ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ପୂଜା ମଣ୍ଡପ ମୁହାଁ ରାଜଧାନୀବାସୀ, ଭୁବନେଶ୍ଵରରେ ଚକା ଜାମ୍

Published By : Rasmita Pradhan | October 12, 2024 9:51 AM

ଭୁବନେଶ୍ୱର, ୧୨/୧୦ : ଯା’ଦେବୀ ସର୍ବଭୂତେଷୁ ଶକ୍ତିରୂପେଣ ସଂସ୍ଥିତା... ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋଃ ନମଃ.... ଆଦିଶକ୍ତି ଦେବୀ ଦୁର୍ଗାଙ୍କ ଆଗମନରେ ରାଜଧାନୀ ସାରା ହୋଇଉଠିଛି ଉତ୍ସବ ମୁଖର। ପ୍ରତି ପୂଜା ମଣ୍ଡପରୁ ଭାସି ଆସୁଛି ଘଣ୍ଟଘଣ୍ଟା, ଶଙ୍ଖ ଓ ମା’ଙ୍କ ଆବାହନର ସ୍ୱର । ଭକ୍ତିମୟ ପରିବେଶରେ ମା’ଙ୍କ ଆଶୀର୍ବାଦ ପାଇବାକୁ ପୂଜା ମଣ୍ଡପରେ ଭକ୍ତଙ୍କ ନାହିଁ ନଥିବା ଭିଡ଼ । ଜନତାଙ୍କ ଠାରୁ ରାଜନେତା ଯାଏ ସମସ୍ତେ ମା’ଙ୍କ ଆଶିଷ ପାଇବା ପାଇଁ ତାଙ୍କ ଶରଣାଗତ । ଭକ୍ତମାନେ ଷଷ୍ଠୀରୁ ଆରମ୍ଭ କରି ଦେଇଛନ୍ତି ବୁଲାବୁଲି । 

ମହାଅଷ୍ଟମୀରେ ସାରା ରାଜଧାନୀବାସୀ ହୋଇଛନ୍ତି ପୂଜା ମଣ୍ଡପ ମୁହାଁ । ଖରା ଟିକେ ଶୀତଳ ପଡ଼ିବା କ୍ଷଣି ପୂଜା ମଣ୍ଡପ ବୁଲିବା ଲାଗି ଲୋକେ ବାହାରିଥିଲେ ଘରୁ । କିଏ ପଟିଆ ଆଡ଼ୁ ବୁଲାବୁଲି ଆରମ୍ଭ କରିବାକୁ ମନସ୍ଥ କରିଥିଲେ ତ ଆଉ କିଏ ରସୁଲଗଡ଼ରୁ କଳ୍ପନା ଓ ପୁରୀ ରାସ୍ତା ଦେଇ ମଣ୍ଡପ ବୁଲିବା ଲାଗି ସ୍ଥିର କରିଥିଲେ । ଗୋଟିଏ ମୁଣ୍ଡରୁ ଆରମ୍ଭ କରି ଆର ମୁଣ୍ଡରେ ସାରିବାକୁ ଯୋଜନା କରି ଘରୁ ବାହାରି ଆସିଛନ୍ତି । ଭକ୍ତଙ୍କ ପାଇଁ ରାଜଧାନୀ ରାସ୍ତା ବି ଜାମ୍‌ । ବ୍ରେକ ମାରି ମାରି ଗାଡ଼ି ଆଗକୁ ଗଡ଼ୁଥାଏ । ତା’ସାଙ୍ଗକୁ ମଣ୍ଡପ ବୁଲା ବି ହେଉଥାଏ । ରାତି ଯେତେ ବଢ଼ିଥିଲା ଭିଡ଼ ଯେତେ ହେଉଥିଲା । ଗୋଟିଏ ମଣ୍ଡପରୁ ଆଉ ଗୋଟିଏ ମଣ୍ଡପକୁ ଯିବାକୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଥିଲା । 

କଳ୍ପନାରୁ ଏଜି ଛକ ଆଡ଼କୁ ଆସିବାବେଳକୁ ପଡ଼ିବ ୟୁନିଟ୍‌-୧ ହରପାର୍ବତୀ ପୂଜା ମଣ୍ଡପ । ମହାଦେବ ଓ ମା’ ପାର୍ବତୀଙ୍କ ମୁଣ୍ମୟୀ ମୂର୍ତ୍ତି ଶୋଭା ପାଉଛି । ଏଠି କାଶତଣ୍ଡୀ ଫୁଲରେ ତିଆରି ହୋଇଛି ସୂର୍ଯ୍ୟ ମନ୍ଦିର ତୋରଣ । ତାକୁ ଦେଖିବାକୁ ଲୋକଙ୍କ ଗହଳି କାହିଁରେ କ’ଣ । ପୁଣି ଝାରପଡ଼ାରେ ଇମ୍ପେରିଆଲ୍‌ ପ୍ୟାଲେସ୍‌ ତୋରଣ ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼ । ସେଠାରୁ ଅଳ୍ପଦୂରରେ ପୁରୁଣା ଷ୍ଟେସନ୍‌ ବଜାରରେ କାମ୍ବୋଡିଆ ଅଙ୍ଗକରୱାଟ୍‌ ମନ୍ଦିର ଭଳି ତୋରଣ ଭିତରେ ଦୁର୍ଗା ମଣ୍ଡପ । ଏହା ସହିତ ସମୁଦ୍ର ଗର୍ଭରେ ଦ୍ୱାରକା ନଗରୀର ଦୃଶ୍ୟ ଦେଖିବାକୁ ଲୋକଙ୍କ ବେଶ୍‌ ଆଗ୍ରହ ।  ସେହିପରି ବରମୁଣ୍ଡାରୁ ରସୁଲଗଡ଼ ରାସ୍ତାରେ ପଡୁଛି ରାଜଧାନୀର ବଡ଼ ବଡ଼ ୩ଟି ପୂଜା ମଣ୍ଡପ । ବରମୁଣ୍ଡାରେ ରାଜସ୍ଥାନର ଉମେଦ୍‌ ଭବନ ଭଳି ତୋରଣରେ ଆଖିଝଲସା ସାଜସଜ୍ଜା । ଶେଷ ଦିନରେ ୫୦ ଫୁଟିଆ ରାବଣ ପୋଡି ଦେଖିବାକୁ ଏଠି ଭିଡ଼ ଜମିବ । ମୀନା ବଜାର ବି ଲୋକଙ୍କ ମନ କିଣୁଛି । ବରମୁଣ୍ଡାରୁ ବାହାରି ଓଭରବ୍ରିଜ୍‌ ଉପର ଦେଇ ଗଲେ ବାମ ପଟେ ପଡୁଛି ନୂଆପଲ୍ଲୀ ଦୁର୍ଗାପୂଜା ମଣ୍ଡପ । ଯେଉଁଠି ମା’ଙ୍କ ପାଇଁ ହରିଦ୍ୱାର ପ୍ୟାଲେସ୍‌ ଭଳି ତୋରଣ ଏବଂ ଦଶମୀରେ ହେବ ରାବଣ ପୋଡି । ସେଠାରୁ ବାହାରିଗଲେ ରସୁଲଗଡ଼ରେ ଦେଖିବାକୁ ପାଇବେ ଶ୍ରୀ ସ୍ୱାମୀନାରାୟଣ ମନ୍ଦିର ଆକୃତିର ତୋରଣ । 

