ହିନ୍ଦୁ ଧର୍ମରେ ବସନ୍ତ ପଞ୍ଚମୀର ବିଶେଷ ମହତ୍ତ୍ବ ରହିଛି। କାରଣ ଏହି ଦିନ ଜ୍ଞାନ ଦେବୀଙ୍କ ପ୍ରକଟ ହୋଇଥିଲା । ଏହି ଦିନ ସରସ୍ବତୀ ଓ ଭଗବାନ ଗଣେଶଙ୍କୁ ବିଧି ବାଧନର ସହିତ ପୂଜା କରାଯାଏ। ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଏହି ପର୍ବ ପାଳନ କରାଯାଏ। ବିଶ୍ବାସ ରହିଛି ଯେ ଏହି ଦିନ ଭକ୍ତିର ସହକାରେ ପୂଜା କଲେ ବଦ୍ୟାର୍ଥିଙ୍କୁ ଶୁଭ ଫଳ ମିଳିଥାଏ। ହେଲେ ଚଳିତ ବସନ୍ତ ପଞ୍ଚମୀରେ ଦୁର୍ଲଭ ସଂଯୋଗ ହେବାକୁ ଯାଉଛି । ତେଣୁ ଏଥିରେ କିଛି ଖାସ୍ କାର୍ଯ୍ୟ କରିବା ଦ୍ବାରା ବ୍ୟକ୍ତିକୁ କେବଳ ଶିକ୍ଷା କ୍ଷେତ୍ରରେ ନୁହେଁ ବରଂ ବ୍ୟବସାୟରେ ମଧ୍ୟ ଧନ ଲାଭ ହୋଇଥାଏ।
ହିନ୍ଦୁ ଶାସ୍ତ୍ର ଅନୁଯାୟୀ, ଚଳିତ ମାଘମାସ ଶୁକ୍ଳ ପକ୍ଷର ପଞ୍ଚମୀ ତିଥୀର ଆରମ୍ଭ ଫେବୃଆରୀ ୨ର ସକାଳ ୯ ଟା ୧୪ ମିନିଟରୁ ଆରମ୍ଭ ହେବ । ସେହିପରି ଫେବୃଆରୀ ୩ ତାରିଖ ସକାଳ ୬ଟା ୫୨ ମିନିଟରେ ଶେଷ ହେବ । ଏହାବ୍ୟତୀତ ଏହି ଦିନ ସରସ୍ବତୀ ଓ ଭଗବାନ ଗଣେଶଙ୍କ ପୂଜା କରିବା ପାଇଁ ଶୁଭ ମୂହୁର୍ତ୍ତ ୨ ଫେବୃଆରୀ ସକାଳ ୭ଟା ୯ ମିନିଟରୁ ଦ୍ବିପହର ୧୨ ଟା ୩୫ ମିନିଟ ପର୍ଯ୍ୟନ୍ତ ରହିବ । ଏଥିରେ ଭକ୍ତଙ୍କୁ ପୂଜା କରିବା ପାଇଁ ୫ଘଣ୍ଚା ୨୬ ମିନିଟ ସମୟ ରହିଛି। ବସନ୍ତ ପଞ୍ଚମୀ ଦିନ ଶନିଦେବ ସକାଳ ୮ ଟା ୫୧ମିନିଟରେ ପୂର୍ବଭାଦ୍ରପଦା ନକ୍ଷତ୍ରକୁ ଗୋଚର କରିବେ ।ବସନ୍ତ ପଞ୍ଚମୀ ଦିନ ଶିବ ଯୋଗ, ସିଦ୍ଧ ଯୋଗ ଓ ରବି ଯୋଗର ଅଦ୍ଭୁତ ସଂଯୋଗ ହେବାକୁ ଯାଉଛି। ଏହି ସମୟରେ କରାଯାଇଥିବା କାର୍ଯ୍ୟ ଯୋଗୁଁ ଶୁଭ ଫଳ ପ୍ରାପ୍ତି ହୋଇଥାଏ।
ବସନ୍ତ ପଞ୍ଚମୀରେ କ'ଣ କରିବା ଉଚିତ୍?
ବସନ୍ତ ପଞ୍ଚମୀ ଦିନ ହଳଦୀ କିମ୍ବା ଧଳା ରଙ୍ଗର ବସ୍ତ୍ର ପିନ୍ଧିବା ଉଚିତ୍ । ଏହାପରେ ମାଆ ସରସ୍ବତୀଙ୍କୁ ବିଧି-ବିଧାନର ସହିତ ପୂଜା କରନ୍ତୁ । ସେହିପରି ଏହି ଦିନ ମାଆ ସରସ୍ବତୀଙ୍କୁ ହଳଦୀ ଓ ଧଳା ରଙ୍ଗର ଫୁଲ, ଫଳ ଓ ମିଠା ଅର୍ପଣ କରନ୍ତୁ । ଏଥିସହ ମାଆଙ୍କ କେଶର ହାଲ୍ଓ୍ବାର ଭୋଗ ଚଢାନ୍ତୁ । ସେହିପରି ବସନ୍ତ ପଞ୍ଚମୀ ଦିନ ବିଦ୍ୟାର୍ଥୀଙ୍କୁ ପୁସ୍ତକକୁ ପୂଜା କରିବା ଉଚିତ୍ । ଏଥିସହ ବସନ୍ତ ପଞ୍ଚମୀ ଦିନ ପବିତ୍ର ନଦୀରେ ସ୍ନାନ କରିବା ଦ୍ବାରା ଶୁଭ ଫଳ ମିଳିଥାଏ।