ପ୍ରମୂଖ ଖବର
  • ଝାରସୁଗୁଡ଼ା : ରିୟାନ ପଲିଟେକ୍ନିକ ଇଣ୍ଡଷ୍ଟ୍ରିଜରେ ଭୟାବହ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • ଶନିବାର ରାଜ୍ୟ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅତିରିକ୍ତ ବଜେଟକୁ ମିଳିବ ଅନୁମୋଦନ
  • ||
  • ପ୍ରଥମାଷ୍ଟମୀ: ଏଣ୍ଡୁରୀ ପିଠାରେ ମହକୁଛି ଘର, ଜ୍ୟେଷ୍ଠ ସନ୍ତାନମାନେ ନୂଆ ବସ୍ତ୍ର କରିଛନ୍ତି ପରିଧାନ
  • ||
  • ଶନିବାର ସୃଷ୍ଟି ହେବ ଲଘୁଚାପ,ସୋମବାର ଅବପାତ ରୂପ ନେବ: ୨୮ଯାଏ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ମହାରାଷ୍ଟ୍ର, ଝାଡ଼ଖଣ୍ଡ ଭୋଟ ଗଣତି: ୪୮ ବିଧାନସଭା, ୨ ଲୋକସଭା ଉପନିର୍ବାଚନର ଆସିବ ରେଜଲ୍ଟ
  • ||

ସଫ୍ଟ ଆଉ ସିଲ୍କ କେଶ ଚାହୁଁଛନ୍ତି କି ? ଆଉ ଯିବାକୁ ପଡିବନି ପାର୍ଲର, ଘରେ ବନାନ୍ତୁ ଏହି ପ୍ୟାକ୍

ନୂଆଦିଲ୍ଲୀ,୨୨/୧୧: ସୁନ୍ଦର କେଶ କାହାକୁ ବା ଭଲ ନ ଲାଗେ । ହେଲେ ବର୍ତ୍ତମାନ ସମସ୍ତଙ୍କର ଚୁଟି ଝଡିବା ବଡ ସମସ୍ୟା ଭାବେ ଉଭା ହୋଇଛି । କମ୍ ବୟସରୁ ଅନେକଙ୍କର କେଶ ଝଡୁଛି । କାହାର ଚୁଟି ପାଚି ଯାଉଛି ତ ପୁଣି କାହାର ଶୁଷ୍କ ହୋଇଯାଉଛି । ଯାହାକୁ ନେଇ ଝିଅମାନେ ଚିନ୍ତାରେ ପଡିଛନ୍ତି । ଏବେ ଏହି ଚିନ୍ତାରୁ ମିଳିବ ମୁକ୍ତି । ସଫ୍ଟ ଓ ସିଲ୍କ କେଶ ପାଇଁ ଘରେ ବନାନ୍ତୁ ପ୍ୟାକ୍ । ତେବେ ସୁନ୍ଦର କେଶର ସିକ୍ରେଟ ଜାଣିବାକୁ ପଢନ୍ତୁ ଏହି ରିପୋର୍ଟ ।

ଚୁଟିକୁ ସଫ୍ଟ ଓ ସିଲ୍କ କରିବାକୁ ହେଲେ ଆଉ ପାର୍ଲର ଯିବାକୁ ପଡିବ ନାହିଁ । ଘରେ ବସି ପାଇପାରିବେ ସାଇନିଂ କେଶ । ଯଦି ଚୁଟି ଡ୍ରାଏ ଅଛି ତେବେ ସଫ୍ଟ ଆଉ ସିଲ୍କ ପାଇଁ ଅନେକ ଝିଅ ପାର୍ଲର ଯାଇଥାନ୍ତି । ବିଭିନ୍ନ ପ୍ରକାର ଟ୍ରିଟମେଣ୍ଟ କରିଥାନ୍ତି । ହେଲେ ଘରେ ବସି ଚୁଟକିରେ ଏହି ସମସ୍ୟାର ସମାଧାନ କରନ୍ତୁ  । ବିନା ଖର୍ଚ୍ଚରେ ହୋମମେଡ ସାମ୍ପୁ ପ୍ରସ୍ତତ କରନ୍ତୁ । ଯାହାକୁ ସପ୍ତାହକୁ ୩ ଥର ଲଗାଇଲେ ଆପଣଙ୍କ ଚୁଟି ସଫ୍ଟ ସିଲ୍କ ହୋଇଯିବ।

ସଫ୍ଟ ସିଲ୍କ କେଶ ପାଇଁ ପ୍ୟାକ୍- ବଜାରରେ ମିଳୁଥିବା ସାମ୍ପୁ ବ୍ୟବହାରରେ ପ୍ରାୟ ଚୁଟି ଶୁଷ୍କ ହୋଇଯାଏ । ତେଣୁ ଘରେ ତିଆରି କରନ୍ତୁ ହାତ ତିଆରି ସାମ୍ପୁ । ୩ ଟି ଜିନିଷରୁ ଏହି ହୋମମେଡ ସାମ୍ପୁ ତିଆରି ହୋଇଥାଏ । ତୁଳସୀ ଓ ଆଲବେରାରୁ ତିଆରି ସାମ୍ପୁ ଚୁଟିକୁ ବଢିବା ସହିତ ସାଇନିଂ ଓ ସଫ୍ଟ କରିବାରେ ସହାୟକ ହୋଇଥାଏ ।

ପ୍ୟାକ୍ ତିଆରି ପ୍ରଣାଳୀ- ପ୍ରଥମେ ଗୋଟିଏ ପାତ୍ରରେ ପାଣି ନେଇ ତାକୁ ଗରମ କରନ୍ତୁ । ସେଥିରେ କିଛି ଚାଉଳ ପକାନ୍ତୁ । ଏହା ପରେ ସେଥିରେ ୧୦ରୁ୧୫ଟି ତୁଳସୀ ପତ୍ର ଏବଂ ଆଲୋବେରା ପତ୍ରକୁ କାଟି ପକାନ୍ତୁ । ପାଣି ଅଧା ନ ହେବା ଯାଏ ଏହାକୁ ଫୁଟାନ୍ତୁ । ଏହାପରେ ବ୍ୟବହାର କରୁଥିବା ସାମ୍ପୁରୁ ଏକଚାମଚ ପକାନ୍ତୁ । ଏହାକୁ ଲଗାଇ କେଶ ସଫା କରନ୍ତୁ । ଦେଖିବେ ଆପଣଙ୍କ ଚୁଟି ସିଲ୍କ ଓ ସଫ୍ଟ ହୋଇଯିବ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.