କଟକ,୧୬/୦୧: ସମ୍ବଲପୁର ଭିସୁଟ୍ ଛାତ୍ରୀ ମୃତ୍ୟୁ ଘଟଣା । ଘଟଣାର ପୁନଃ ତଦନ୍ତ ପାଇଁ ସମ୍ବଲପୁର ଏସ୍ପିଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଦୁଇ ସପ୍ତାହ ମଧ୍ୟରେ ହାଇକୋର୍ଟରେ ତଦନ୍ତ ସମ୍ପର୍କରେ ଜଣାଇବାକୁ ମାନ୍ୟବର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ମୁତାବକ, ସମ୍ବଲପୁର ଭିସୁଟ୍ ଛାତ୍ରୀ ମୃତ୍ୟୁ ଘଟଣାର ତଦନ୍ତ କରି ପୋଲିସ ଆତ୍ମହତ୍ୟା ବୋଲି କହିଥିଲେ । ହେଲେ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଥିଲେ । ଏପିରିକି ପୋଲିସର ତଦନ୍ତରେ ପରିବାର ଲୋକ ଅସନ୍ତୁଷ୍ଟ ପ୍ରକାଶ କରି ହାଇକୋର୍ଟରେ ଏକ ମାମଲା ଦାୟର କରିଥିଲେ । ଯାହାର ଶୁଣାଣି କରି ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଭିସୁଟ୍ ଛାତ୍ରୀ ମୃତ୍ୟୁ ଘଟଣାର ପୁନଃ ତଦନ୍ତ ପାଇଁ ସମ୍ବଲପୁର ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଛାତ୍ରୀ ମୃତ୍ୟୁ ଘଟଣାର ତଦନ୍ତ ସଂପର୍କରେ ଜଣାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।