶାରେ ବର୍ଷା ଆଶଙ୍କା
  • ||
  • ମେଘୁଆ ପାଗ ପରେ ସୁବର୍ଣ୍ଣପୁରରେ ଶୀତ ଲହରୀ ଆରମ୍ଭ
  • ||

ଅଭିନେତ୍ରୀରୁ ଉପସ୍ଥାପିକା ଯାତ୍ରା ନଥିଲା ସହଜ, କ୍ରିକେଟ ହୋଷ୍ଟ ହେବାପରେ ଭେଦଭାବର ଶିକାର ହୋଇଥିଲେ ମନ୍ଦିରା ବେଦୀ

Published By : Ankita S | December 1, 2024 10:28 AM

ମୁମ୍ବାଇ,୦୧/୧୨: ପ୍ରସିଦ୍ଧ ଅଭିନେତ୍ରୀ ତଥା କ୍ରିକେଟ ହୋଷ୍ଟ ମନ୍ଦିରା ବେଦୀ । ଆକ୍ଟିଙ୍ଗ୍ ହେଉ କି ଉପସ୍ଥାପନା ସବୁ ଥିଲେ ଚାରଚାନ୍ଦ ଲଗାଇ ଦିଅନ୍ତି । ନିକଟରେ ସେ ତାଙ୍କ ଜୀବନକୁ ନେଇ ଚକିତ କରିଦେବା ଭଳି କଥାର ଖୁଲାସା କରିଛନ୍ତି । ୨୦୦୩ ମସିହାରେ କ୍ରିକେଟ ବିଶ୍ବକପ ସମୟରେ ସେ ଭେଦଭାବର ଶିକାର ହୋଇଥିବା କହିଛନ୍ତି ।

ଟେଲିଭିଜନ ଓ ବଲିଉଡର ଜଣାଶୁଣା ଚେହେରା ମନ୍ଦିରା ବେଦୀ ଅଭିନୟ ସହିତ କ୍ରିକେଟ ହୋଷ୍ଟ ଭାବେ ବେଶ୍ ପ୍ରସିଦ୍ଧି ଲାଭ କରିଛନ୍ତି । ଟିଭି ସିରିଏଲ ସହ ଅନେକ ବଲିଉଡ ଫିଲ୍ମରେ ସାନଦାର ଭୂମିକା ନିଭାଇଥିବା ମନ୍ଦିରା ବେଦୀ ପରବର୍ତ୍ତୀ ସମୟରେ ଜଣେ ଦକ୍ଷ କ୍ରିକେଟ ଉପସ୍ଥାପକ ଭାବେ ସାମ୍ନାକୁ ଆସିଥିଲେ । ଯାହା ସମସ୍ତଙ୍କୁ ଚମକାଇ ଦେଇଥିଲା । ବର୍ତ୍ତମାନ ତୁଳନାରେ ପୂର୍ବରୁ ଖୁବ କମ୍ ମହିଳା କ୍ରିକେଟ ହୋଷ୍ଟ ଦେଖିବାକୁ ମିଳୁଥିଲେ । ମନ୍ଦିରା ବେଦୀ କେବଳ କ୍ରିକେଟ ହୋଷ୍ଟ କରୁନଥିଲେ ବରଂ ଏକ୍ସପର୍ଟ କାମ ମଧ୍ୟ ତୁଲାଉଥିଲେ । ମାତ୍ର ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମନ୍ଦିରା ବେଦୀଙ୍କୁ ପ୍ରଥମେ ଖେଳ ଜଗତରେ ଭେଦଭାବର ଶିକାର ହେବାକୁ ପଡିଥିଲା । ନିକଟରେ ମନ୍ଦିରା ବେଦୀ ଏକ ସାକ୍ଷାତକାର ଦେଇଥଲେ ଯେଉଁଥିରେ ଏହି ଖୁଲାସା କରିଛନ୍ତି । 

ଆକ୍ଟିଂରୁ ହୋଷ୍ଟିଂ ଯାତ୍ରା...

