ମଧୁମେହ କେବଳ ଷ୍ଟ୍ରୋକ୍ କିମ୍ବା ହୃଦରୋଗର କାରଣ ହୁଏ ନାହିଁ । ବରଂ ହାଡ଼ ଏବଂ ଗଣ୍ଠି ମଧ୍ୟ କ୍ଷତିଗ୍ରସ୍ତ ହୁଇଥାଏ। ହାଇପରଗ୍ଲାଇସେମିଆ କିମ୍ବା ରକ୍ତ ଶର୍କରା ସ୍ତରର ଅତ୍ୟଧିକ ବୃଦ୍ଧି ହାଡ଼ ଦୁର୍ବଳ ହେବା, ଗଣ୍ଠି ଯନ୍ତ୍ରଣା ଏବଂ ଶାରୀରିକ କାର୍ଯ୍ୟକଳାପ ହ୍ରାସ ପାଏ। ଏହା ଅଷ୍ଟିଓଆର୍ଥ୍ରାଇଟିସ୍ ଏବଂ ଫ୍ରୋଜେନ୍ ସୋଲ୍ଡର୍ (ଆଡେସିଭ୍ କ୍ୟାପସୁଲାଇଟିସ୍ ଯାହା କାନ୍ଧ ଗଣ୍ଠିରେ ଗତିକୁ ସୀମିତ କରିଥାଏ) ଭଳି ଗମ୍ଭୀର ଅବସ୍ଥା ସୃଷ୍ଟି କରିପାରେ। ମଧୁମେହ ପୀଡିତ ଲୋକଙ୍କର ଆଣ୍ଠୁ ଓଷ୍ଟିଓଆର୍ଥ୍ରାଇଟିସ୍ ଏବଂ ଲିଗାମେଣ୍ଟ୍ ଫ୍ରାକ୍ଚର ହେବାର ଆଶଙ୍କା ଅଧିକ ରହିଥାଏ । ତେଣୁ ଯେଉଁମାନଙ୍କର ମଧୁମେହ ରହିଛି, ସେମାନେ ସେମାନଙ୍କ ଆଣ୍ଠୁଗଣ୍ଠିର ବିଶେଷ ଯତ୍ନ ନେବା ଉଚିତ।
ରକ୍ତରେ ଶର୍କରା ସ୍ତର ବୃଦ୍ଧି ପାଇବା ଦ୍ଵାରା ଗଣ୍ଠି ଉପରେ ପଡ଼ିଥାଏ ଖରାପ ପ୍ରଭାବ:-
ଦୁର୍ବଳ ହାଡ଼: ମଧୁମେହ ଜଣେ ସାଧାରଣ ବ୍ୟକ୍ତିର ହାଡ଼ ଗଠନ ଏବଂ ଭାଙ୍ଗିବା ମଧ୍ୟରେ ସନ୍ତୁଳନକୁ ବିପର୍ଯ୍ୟସ୍ତ କରିଥାଏ । ଯାହା ଦ୍ଵାରା ହାଡ଼ର ଘନତା ହ୍ରାସ ପାଇଥାଏ । ଏହା ହାଡ଼କୁ ଦୁର୍ବଳ କରିଦିଏ । ଯାହା ଫଳରେ ହାଡ଼ ଭାଙ୍ଗିବାର ସମ୍ଭାବନା ବଢ଼ିଇଥାଏ।
ଗଣ୍ଠି ଯନ୍ତ୍ରଣା: ହାଇପରଗ୍ଲାଇସେମିଆ ଗଣ୍ଠି ଗୁଡ଼ିକ ଫୁଲିବାକୁ ଲାଗିଥାଏ। ଫଳରେ ଯନ୍ତ୍ରଣା ହେବା ସହ ଗତିଶୀଳତା ହ୍ରାସ ପାଇଥାଏ। ତେଣୁ ବ୍ୟକ୍ତି ଜଣକ ସହଜରେ କରୁଥିବା ଦୈନନ୍ଦିନ କାର୍ଯ୍ୟରେ ଅନେକ ଗୁଡ଼ିଏ କଷ୍ଟ ଭୋଗିଥାଏ ।
ବିଳମ୍ବରେ ସୁସ୍ଥ ହେବା: ମଧୁମେହ ଯୋଗୁଁ ଶରୀରରେ ସଠିକ ଭାବରେ ରକ୍ତ ପ୍ରବାହ ହୋଇପାରି ନଥାଏ । ଫଳରେ ପର୍ଯ୍ୟାପ୍ତ ପରିମାଣରେ ରକ୍ତ ପ୍ରବାହ ନ ହେବା ଦ୍ଵାରା ଶରୀରରେ ହେଉଥିବା ଆଘାତ ସୁସ୍ଥ ହେବାରେ ମାତ୍ରାଧିକ ସମୟ ଲାଗିଥାଏ ।
