ପ୍ରମୂଖ ଖବର
  • CHSE ପରୀକ୍ଷା ପାଟର୍ଣ୍ଣରେ ପରିବର୍ତ୍ତନ, ୮୦ ରୁ ୨୪ ରଖିଲେ ହେବେ ପାସ୍‌
  • ||
  • ପ୍ରକାଶ ପାଇଲା OTET ରେଜଲ୍ଟ, ୱେବ୍‌ସାଇଟ୍‌ରେ ଦେଖି ପାରିବେ ପରୀକ୍ଷା ଫଳ
  • ||
  • ଲମତାପୁଟରେ ଅପରେସନ୍‌ ଗ୍ରୀନ୍‌ କ୍ଲିନ୍‌, ୩୮ଏକର ଜମିରୁ ଗଞ୍ଜେଇ ଚାଷ ନଷ୍ଟ
  • ||
  • କରମଡ଼ିହି ଗଣହତ୍ୟା ମାମଲା, ୨୪ ଦିନ ପରେ ୭ ଅଭିଯୁକ୍ତ ଗିରଫ
  • ||
  • ରାତି ପାହିଲେ ପ୍ରଥମାଷ୍ଟମୀ, ହଳଦୀପତ୍ର ମହକୁଛି ବଜାର
  • ||
  • କୋରାପୁଟ: ବାଇକ୍‌ ଚାଳକଙ୍କ ଉପରେ ଚଢିଗଲା ଟ୍ରକ୍‌: ୪ ମୃତ
  • ||
  • ଓଡ଼ିଶାର ୩ କଳାକାରଙ୍କୁ ଉସ୍ତାଦ ବିସ୍‌ମିଲ୍ଲା ଖାନ୍‌ ଯୁବ ପୁରସ୍କାର,ଆଜି ନୂଆଦିଲ୍ଲୀରେ ପୁରସ୍କାର ପ୍ରଦାନ କରାଯିବ
  • ||
  • ମୁଲୁଗୁରେ ନକ୍ସଲଙ୍କ ବର୍ବର କାଣ୍ଡ: ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ଜଣଙ୍କୁ ନିର୍ମମ ହତ୍ୟା
  • ||
  • ଓଡ଼ିଶା ପର୍ବ-୨୦୨୪: ନୂଆଦିଲ୍ଲୀରେ ଝଲସିବ ଓଡ଼ିଆ କଳା, ସଂସ୍କୃତି, ଯୋଗଦେବେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ବହୁ କେନ୍ଦ୍ରମନ୍ତ୍ରୀ
  • ||
  • ଲମତାପୁଟ : ୬୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବର୍ଡର-ଗାଭାସ୍କର ଟ୍ରଫି:ଅଷ୍ଟ୍ରେଲିଆଠୁ ଟସ୍ ଜିତି ଟିମ୍ ଇଣ୍ଡିଆର ବ୍ୟାଟିଂ ନିଷ୍ପତ୍ତି, ପେସରଙ୍କ ସ୍ୱର୍ଗରେ ବ୍ୟାଟରଙ୍କ ପାଇଁ ପରୀକ୍ଷା
  • ||

ସାବଧାନ: ଦେଶର ୩୦% ଲୋକ ଏହି ସମସ୍ୟାରେ ପୀଡିତ, ଧ୍ୟାନ ନଦେଲେ ହୋଇପାରେ ହାର୍ଟ ଆଟାକ

image courtesy:- healthsite

ନୂଆଦିଲ୍ଲୀ: ଭାରତରେ ବିଗତ ଏକ ଦଶନ୍ଧୀକୁ ଲକ୍ଷ୍ୟ କରାଗଲେ ଜଣାଯାଏ କି ଦେଶରେ ଅନେକ ସ୍ବାସ୍ଥ୍ୟ ସମସ୍ୟା ବଢି ଚାଲିଛି । ବର୍ତ୍ତମାନ ଅଳ୍ପ ବୟସରେ ମଧ୍ୟ ଡାଇବେଟିସ ଓ ହାର୍ଟ ଆଟାକ ଭଳି ଅନେକ ସମସ୍ୟା ଦେଖା ଦେଉଛି । ସ୍ବାସ୍ଥ୍ୟ ବିଶେଷଜ୍ଞ ମାନଙ୍କ ମତରେ ଏଥି ନିମନ୍ତେ ହାଇ କୋଲେଷ୍ଟ୍ରଲ ଏକ ପ୍ରମୁଖ କାରଣ ଭାବେ ଉଭା ହୋଇଛି । ହାଇ କୋଲେଷ୍ଟ୍ରଲକୁ ନିଯନ୍ତ୍ରଣରେ ରଖି ନ ପାରିଲେ ଏହା ହାର୍ଟ ଆଟାକ ଓ ଷ୍ଟ୍ରୋକ ଭଳି ବିଭିନ୍ନ ରୋଗର କାରଣ ହୋଇପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମାନେ ମନ୍ତବ୍ୟ ଦେଇଛନ୍ତି । 

ଦେଶର ପ୍ରାୟ ୩୦ ପ୍ରତିଶତ ଲୋକ ହାଇ କୋଲେଷ୍ଟ୍ରଲ ସମସ୍ୟାରେ ପୀଡିତ । ଏଥି ମଧ୍ୟରୁ ଅନେକ ଲୋକ ନିଜ ସ୍ବାସ୍ଥ୍ୟର ସ୍ଥିତି ସମ୍ପର୍କରେ ସଠିକ ଭାବେ କିଛି ଜାଣି ନାହାନ୍ତି । ଠିକ ସମୟରେ କୋଲେଷ୍ଟ୍ରଲର ଉପଚାର କରା ନଗଲେ ଏହା ହାର୍ଟ ଆଟାକ ଭଳି ଅନେକ ଗମ୍ଭୀର ସମସ୍ୟା ସୃଷ୍ଟି କରିଥାଏ । ସବୁଠୁ ଅଧିକ ମେଦବହୁଳ ଲୋକ ରହୁଥିବା ଦେଶ ମଧ୍ୟରେ ଭାରତ ବିଶ୍ବରେ ତୃତୀୟ ସ୍ଥାନରେ ରହିଛି ।

