ପ୍ରମୂଖ ଖବର
  • ମେ’ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍‌ ଫଳ, ସୂଚନା ଦେଲେ ବୋର୍ଡ ସଭାପତି
  • ||
  • ନବୀନ ନିବାସରେ ବିଜେଡିର ବରିଷ୍ଠ ନେତାଙ୍କ ଭିଡ଼, ଅନଙ୍ଗ ଉଦୟ ସିଂଦେଓ, ପ୍ରସନ୍ନ ଆଚାର୍ଯ୍ୟ ଉପସ୍ଥିତ
  • ||
  • ପୁରୀ ମାଳତୀପାଟପୁର ବସଷ୍ଟାଣ୍ଡରେ ଅଘଟଣ, ଜଳିଗଲା ତୀର୍ଥଯାତ୍ରୀ ବସ୍
  • ||
  • IPL 2025 : ରାତିରେ ସୁପରକିଙ୍ଗ୍‌ସକୁ ଭେଟିବ ପଞ୍ଜାବ କିଙ୍ଗ୍‌ସ, ଦେଖିବାକୁ ମିଳିବ ସଂଘର୍ଷପୂର୍ଣ୍ଣ ମୁକାବିଲା
  • ||
  • ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ଜଣେ ଯୁବକ ମୃତ ଅନ୍ୟ ଜଣେ ଗୁରୁତର
  • ||
  • ଭାରତୀୟ ରେଲୱେର ଚମତ୍କାର ଇଞ୍ଜିନିୟରିଂ, ୧୯ରେ ଚେନାବ ବ୍ରିଜ୍‌କୁ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ
  • ||
  • ବାରାଣସୀରେ ଚାଞ୍ଚଲ୍ୟ: ଛାତ୍ରୀଙ୍କୁ ୭ ଦିନରେ ବନ୍ଧୁଙ୍କ ସହ ୨୩ ଜଣ ଗଣଦୁଷ୍କର୍ମ କରିଥିବା ଅଭିଯୋଗ, ୬ ଗିରଫ
  • ||
  • ବୋଝ ଉପରେ ନଳିତା ବିଡ଼ା: ଆଜିଠୁ ଏଲ୍‌ପିଜି ପାଇଁ ଅଧିକ ୫୦ ଟଙ୍କା ଗଣିବେ ଖାଉଟି
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୪୮ ଘଣ୍ଟା ମଧ୍ୟରେ ଅବପାତ ରୂପ ନେବା ସମ୍ଭାବନା,୧୭ ଯାଏ ସ୍ୱଳ୍ପ ବର୍ଷା
  • ||

ଦିଲ୍ଲୀର ୱାଜିରାବାଦ ପୋଲିସ୍ ମାଲଖାନାରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ୧୫୦ରୁ ଅଧିକ ଗାଡ଼ି…

Published By : Prameya | April 6, 2025 9:35 PM

ନୂଆଦିଲ୍ଲୀ: ରବିବାର ସକାଳେ ଉତ୍ତର-ପୂର୍ବ ଦିଲ୍ଲୀର ୱାଜିରାବାଦ ଅଞ୍ଚଳରେ ଥିବା ଏକ ପୋଲିସ 'ମାଲଖାନା'ରେ ଅଗ୍ନିକାଣ୍ଡ ଘଟି ୧୫୦ ରୁ ଅଧିକ ଗାଡ଼ି ପୋଡ଼ି ଯାଇଛି। ପୋଲିସ ପକ୍ଷରୁ ଏହି ସୂଚନା ମିଳିଛି। ପୋଲିସ କହିଛି ଯେ ଭୋର ପ୍ରାୟ ସାଢ଼େ ୪ଟାରେ ଅଗ୍ନିକାଣ୍ଡ ଘଟିଥିଲା ।ସୂଚନା ପାଇବା ପରେ ଅଗ୍ନିଶମ ବିଭାଗ ନିଆଁ ଲିଭାଇବା ପାଇଁ ମୋଟ ସାତଟି ଦମକଳ ଗାଡ଼ି ଘଟଣାସ୍ଥଳକୁ ପଠାଇଥିଲା। ପୋଲିସ କହିଛି ଯେ ସକାଳ ସାଢେ ୬ଟା ସୁଦ୍ଧା ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଗ୍ନିକାଣ୍ଡରେ ଚାରି ଚକିଆ ଏବଂ ଦୁଇ ଚକିଆ ଯାନ ସମେତ ୧୫୦ ରୁ ଅଧିକ ଯାନ ପୋଡି ନଷ୍ଟ ହୋଇଯାଇଛି। ଅଗ୍ନିକାଣ୍ଡର କାରଣ ଜାଣିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି । ତଦନ୍ତକାରୀ ଦଳ ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରୁଛନ୍ତି । 

ସୂଚନାଥାଉକି, ଏହା ପୂର୍ବରୁ ଶୁକ୍ରବାର ରାତିରେ ନୋଏଡାର ସୁରଜପୁର ଥାନା ଅଞ୍ଚଳରେ ଥିବା ଏକ ଟାୟାର ତିଆରି କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିଶମ ବିଭାଗର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଏହି ସମୟ ମଧ୍ୟରେ କୌଣସି ମୃତାହତ ବିଷୟରେ କୌଣସି ସୂଚନା ନାହିଁ। ଅଧିକାରୀ କହିଛନ୍ତି ଯେ ୨୦ଟି ଅଗ୍ନିଶମ ବାହିନୀ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ଏହାକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରାଯାଇ ନାହିଁ। 

ଏପର୍ଯ୍ୟନ୍ତ ୮୦ ପ୍ରତିଶତ ନିଆଁକୁ ନିୟନ୍ତ୍ରଣ କରାଯାଇଛି। ଏହି ଘଟଣାରେ କୌଣସି ଜୀବନହାନି ହୋଇନାହିଁ ବୋଲି ସେ କହିଛନ୍ତି। ଶନିବାର ଦିନ, ଉତ୍ତର-ପୂର୍ବ ଦିଲ୍ଲୀର ଜାଫ୍ରାବାଦ ଅଞ୍ଚଳରେ ଏକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା। ଦିଲ୍ଲୀ ଅଗ୍ନିଶମ ସେବାର ଜଣେ ଅଧିକାରୀ ଗୁରୁବାର ଏହି ସୂଚନା ଦେଇଛନ୍ତି। 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.