ଅଷ୍ଟିଓଆର୍ଥ୍ରାଇଟିସ୍ ହେବାର ଆଶଙ୍କା ବଢ଼ିଯାଏ: ମଧୁମେହ ରୋଗୀଙ୍କଠାରେ ଅଷ୍ଟିଓଆର୍ଥ୍ରାଇଟିସ୍ ହେବାର ଆଶଙ୍କା ଅଧିକ ରହିଥାଏ। ବିଶେଷକରି ଆଣ୍ଠୁରେ ଯନ୍ତ୍ରଣା, ଓଜନ ବୃଦ୍ଧି, ହାତ ଗୋଡ଼ ଫୁଲିବା ଏବଂ ଗଣ୍ଠିରେ କ୍ଷତି ହୋଇଥାଏ ।
ଫ୍ରୋଜେନ୍ କାନ୍ଧ: ମଧୁମେହ ମଧ୍ୟ ଆଡେହିଭ୍ କ୍ୟାପସୁଲାଇଟିସ୍ କିମ୍ବା ଫ୍ରୋଜେନ୍ କାନ୍ଧ ନାମକ ଏକ ଅବସ୍ଥାକୁ ଆମନ୍ତ୍ରଣ କରେ। ଯାହା ଯୋଗୁଁ କାନ୍ଧ ଗଣ୍ଠିରେ ଅତ୍ୟଧିକ ଯନ୍ତ୍ରଣା ଅନୁଭବ ହୋଇଥାଏ। ଯାହା ଫଳରେ ହାତ ଗତି କରିବାରେ କଷ୍ଟ ଭୋଗିବାକୁ ପଡ଼ିଥାଏ ।
ଲିଗାମେଣ୍ଟ ଆଘାତ: ଶରୀରରେ ଗ୍ଲୁକୋଜ୍ ସ୍ତର ବୃଦ୍ଧି ପାଇବା ଦ୍ଵାରା ଲିଗାମେଣ୍ଟଗୁଡ଼ିକ ଦୁର୍ବଳ ହୋଇଯାଏ । ଯାହା ଫଳରେ ମଧୁମେହ ରୋଗୀ ତୁରନ୍ତ ହସ୍ତକ୍ଷେପ କରିପାରି ନଥାନ୍ତି । କାରଣ ତାଙ୍କ ହାଡ଼ଗୁଡ଼ିକ ଅଧିକ ସମ୍ବେଦନଶୀଳ ହୋଇଯାଇଥାଏ ।
ମଧୁମେହ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ପରାମର୍ଶ-
କ୍ୟାଲସିୟମ ଏବଂ ଭିଟାମିନରେ ଭରପୂର ଖାଦ୍ୟକୁ ଆପଣଙ୍କ ଖାଦ୍ୟର ଏକ ଅଂଶ କରନ୍ତୁ । ଆପଣ ଆପଣଙ୍କ ଖାଦ୍ୟରେ ଦୁଗ୍ଧ ଜାତୀୟ ଖାଦ୍ୟ ପଦାର୍ଥ, ବିଭିନ୍ନ ପ୍ରକାରର ଶାଗ, ବାଦାମ ଏବଂ ମାଛ ସାମିଲ କରିବା ଉଚିତ। ସେହିପରି ଗଣ୍ଠି ଫୁଲିବାକୁ ନିୟନ୍ତ୍ରଣ କରିବା ପାଇଁ, ଚିନି ଏବଂ ରିଫାଇନ୍ କାର୍ବୋହାଇଡ୍ରେଟ୍ ଯୁକ୍ତ ପ୍ରକ୍ରିୟାକୃତ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ । ପ୍ରତିଦିନ ଏକ୍ସର୍ସାଇଜ୍ କରନ୍ତୁ ଅଥବା କିଛି ସମୟ ଚାଲନ୍ତୁ, ପହଁରନ୍ତୁ ଏବଂ ଯୋଗ ଇତ୍ୟାଦି କରନ୍ତୁ । ଏପରି କରିବା ଦ୍ୱାରା ହାଡ଼ର ଶକ୍ତି ଏବଂ ଗଣ୍ଠିର ନମନୀୟତାକୁ ଉନ୍ନତ କରିପାରିବ। ଗଣ୍ଠି ଯନ୍ତ୍ରଣାରେ ପୀଡିତ ଲୋକଙ୍କ ପାଇଁ ସାଇକେଲିଂ ଏବଂ ପହଁରିବା ବେଶ୍ ଉପକାରୀ। ଗଣ୍ଠି ଉପରେ ଚାପ କମାଇବା ପାଇଁ ଧୂମପାନ ଏବଂ ମଦ୍ୟପାନଠାରୁ ଦୂରେଇ ରୁହନ୍ତୁ । ଏହା ସହିତ ନିଜର ବୟସ ଅନୁଯାୟୀ ଓଜନକୁ ନିୟନ୍ତ୍ରଣ କରନ୍ତୁ ।