କୋଲେଷ୍ଟ୍ରଲ ଆମ ଧମନୀରେ ଜମା ହୋଇ ରକ୍ତ ପ୍ରବାହରେ ବାଧା ସୃଷ୍ଟି କରିଥାଏ, ଯାହା ଫଳରେ ହୃଦୟ ନିକଟରେ ଉପଯୁକ୍ତ ପରିମାଣରେ ରକ୍ତ ପହଞ୍ଚିପାରି ନଥାଏ । ଯାହା ହାର୍ଟ ଆଟାକର ଏକ ପ୍ରମୁଖ କାରଣ । ତେଣୁ ସମସ୍ତେ ଏହା ବିଷୟରେ ଜାଣିବାର ଆବଶ୍ୟକତା ରହିଛି । ମହିଳା ମାନଙ୍କ ତୁଳନାରେ ପୁରୁଷ ମାନଙ୍କ କ୍ଷେତ୍ରରେ କୋଲେଷ୍ଟ୍ରଲ ହେବାର ସମ୍ଭାବନା ଅଧିକ ରହିଥାଏ । ସ୍ବାସ୍ଥ୍ୟ ବିଶେଷଜ୍ଞ ମାନଙ୍କ ମତରେ ରକ୍ତରେ କୋଲେଷ୍ଟ୍ରଲର ମାତ୍ରା ୩୦୦ mg/dL ରୁ ଅଧିକ ରହିଲେ ହାର୍ଟ ଆଟାକର ସମ୍ଭାବନାକୁ ଦୁଇଗୁଣ ଅଧିକ କରିଥାଏ । ଯେଉଁ ଲୋକମାନେ ମଦ୍ୟପାନ କିମ୍ବା ଧୂମପାନ କରିଥାନ୍ତି ସେମାନଙ୍କ କ୍ଷେତ୍ରରେ ହାଇ କୋଲେଷ୍ଟ୍ରଲ ହେବାର ସମ୍ଭାବନା ବହୁତ ଅଧିକ ରହିଥାଏ । 

ଅନୁପଯୁକ୍ତ ଦିନଚର୍ଯ୍ୟା ଓ ଖାଦ୍ୟ ଗ୍ରହଣରେ ଅନିୟମିତତା କରିବା ଦ୍ବାରା କୋଲେଷ୍ଟ୍ରଲ ହେବାର ସମ୍ଭାବନା ବଢି ଯାଇଥାଏ । ଯଦି ଆପଣ ଅସ୍ବାସ୍ଥ୍ୟକର ଖାଦ୍ୟ ଗ୍ରହଣ କରିବା ସହ ଶାରୀରିକ ଗତିବିଧି କମ କରୁଛନ୍ତି କିମ୍ବା ଆପଣଙ୍କ ଶାରୀରିକ ଓଜନ ଅଧିକ ରହୁଛି ତେବେ ଏହା ହାଇ କୋଲେଷ୍ଟ୍ରଲକୁ ବଢାଇବାରେ ସାହାଯ୍ୟ କରିଥାଏ । ଲାଲ ମାଂସ, ଲହୁଣୀ ଯୁକ୍ତ ଡାଏରୀ ଉତ୍ପାଦ, କ୍ରିମ କିମ୍ବା ଟ୍ରାନ୍ସଫ୍ୟାଟ ଯୁକ୍ତ ଖାଦ୍ୟର ଅଧିକ ସେବନ କରିବା ଦ୍ବାରା କୋଲେଷ୍ଟ୍ରଲ ବଢିଥାଏ । 

କୋଲେଷ୍ଟ୍ରଲକୁ ନିୟନ୍ତ୍ରଣରେ ରଖିବାକୁ ଆପଣ ସ୍ବାସ୍ଥ୍ୟକର ଓ ପୁଷ୍ଟିକର ଖାଦ୍ୟ ଖାଇବା ଆରମ୍ଭ କରନ୍ତୁ । ବିନ୍ସ, ଡାଲି, ଫଳମୂଳ ସହ ତନ୍ତୁଜାତୀୟ ପନିପରିବା ଖାଆନ୍ତୁ । ଆଭାକାଡୋ, ତୈଳବୀଜ ସହ ପ୍ରକ୍ରିୟାକୃତ ହୋଇ ନଥିବା ଯେକୈଣସି ତେଲର ବ୍ୟବହାର କୋଲେଷ୍ଟ୍ରଲକୁ ବଢିବାରୁ ରୋକିବା ସହ ହୃଦୟର ସ୍ବାସ୍ଥ୍ୟ ଠିକ ରଖିବାରେ ସାହାଯ୍ୟ କରିଥାଏ । ଉତ୍ତମ ଆହାର ସାଙ୍ଗକୁ ଚାଲିବା, ଦଉଡିବା, ସାଇକେଲ ଚଲେଇବା ଓ ବ୍ୟାୟାମ ଭଳି ବିଭିନ୍ନ ଶାରୀରିକ ଗତିବିଧି ଯୁକ୍ତ କାର୍ଯ୍ୟ କରିବା କୋଲେଷ୍ଟ୍ରଲକୁ କମ କରିବା ସହ ରକ୍ତଚାପ କମ ରଖିଥାଏ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.