ପ୍ରମୂଖ ଖବର
  • ଶିମିଳିପାଳରେ ୫ ଶିକାରୀକୁ ବାନ୍ଧିଲା ସ୍ବତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍, ୫ ଦେଶୀ ବନ୍ଧୁକ ଜବତ
  • ||
  • ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଅସୁସ୍ଥ, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||
  • ଇଣ୍ଡିଆ-ଇଂଲଣ୍ଡ ତୃତୀୟ ଟି-ଟ୍ବେଣ୍ଟି, ସିରିଜ କବଜା ଲକ୍ଷ୍ୟରେ ସୂର୍ଯ୍ୟସେନା, କର ବା ମର ସ୍ଥିତିରେ ବଟଲରବାହିନୀ
  • ||
  • ରାଜ୍ୟରେ ଉଭାନ ହେଲାଣି ଶୀତ, କଲବଲ କରୁଛି କୁହୁଡି: ଫେବ୍ରୁଆରୀ ପହିଲାରୁ ଆହୁରି ବଢ଼ିବ ରାତି ତାପମାତ୍ରା
  • ||

ସବୁଠୁ ମହଙ୍ଗା ବାଉଁଶ ଲୁଣ; ମାତ୍ର ୨୫୦ ଗ୍ରାମ ଦାମ୍ ଜାଣିଲେ ଉଡିଯିବ ହୋସ୍ , ଜାଣନ୍ତୁ କଣ ଉପକାରିତା ?

Published By : Ankita S | January 27, 2025 2:10 PM

ନୂଆଦିଲ୍ଲୀ,୨୭/୦୧: ଆପଣଙ୍କୁ ଯଦି କେହି ବିନା ଲୁଣ ଖାଦ୍ୟ ଖାଇବାକୁ କୁହେ ସିଧା ମନା କରିଦେବେ ନିଶ୍ଚିନ୍ତ ।  ଲୁଣ ବିନା ଖାଦ୍ୟର ସ୍ବାଦ ପାଣିଚିଆ । ବିନା ଲୁଣରେ ଖାଦ୍ୟ ପାଟିକୁ ରୁଚେ ନାହିଁ । କିଛି ଆଇଟମ୍ ପ୍ରସ୍ତୁତ କରିବାକୁ ହେଲେ ଲୁଣ ଖୋଜା ପଡେ । ସବୁ ଥିବ ହେଲେ ଯଦି ଲୁଣ ନଥିବ କଥା ସରିଲା । ଲୁଣ ବିନା ଜୀବନ କଳ୍ପନା କରିବା ଅସମ୍ଭବ । ତେବେ ଆପଣ ଜାଣିଛନ୍ତି ଦୁନିଆର ସବୁଠୁ ଦାମି ଲୁଣ ରହିଛି ଯାହାର ଦାମ ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବେ । ଏମିତି ଏକ ଲୁଣ ଅଛି ଯାହାର ୨୫୦ ଗ୍ରାମର ମୂଲ୍ୟ ୭ ହଜାର ୫୦୦ ଟଙ୍କା ରହିଛି । ଆସନ୍ତୁ ଜାଣିବା କେଉଁଟି ମିଳେ ଏହି ଲୁଣ କଣ ରହିଛି ଏହାର ଉପକାରିତା ।

