ପ୍ରମୂଖ ଖବର
  • ଭିଜିଲାନ୍ସ ଜାଲରେ ବଣାଇ ITDAର ପ୍ରକଳ୍ପ ଅଧିକାରୀ ବିଶ୍ବଦର୍ଶୀ ସାହୁ, ଏକକାଳୀନ ୭ଟି ସ୍ଥାନରେ ରେଡ଼
  • ||
  • ଆଜିଠୁ ଟାଇଁ ଟାଇଁ ଖରା,୪ ଡିଗ୍ରୀ ବଢ଼ିବ ତାପମାତ୍ରା: ୨୩ ଜିଲ୍ଲାକୁ ଘନ କୁହୁଡ଼ି ଆଲର୍ଟ
  • ||

ଶରୀର ପାଇଁ କେତେ ଜରୁରୀ ଗ୍ଲୁଟେନ୍‌ ଫ୍ରି ଖାଦ୍ୟ, ଜାଣନ୍ତୁ କ'ଣ କୁହନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ

Published By : Prameya | January 25, 2025 2:26 PM

ଭୁବନେଶ୍ୱର ୨୫/୦୧ : ଗ୍ଲୁଟେନ୍‌ ଫ୍ରି ଖାଦ୍ୟ ବିଷୟରେ ଆପଣ ନିଶ୍ଚୟ ଶୁଣିଥିବେ । ହୁଏତ ସେହି ପଥ ଅନୁସରଣ କରିବା  କଥା ଭାବିଥିବେ ମଧ୍ୟ । ଗ୍ଲୁଟେନ୍‌ କେତେକ ଲୋକଙ୍କଠାରେ ଗ୍ୟାସ୍ଟ୍ରେଇଣ୍ଟେଷ୍ଟ୍ରାଇନାଲ୍‌ ସମସ୍ୟାର  କାରଣ ସାଜିଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଏକଥା ସତ ଯେ ଗ୍ଲୁଟେନ୍‌ ବହୁ ଲୋକଙ୍କ ପାଇଁ  ଏଲଜି ର୍ର କାରଣ ସାଜିଥାଏ । ତା’ ସହିତ ଏହାର ମଧ୍ୟ ଫାଇଦା ରହିଛି । ପ୍ରାକୃତିକ ଭାବରେ ଏହା   ପ୍ରୋଟିନ୍‌, ବିଭିନ୍ନ ଶସ୍ୟରେ ମିଳିଥାଏ । ଏହା ହେଉଛି ଫାଇଦାର ପାୱାରହାଉସ୍‌ ।

ଗ୍ଲୁଟେନ୍‌ କ’ଣ? 

ଏହା ଏକ ପ୍ରୋଟିନ୍‌ । ଯାହା ମୁଖ୍ୟତଃ ଗହମ ଅଧିକ ଓ ଅନ୍ୟାନ୍ୟ କେତେକ ଶସ୍ୟଜାତୀୟ  ଖାଦ୍ୟରେ କିଛିଟା ରହିଥାଏ । ଅଟାକୁ ଚକଟିବା ସମୟରେ ପାଣି ମିଶାଇବା ପରେ ତାହା ଚିପଚିପା ହୋଇଥାଏ । ଏଥିରେ ଥିବା ଚପ୍‌ଚିପା ଗୁଣ ହିଁ ଗ୍ଲୁଟେନ୍‌, ଯାହା ବେକେରୀ ପାଇଁ ଖୁବ୍‌ ଭଲ ।  

ଗ୍ଲୁଟେନ୍‌ ମୁକ୍ତ ଟ୍ରେଣ୍ଡ୍‌ କ’ଣ?  

ଗ୍ଲୁଟେନ୍‌କୁ ବହୁତ ଲୋକ ଠିକ୍‌ ଭାବେ ହଜମ କରିପାରି ନଥାନ୍ତି । ତେଣୁ ଏହାକୁ ନେଇ  ସଚେତନତା ବଢିବା ସହ ଗ୍ଲୁଟେନ୍‌ ମୁକ୍ତ ଅଭିଯାନ ଚାଲିଛି । ଗହମ ଆମ ଡାଏଟ୍‌ର ପ୍ରମୁଖ  ଅଂଶ । ଆଜିକାଲି ଗହମର ମଧ୍ୟ ହାଇବ୍ରିଡ୍‌ ଉତ୍ପାଦ ବାହାରିଲାଣି । ଏଥିରେ ବହୁ ମାତ୍ରାରେ  ଗ୍ଲୁଟେନ୍‌ ଓ ପ୍ରୋଟିନ୍‌ ରହିଥାଏ, ଯାହାକୁ ଶରୀର ଠିକ୍‌ ଭାବେ ହଜମ କରିପାରି ନଥାଏ ।  ଅନେକ ସ୍ୱାସ୍ଥ୍ୟ ସମସ୍ୟା ଗ୍ଲୁଟେନ୍‌ ପ୍ରୋଟିନ୍‌ ସହ ଯୋଡ଼ି ହୋଇଥାଏ । ଅନେକ ରୋଗ ରହିଛି,  ଯାହା ଗ୍ଲୁଟେନ୍‌ ପ୍ରତି ଥିବା ଅସହିଷ୍ଣୁତା କାରଣରୁ ହୋଇଥାଏ । ଗ୍ଲୁଟେନ୍‌ ସମ୍ବନ୍ଧିତ ସମସ୍ତ  ସମସ୍ୟା ମଧ୍ୟରୁ ସିଲିଏକ୍‌ ଏକ ସାଧାରଣ ରୋଗ ।   