ମନ୍ଦିରାଙ୍କୁ ପିଲାଦିନୁ କ୍ରିକେଟ ସଉକ ଥିଲା । ସାଙ୍ଗଙ୍କ ସହିତ କ୍ରିକେଟ ବିଷୟରେ କଥା ହେଉଥିଲେ । ୨୦୦୨ରେ ଭାରତ- ଇଲଣ୍ଡକୁ ହରାଇ ଚମ୍ପିଆନ୍ସ ଟ୍ରଫି ସେମିଫାଇନାଲରେ ପ୍ରବେଶ କରିଥିଲା । ଏହି ମ୍ୟାଚ ଦେଖିବାକୁ ମନ୍ଦିରା ତାଙ୍କ ବନ୍ଧୁଙ୍କୁ ଟିକେଟ ମାଗିଥିଲେ ଏବଂ ଶ୍ରୀଲଙ୍କାର କଲୋମ୍ବୋ ମ୍ୟାଚ ଦେଖିବାକୁ ପହଞ୍ଚି ଯାଇଥିଲେ । ଏହି ସମୟରେ ଏକ ଘରୋଇ ଟିଭି ଚ୍ୟାନେଲର ମୁଖ୍ୟ ତାଙ୍କୁ ଦେଖିଥିଲେ । ଦୁହିଁଙ୍କ ମଧ୍ୟରେ କ୍ରିକେଟକୁ ନେଇ ଦୀର୍ଘ ସମୟ ଆଲୋଚନା ହୋଇଥିଲା । ଏହା ପରେ ମନ୍ଦିରାଙ୍କୁ ୨୦୦୩ କ୍ରିକେଟ ବିଶ୍ବକପ ହୋଷ୍ଟ କରିବାକୁ କଲ୍ ଆସିଥିଲା ।

ହଜାର ହଜାର ଝିଅ ଏ ନେଇ ଅଡିସନ ଦେଇଥିଲେ । ମାତ୍ର ମନ୍ଦିରା ବେଦୀଙ୍କୁ ହୋଷ୍ଟ କରିବାର ସୁଯୋଗ ମିଳିଥିଲା । କ୍ରିକେଟ ହୋଷ୍ଟ କରିବା ସହିତ ପ୍ୟାନେଲ ଆଲୋଚନାରେ ସାମିଲ ହେଉଥିଲେ ମନ୍ଦିରା । ପ୍ୟାନେଲେର ବସୁଥିବା ବଡ ବଡ ଲୋକଙ୍କୁ ଏହା ହଜମ ହେଲା ନାହିଁ । ସେ କିଛି ପ୍ରଶ୍ନ କରୁଥିଲେ ତାଙ୍କ ପ୍ରଶ୍ନକୁ ଅଣଦେଖା କରାଯାଉଥିଲା । ଜଣେ ମହିଳା ହୋଷ୍ଟ ଭାବରେ ତାଙ୍କୁ ସ୍ବାକୀର କରି ପାରିନଥିଲେ । ଏହାକୁ ନେଇ ମୁଁ ବହୁତ ଚିନ୍ତିତ ଥିଲି । ମୋତେ କୌଣସି ସମର୍ଥନ ମିଳିନଥିଲା । କ୍ରିକେଟ ସହ ଜଡିତ ସାଧାରଣ ପ୍ରଶ୍ନ କରିବାକୁ କୁହାଯାଇଥିଲା ବୋଲି କହିଛନ୍ତି ମନ୍ଦିରା ବେଦୀ ।

୨୦୦୩ରେ କ୍ରିକେଟ ବିଶ୍ବକପ ହୋଷ୍ଟ କରିଥିଲେ ମନ୍ଦିରା ବେଦୀ । ଏହାସହିତ ୨୦୦୪ ଓ ୨୦୦୬ରେ ଚମ୍ପିଆନ୍ସ ଟ୍ରଫି ଏବଂ ଆଇପିଏଲର ଦ୍ବିତୀୟ ସଂସ୍କରଣ କଭର କରିଥିଲେ ।


  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.