କଟକ ୨୧/୦୧: କରୋନା ଗଲା ପରେ କାମରେ ଲାଗିଲାନି କୋଭିଡ ସାମଗ୍ରୀ। କୋଭିଡ ସମୟରେ ଅଭାବ ଥିବା କହି କୋଭିଡ଼ ଯୋଦ୍ଧାଙ୍କୁ ବଣ୍ଟା ହେଲାନି। ଆଉ ଏବେ ଦୀର୍ଘ ଦିନ ଧରି ପଡିରହିବା ପରେ ଖତ ଖାଇଲା । ଶେଷରେ ଏକ୍ସପାରି ହୋଇଗଲା ଲକ୍ଷ ଲକ୍ଷ ଟଙ୍କାର ନାମୀ ଦାମୀ କମ୍ପାନୀର ସାନିଟାଇଜର, ପିପିଇ କିଟ୍ ଏବଂ କୋଭିଡ କେୟାର ସେଣ୍ଟରର ଆସବାବପତ୍ର ବ୍ୟବହାର କରୁଥିବା ସାମଗ୍ରୀ। ନଷ୍ଟ ହେବ। ପରେ ବାହାରେ ପିଙ୍ଗିଦେଲେ କଟକ ମହାନଗର ନିଗମ କର୍ତ୍ତୃପକ୍ଷ। ଏଭଳି ଘଟଣା ସିଏମ୍ସି ବିଜୁ ଭବନ ସାମ୍ନା ସହୀଦ ଭବନ ପରିସରରେ ଦେଖିବାକୁ ମିଳିଛି।
ଏହି ଘଟଣା ସାମ୍ନାକୁ ଆସିବା ପରେ ସିଏମ୍ସି ମେୟର ସୁବାଷ ସିଂ ଗଣାମଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। କୋଭିଡ଼ ସାମଗ୍ରୀ ପିଙ୍ଗା ଯିବା ଘଟଣାର ତଦନ୍ତ ହେବ।କିଛି ଅଧିକାରୀଙ୍କ ଅପାରଗତା ଯୋଗୁଁ କୋଭିଡ ଯୋଦ୍ଧାଙ୍କୁ ଦିଆଯାଇ ପାରିନଥିଲା କୋଭିଡ ସାମଗ୍ରୀ। ତଦନ୍ତ ପରେ ସଂପୃକ୍ତ ଥିବା କର୍ମଚାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।