ସାଧାରଣତଃ ୩୦ ଟଙ୍କା ହୋଇଥାଏ । ଅତିବେଶୀରେ ୧୦୦ ଟଙ୍କା ଦାମ୍ ରହିଥାଏ । ହେଲେ ଦୁନିଆର ଏମିତି ଏକ ଲୁଣ ରହିଛି ଯାହା ଭାରି ମହଙ୍ଗା । ଆଉ ତାର ଦର ବି ଆକାଶ ଛୁଆଁ । ମାତ୍ର ୨୫୦ ଗ୍ରାମ ଲୁଣକୁ ୭ ହଜାର ୫୦୦ ଟଙ୍କା । ଆମେ ଯେଉଁ ଲୁଣ ବିଷୟରେ କହୁଛୁ ତାହା ହେଉଛି କୋରିଆର ବାଉଁଶ ଲୁଣ । ଏହାକୁ ସ୍ବତନ୍ତ୍ର ଉପାୟରେ ପ୍ରସ୍ତୁତ କରାଯାଏ । ଏହାର ଉପକାରିତା ମଧ୍ୟ ରହିଛି । କୋରିଆ ବାଉଁଶ ଲୁଣ ୧୦୦ ଗ୍ରାମ ମୂଲ୍ୟ ୧୦୦ ୱନ ଆମେରିକୀୟ ଡଲାରର ପ୍ରାୟ ୭୫୦୦ ଟଙ୍କା । ଏହା ଏକ ଜଟିଳ ପ୍ରକ୍ରିୟାରେ ତିଆରି ହୋଇଥିବାରୁ ଏହାର ଦାମ ଅଧିକ ରହିଛି । ପ୍ରଥମେ ସମୁଦ୍ର ଲୁଣକୁ ବାଉଁଶ ଭିତରେ ରଖାଯାଏ । ଏହାକୁ ଆମେଥାଇଷ୍ଟ ବାଉଁଶ ଲୁଣ କୁହାଯାଏ । ଏହାପରେ ସେଥିରେ ମାଟି ଦେଇ ତାକୁ ଉଚ୍ଚ ତାପମାତ୍ରରେ ଗମର କରାଯାଏ । ୮୦୦ ଡିଗ୍ରୀ ତାପମାତ୍ରାରେ ଲୁଣକୁ ଭଜା ଯାଏ । ଏହାକୁ ପ୍ରସ୍ତୁତ କରିବାକୁ ପ୍ରାୟ ୫୦ ଦିନ ସମୟ ଲାଗିଥାଏ । କୋରିଆନମାନେ ରାନ୍ଧିବା ପାଇଁ ପାରମ୍ପରିକ ଔଷଧ ଭାବେ ଏହି ବାଉଁଶ ଲୁଣର ବ୍ୟବହାର କରୁଛନ୍ତି । 

ଏହା ବି ପଢନ୍ତୁ...ଶୀତଦିନ ସକାଳୁ ପିଅନ୍ତୁ ଡାଲଚିନି ଚା', ହୃଦ୍‌ରୋଗ ଜଡ଼ିତ ସମସ୍ୟାରୁ ମିଳିବ ମୁକ୍ତି...

ବାଉଁଶ ଲୁଣ ଉପକାରିତା- ଏହି ଲୁଣ ସ୍ବାସ୍ଥ୍ୟ ପାଇଁ ବେଶ୍ ଉପଯୋଗୀ । ଏଥିରେ ଭରପୁର ଖଣିଜ ପଦାର୍ଥ ରହିଛି । ସାଧାରଣ ସମୁଦ୍ର ଲୁଣ ତୁଳନାରେ ବାଉଁଶ ଲୁଣରେ ଆଇରନ, ପୋଟାସିୟମ, କ୍ୟାଲସିୟମ ପରି ଆବଶ୍ୟକୀୟ ଖଣିଜ ପଦାର୍ଥ ଅଧିକ ରହିଛି ବୋଲି ବିଶ୍ବାସ ରହିଛି । ହଜମକ୍ରିୟା, ଚର୍ମ, ପାଟି ସ୍ବାସ୍ଥ୍ୟ ଜନିତ ସମସ୍ୟା ପାଇଁ ଏହି ଲୁଣ ବେଶ୍ ଉପଯୋଗୀ ହୋଇଥାଏ । ଚର୍ମ ସଂକ୍ରମଣ ରୋକିବାରେ ସହାୟକ ହୋଇଥାଏ । ଉଚ୍ଚ ପିଏଚ ସ୍ତର ସହିତ ବାଉଁଶ ଲୁଣ ଶରୀରକୁ କ୍ଷାରୀୟ କରିବାରେ ସହାୟକ ହୁଏ । ହଜମଜନିତ ସମସ୍ୟା ଅନ୍ତନଳୀ ଜନିତ ସମସ୍ୟା ପାଇଁ ଏହା ବେଶ୍ ଉପକାରୀ ହୋଇଥାଏ । ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ମଧୁମେହ ଓ ରକ୍ତଚାପ ସମସ୍ୟା ଦୂର କରିଥାଏ ।  ଖାଲି ସେତିକି ନୁହେଁ ଚାପରୁ ମୁକ୍ତି ଦେବାରେ ଲୁଣର ଭୂମିକା ରହିଛି । କାହିଁ କେଉଁ କାଳରୁ ବାଉଁଶ ଲୁଣ ତାର ସ୍ବତନ୍ତ୍ର ଗୁଣ ପାଇଁ କୋରିଆର ପାରମ୍ପରିକ ଔଷଧଭାବରେ ବ୍ୟବହୃତ ହୋଇ ଆସୁଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.