ଗ୍ଲୁଟେନ୍‌ ଜରୁରି ନା ନୁହେଁ?

ବିଶେଷଜ୍ଞଙ୍କ କହିବା କଥା ନିଜ ଭିତରେ ଏହାର ଲକ୍ଷଣକୁ ଚିହ୍ନିବା ଆବଶ୍ୟକ । ଏକ୍ନେ, କେଶ ଝଡିବା ଓ ଅବସାଦ ମଧ୍ୟ ଗ୍ଲୁଟେନ୍‌ ଅସହନଶୀଳତାର କାରଣ ହୋଇପାରେ । ଆପଣ  ଯାହାକୁ ନିୟମିତ ଖାଇଥାନ୍ତି, ତାହା ଆପଣଙ୍କ ଉପରେ ପ୍ରଭାବ ନିଶ୍ଚୟ ପକାଇଥାଏ ।   ଗ୍ଲୁଟେନ୍‌ ଅସହନଶୀଳତାର ସବୁଠାରୁ ବଡ଼ ଲକ୍ଷଣ ହେଲା ପେଟ ଫୁଲିବା । ଯଦି  କୌଣସି ଶସ୍ୟଜାତୀୟ ଖାଦ୍ୟ ଖାଇବା ପରେ ପେଟ ଫୁଲିଥାଏ । ତେବେ ଡାଏଟ୍‌ରୁ  ବାଦ୍‌ ଦେବା ଆବଶ୍ୟକ । ଗ୍ଲୁଟେନ୍‌ ଯଦି ଆପଣଙ୍କୁ ନ ସୁହାଏ ତେବେ ଅନ୍ୟତମ   ଲକ୍ଷଣ ହେଉଛି କବ୍ଚ, ମୁଣ୍ଡବିନ୍ଧା, ଚର୍ମ ସମସ୍ୟା, ଅବସାଦ ଓ ଥକ୍କାପଣ ଆଦି  ଦେଖାଦେଇପାରେ ।  

ଫ୍ୟାଶନ୍‌ ପାଇଁ ହୁଅନ୍ତୁନି ଗ୍ଲୁଟେନ୍‌ ମୁକ୍ତ :

ଯଦି ଗ୍ଲୁଟେନ୍‌ ଯୁକ୍ତ ଖାଦ୍ୟ ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି   କରୁ ନଥାଏ, ତେବେ ଏହାକୁ ଡାଏଟ୍‌ରୁ ବାଦ୍‌ ଦିଅନ୍ତୁ  ନାହିଁ । ନଚେତ୍‌ କେତେକ ପୋଷଣରୁ ବଞ୍ଚିତ ହୋଇପାରନ୍ତି । ଏହି ଜାତୀୟ ଶସ୍ୟରେ ଭିଟାମିନ୍‌ ବି, ମ୍ୟାଗ୍ନେସିୟମ୍‌, ଆଇରନ୍‌, ଫାଇବର ପରି  ପୋଷକ ତତ୍ତ୍ୱ ରହିଥାଏ ।  

ଗ୍ଲୁଟେନ୍‌ର ଫାଇଦା : 

ବ୍ରେଡ୍‌ ଓ ରୁଟି ପ୍ରାୟ ଲୋକଙ୍କ ସକାଳ  ଭୋଜନ ହୋଇଥାଏ ଅର୍ଥାତ ସାରା  ଭାରତର ପ୍ରାୟ ଲୋକଙ୍କ ସକାଳ  ଭୋଜନ ଗ୍ଲୁଟେନ୍‌ଯୁକ୍ତ ଖାଦ୍ୟ  ହୋଇଥାଏ । ଯଦି ଏହାକୁ ଡାଏଟ୍‌ରୁ  ବାହାର କରି ଦିଅନ୍ତି, ତେବେ ପୋଷଣ  ଭରା ଖାଦ୍ୟ ଦୂରେଇ ଯାଇଥାଏ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.