ପ୍ରମୂଖ ଖବର
  • ରେଢାଖୋଲ ଧଉରାଖମନ ନିକଟରେ ଓଲଟିଲା ପିକ୍‌ଅପ୍ ଭ୍ୟାନ୍: ୨୨ ଆହତ,୮ ଗୁରୁତର
  • ||
  • ​ଢ଼େଙ୍କାନାଳ: ଦନ୍ତା ଆତଙ୍କରେ ଅତିଷ୍ଠ ଗ୍ରାମବାସୀ, ଶିଶୁର ମୃତ୍ୟୁ ପରେ କ୍ଷତିପୂରଣ ଦାବିରେ ରାସ୍ତାରୋକ୍
  • ||
  • ଭିଜିଲାନ୍ସ ଜାଲରେ ବଣାଇ ITDAର ପ୍ରକଳ୍ପ ଅଧିକାରୀ ବିଶ୍ବଦର୍ଶୀ ସାହୁ, ଏକକାଳୀନ ୭ଟି ସ୍ଥାନରେ ରେଡ଼
  • ||
  • ଆଜିଠୁ ଟାଇଁ ଟାଇଁ ଖରା,୪ ଡିଗ୍ରୀ ବଢ଼ିବ ତାପମାତ୍ରା: ୨୩ ଜିଲ୍ଲାକୁ ଘନ କୁହୁଡ଼ି ଆଲର୍ଟ
  • ||

ଆବୁଧାବି କ୍ରାଉନ୍ ପ୍ରିନ୍ସଙ୍କୁ ଭେଟିଲେ ଜୟଶଙ୍କର, ଭାରତ-UAE ସମ୍ପର୍କକୁ ସୁଦୃଢ କରିବା ଉପରେ ହେଲା ଆଲୋଚନା...

Published By : Prameya | January 28, 2025 7:57 PM

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆଜି (ମଙ୍ଗଳବାର) ଆବୁଧାବିର କ୍ରାଉନ ପ୍ରିନ୍ସ ଶେଖ ଖାଲିଦ ବିନ୍ ମହମ୍ମଦ ବିନ୍ ଜାଏଦ ଅଲ୍ ନାହୟାନଙ୍କୁ ଭେଟିଛନ୍ତି। ଏହି ସମୟରେ,ଉଭୟ ନେତା ଭାରତ-ସଂଯୁକ୍ତ ଆରବ ଏମିରେଟ୍ସ (UAE) ସମ୍ପର୍କକୁ ଆହୁରି ମଜବୁତ କରିବା ଉପରେ ଆଲୋଚନା କରିଛନ୍ତି।

ଏହି ବୈଠକ ବିଷୟରେ ଜୟଶଙ୍କର 'X'ରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ, ଆବୁଧାବିର କ୍ରାଉନ ପ୍ରିନ୍ସ ଅଲ୍ ନାହୟାନଙ୍କୁ ଭେଟି ଖୁସି ହେଲି । ମୁଁ ତାଙ୍କର ସାମ୍ପ୍ରତିକ ଭାରତ ଗସ୍ତକୁ ମନେ ପକାଇଛି ଏବଂ ଭାରତ-ୟୁଏଇ ସହଭାଗୀତାକୁ ଆହୁରି ଆଗକୁ ବଢ଼ାଇବା ବିଷୟରେ ଆଲୋଚନା କରିଛି।

ଏହା ପୂର୍ବରୁ, ଜୟଶଙ୍କର ଆଜି (ମଙ୍ଗଳବାର) ସକାଳେ UAE ରାଷ୍ଟ୍ରପତିଙ୍କ ରାଜନୈତିକ ପରାମର୍ଶଦାତା ଅନୱର ଗର୍ଗସଙ୍କୁ ଭେଟିଥିଲେ। ଏହି ସମୟରେ,ଦୁଇ ଦେଶ ମଧ୍ୟରେ ବୃଦ୍ଧି ପାଉଥିବା ସହଭାଗୀତା ଉପରେ ଆଲୋଚନା ହୋଇଥିଲା। ବୈଦେଶିକ ମନ୍ତ୍ରୀ X ରେ ଏହି ସୂଚନା ଦେଇଛନ୍ତି । 

ସୂଚନାଥାଉକି,ଜୟଶଙ୍କର ଜାନୁଆରୀ ୨୭ ରୁ ୨୯ ପର୍ଯ୍ୟନ୍ତ ୟୁଏଇ ଗସ୍ତରେ ଅଛନ୍ତି। ତାଙ୍କର ଲକ୍ଷ୍ୟ ହେଉଛି ଭାରତ ଏବଂ UAE ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବା। ଭାରତ ଏବଂ UAE ମଧ୍ୟରେ କୂଟନୈତିକ ସମ୍ପର୍କ ୧୯୭୨ ମସିହାରେ ପ୍ରତିଷ୍ଠିତ ହୋଇଥିଲା। ସେହି ସମୟରେ UAE ଭାରତରେ ଏହାର ଦୂତାବାସ ଖୋଲିଥିଲା ଏବଂ  ଭାରତ ୧୯୭୩ ମସିହାରେ UAEରେ ଏହାର ଦୂତାବାସ ଖୋଲିଥିଲା।

୨୦୧୫ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୟୁଏଇ ଗସ୍ତ ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଏକ ନୂତନ ମୋଡ଼ ନେଇଥିଲା। ଏହା ୩୪ ବର୍ଷ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ UAE ଗସ୍ତ ଥିଲା । 

 

 

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.