ପ୍ରମୂଖ ଖବର
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

୧୯ ଯାଏଁ ତାତିରୁ ନାହିଁ ନିସ୍ତାର ,ଅସହୟ ଗରମ ସହ ଗୁଳୁଗୁଳି

Published By : prameya | May 11, 2025 12:28 PM

ଭୁବନେଶ୍ବର,୧୧/୦୫:ତାତିରୁ ନାହିଁ ନିସ୍ତାର । ରାଜ୍ୟରେ ଆସନ୍ତା ୧୯ ତାରିଖ ଯାଏଁ ଅସହୟ ଗରମ ସହ  ଗୁଳୁଗୁଳି ଅନୁଭବ ହେବ ।  ଅସ୍ତବ୍ୟସ୍ତ ହେବ ଜନ ଜୀବନ। ବର୍ଷାର  ନାହିଁ ସମ୍ଭାବନା। ତେବେ ମେ ମାସରେ ଏମିତି ଜଳବାୟୁ ରହିଥାଏ । କିନ୍ତୁ ଏ ବର୍ଷ ଯୁଦ୍ଧର ପ୍ରଭାବ ମଧ୍ୟ ଜଳବାୟୁ ଉପରେ ପଡିଛି। ଉପରମୁଣ୍ଡରେ ଅଧିକ ତାତି ରହିବା ସହ ଉପକୂଳ ଜିଲ୍ଲାରେ ଅଧିକ ଗୁଲଗୁଳି ଅନୁଭବ ହେବ । 

ମେ ୧୯ ତାରିଖ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାରେ ହିଟୱେଭ ଭଳି ସ୍ଥିତି ଆଉ ଉପକୂଳ ଓଡ଼ିଶାରେ ଗରମ ଓ ଅସହୟ ଆଦ୍ର ରହିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି। ଏପଟେ ମୌସୁମୀ ସମୟ ପୂର୍ବରୁ ଛୁଇଁବାର ସମ୍ଭାବନା ରହିଛି। ମେ ୨୦ ତାରିଖ ସୁଦ୍ଧା ମୌସୁମୀ କେରଳ ଛୁଇଁବାକୁ ନେଇ ପୂର୍ବାନୁମାନ କରିଛି ଆଇଏମଡି । ଯଦି ଜଳବାୟୁରେ କୌଣସି ପରିବର୍ତ୍ତନ ନ ହୁଏ ତେବେ ଓଡିଶାକୁ ମଧ୍ୟ ଜଲଦି ଆସିବାର ସମ୍ଭାବନା ରହିଛି। ମେ ୨୦ ବେଳକୁ ଗୋଟେ ଟ୍ରାପ ଲାଇନ ହେବାର ସମ୍ଭାବନା ରହିଥିବାରୁ ଏହା ପ୍ରଭାବରେ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞଙ୍କ ପକ୍ଷରୁ ସୂଚନା ମିଳିଛି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.