ରସୁଲଗଡ଼ରୁ ବାମକୁ ଗଲେ ପଡ଼ିବ ଭିଏସ୍‌ଏସ୍‌ ନଗର ସାର୍ବଜନୀନ ଦୁର୍ଗାପୂଜା ମଣ୍ଡପ । ଏଠାରେ ଢ଼ୋଲ ତୋରଣ ବେଶ ସୁନ୍ଦର ହୋଇଛି । ବରମୁଣ୍ଡା କାଳୀ ମନ୍ଦିର ନିକଟରୁ ବରମୁଣ୍ଡା ପଡ଼ିଆ ଶେଷ ଯାଏଁ ପୁଣି ଇସ୍କନ୍‌ରୁ ଜୟଦେବ ବିହାର ଓଭର୍‌ବ୍ରିଜ୍‌, ସେପଟେ ରସୁଲଗଡ଼ ଦୁର୍ଗାପୂଜା ପଡ଼ିଆ ଶେଷ ଯାଏଁ ଏଲ୍‌ଇଡି ଲାଇଟ୍‌ର ଉଜ୍ଜ୍ୱଳ ରଙ୍ଗ ପୂରା ରାଜରାସ୍ତାକୁ ରଙ୍ଗିନ କରି ଦେଇଛି ।  ଏପଟେ ବାଣୀବିହାରରୁ-ରାଜମହଲ ଯାଏଁ ରାସ୍ତାର ଦୁଇପଟ ରଙ୍ଗବେରଙ୍ଗର ଏଲ୍‌ଇଡି ଆଲୋକ ଆକର୍ଷଣର କେନ୍ଦ୍ର ପାଲଟିଛି । ସହିଦନଗରରେ ୧୦୫ ଫୁଟ୍‌ ଉଚ୍ଚତାର ତୋରଣ ଦେଖିବାକୁ ଲୋକଙ୍କ ଗହଳି କାହିଁରେ କ’ଣ । ଏହି ସବୁ ପୂଜା ମଣ୍ଡପ ଆଗରେ ସେଲଫି ଉଠାଇବାକୁ ଭିଡ଼ । ଆଇଗିଣିଆରେ ଗଜପତିର ଜିରାଙ୍ଗ ତୋରଣ, ପୋଖରୀପୁଟରେ ଧଉଳି ଶାନ୍ତିସ୍ତୂପ,କଟକ୍‌ ରୋଡ ବ୍ୟବସାୟୀ ସଂଘ ପକ୍ଷରୁ ଚିତୋରଗଡ଼ ରାଜ ପ୍ରସାଦର ରାଣୀ ପଦ୍ମାବତୀ ପ୍ୟାଲେସ୍‌, ଡମଣାରେ ଦୁବାଇର ମିରାକିଲ ଗାର୍ଡେନ, ଚକେଇସିଆଣିରେ କୋଲକତା ବେଲୁର ମଠ, ଡିଷ୍ଟ୍ରିକ୍ଟ ସେଣ୍ଟର ୱିନର ଆସୋସିଏସନ୍‌ର ସର୍ବଧର୍ମ ତୋରଣ, ପଟିଆରେ ରାଜସ୍ଥାନ ଅମ୍ବର ପ୍ୟାଲେସ, ପଳାଶୁଣିରେ ଭାଟିକାନ ସିଟି, ଶୈଳଶ୍ରୀ ବିହାର ଫେଜ୍‌-୭ରେ ଯୋଧପୁର ଗେଟ୍‌ ରୟାଲ ପ୍ୟାଲେସ୍‌, ବମିଖାଲରେ ଫ୍ରେଞ୍ଚ ପ୍ୟାଲେସ୍‌, କେଶୁରାରେ ସିକ୍କିମ୍‌ ଗୋଲଡେନ୍‌ ମନ୍ଦିର ଭଳି ତୋରଣ ଦେଖିବାକୁ ଲୋକେ ଲମ୍ବା ଲାଇନ୍‌ ଲଗାଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.