ନୂଆଦିଲ୍ଲୀ,୨୫/୦୧ : ଫିଟ ରହିବାକୁ ସମସ୍ତ ଚାହାନ୍ତି । ମୋଟାପଣ ଏକ ପ୍ରମୁଖ ସମସ୍ୟା ହୋଇଥିବାରୁ ଏଥିରୁ ମୁକୁଳିବାକୁ ସମସ୍ତେ କେତେ କଣ ପ୍ଲାନିଂ କରନ୍ତି । ଓଜନ କମାଇବାକୁ ନୂଆ ନୂଆ ବ୍ୟାୟାମ ଡାଏଟ ପ୍ଲାନ କରିଥାନ୍ତି । ଖାଦ୍ୟରେ ବିଭିନ୍ନ ଫଳକୁ ସାମିଲ କରିଥାନ୍ତି । ତେବେ ଆପଣ ଜାଣିଛନ୍ତି କି କିଛି ଏମିତି ଫଳ ରହିଛି ଯାହା ଓଜନ କମାଇବାରେ ବାଧା ସୃଷ୍ଟି କରିପାରେ । ତେବେ ଡାଏଟ ପ୍ଲାନରେ କେଉଁ ଫଳ ସାମିଲ କରିବେ ସେ ଦିଗରେ ଧ୍ୟାନ ଦେବାକୁ ହେବ । ତେବେ ଏମିତି ଏହିପରି ୪ଟି ଫଳ ରହିଛି ଯାହା ଆପଣଙ୍କୁ ୱେଟ ଲସ୍ ୟାତ୍ରାରେ ବାଧା ସୃଷ୍ଟି କରିପାରେ । ତେବେ ଆସନ୍ତୁ ଜାଣିବା ତାହ କଣ ।
ନଡିଆ ମଲେଇ- ଯଦି ଜଣେ ତାଙ୍କ ଦିନ ନଡିଆ ପାଣିରୁ ଆରମ୍ଭ କରନ୍ତି ତେବେ ତାହା ସ୍ବାସ୍ଥ୍ୟ ପାଇଁ ବହୁତ ଭଲ ।ମାତ୍ର ନଡିଆ ମଲେଇ ଅଦିକ ଖାଆନ୍ତି ତେବେ ତାହା ଓଜନ ବଢାଇବାର କାରଣ ହୋଇପାରେ । ଏଥିରେ କ୍ୟାଲୋରୀ ଏବଂ କାର୍ବୋହାଇଡ୍ରେଟ ଅଧିକ ମାତ୍ରାରେ ରହିଛି । ଓଜନ କମାଇବାକୁ ହେଲେ ଏହି ଫଳରୁ ଦୂରରେ ରହିବାକୁ ପଡିବ ।
ଆମ୍ବ- ଫଳଙ୍କ ମଧ୍ୟରେ ରାଜା ହେଉଛି ଆମ୍ବ । ଏଥିରେ କ୍ୟାଲୋରୀ ରହିଥାଏ । ଏହା ଆପଣଙ୍କ ୱେଟ ଲସ୍ ଯାତ୍ରାରେ ବାଧା ସୃଷ୍ଟି କରିପାରେ । ଏହି ଫଳଠୁ ଦୂରରେ ରହିବା ଦରକାର କାରଣ ଏହା ଅଧିକ ମିଠା ହୋଇଥାଏ । ତେଣୁ ଏହାକୁ ଖାଇଲ ଓଜନ ବଢିପାରେ ।
କଦଳୀ- ଏହା ଏକ ସୁପର ହେଲ୍ଦି ଫଳ । ମାତ୍ର ଏହି ବି ଏମିତି ଏକ ଫଳ ଯାହାକୁ ବେଶୀ ଖାଇବା ଖରାପ ପ୍ରଭାବ ପକାଇବ । କଦଳୀରେ ଭରପୁର କ୍ୟାଲୋରୀ ରହିଛି । ଏହା ସହିତ ନାଚ୍ୟୁରାଲ ସୁଗାର ରହିଛି । ଗୋଟିଏ କଦଳୀରେ ୧୫୦ କ୍ୟାଲୋରୀ ରହିଥାଏ । ପାଖାପାଖି ୩୭.୫ ଗ୍ରାମ କାର୍ବୋହାଇଡ୍ରେଟ ରହିଥାଏ । ଯଦି ଆପଣ ଦିନକୁ ୨ରୁ୩ଟି କଦଳୀ ଖାଉଛନ୍ତି ତେବେ ଶରୀରର ଓଜନ ବଢିପାରେ । ଦିନକୁ ଗୋଟିଏ କଦଳୀ ଖାଇବା ସ୍ବାସ୍ଥ୍ୟ ପାଇଁ ଭଲ ହେବ ।
ଏହା ବି ପଢନ୍ତୁ...ଶରୀର ପାଇଁ କେତେ ଜରୁରୀ ଗ୍ଲୁଟେନ୍ ଫ୍ରି ଖାଦ୍ୟ, ଜାଣନ୍ତୁ କ'ଣ କୁହନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ
ଆଭାକାଡୋ- ଓଜନ କମାଇବା ଯାତ୍ରାରେ ବାଧା ସୃଷ୍ଟି କରିପାରେ ଆଭାକାଡୋ ଫଳ । ଏହି ଫଳରୁ ଦୂରରେ ରହିଲେ ୱେଟ ଲସ୍ ଯାତ୍ରାରେ ଲାଭ ମିଳିବ । ୧୦୦ ଗ୍ରାମ ଆଭାକାଡୋରେ ୧୬୦ ଗ୍ରାମ କ୍ୟାଲେରୀ ରହିଥାଏ । ଏହା ସ୍ବାସ୍ଥ୍ୟକର ଫଳ ହୋଇଥିଲେ ବି ଏହାକୁ ଅଧିକ ଖାଇଲେ ଓଜନ ବଢିବାର ସମ୍ଭାବନା ରହିଛି ।