ପ୍ରମୂଖ ଖବର
  • ପୁରୀ : ପୁରୁଷୋତ୍ତମ ଏକ୍ସପ୍ରେସରୁ ୧୫୦ ଗୁଳି ଜବତ
  • ||
  • ଦେବଗଡ : ଯୁବତୀଙ୍କୁ ଟାଙ୍ଗିଆରେ ହାଣି ହତ୍ଯା
  • ||
  • ଭୁବନେଶ୍ୱର : ବିଷ ଇଞ୍ଜେକ୍ସନ ଦେଇ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ: ୨ ଯୁବତୀଙ୍କ ସହ ଅଭିଯୁକ୍ତ ସ୍ୱାମୀ ଗିରଫ
  • ||
  • ସୂର୍ଯ୍ୟମନ୍ଦିରରେ ବଙ୍ଗୀୟ ପର୍ଯ୍ୟଟକ ଆହତ, ଦୀର୍ଘ ସମୟ ଧରି ଫାଟକ ବାହାରେ ଠିଆ ହୋଇ ରହିଲା ଆମ୍ବୁଲାନ୍ସ
  • ||
  • ବିହାରରେ ଦୁଇ ଓଡିଆ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ, ମୃତକଙ୍କ ପରିବାରକୁ ୬ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା
  • ||
  • ବଡ଼ବିଲ ଷ୍ଟେସନ ରୋଡ଼ରେ ଅଘଟଣ, ୧୧ କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଚାଲିଗଲା ଟେଣ୍ଟ କର୍ମଚାରୀଙ୍କ ଜୀବନ
  • ||
  • ବୌଦ୍ଧ : ବସ୍ ଭିତରୁ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • କଟକ : କ୍ରାଇମବ୍ରାଞ୍ଚ ହାତରେ ସାଇବର ଠକ ରାକେଟ, ରାଜ୍ୟ ବାହାରୁ ୨୪ ଜଣ ଗିରଫ
  • ||
  • ମୁଣ୍ଡଳୀ ବ୍ରିଜ୍‌ରୁ ଡେଇଁ ନିଖୋଜ ହୋଇଥିଲେ ଯୁବକ, ମିଳିଲା ମୃତଦେହ
  • ||
  • ବାରିପଦା : କାର୍ଯ୍ୟରେ ଅବହେଳା ପରେ କଠୋର ପଦକ୍ଷେପ ନେଲେ ଜିଲ୍ଲାପାଳ, ୮୪୩ ଟ୍ୟାଗ୍ ଅଫିସର୍‌ଙ୍କ ଦରମା ବନ୍ଦ
  • ||
  • କେନ୍ଦୁଝର : ଅଷ୍ଟମ ବେତନ କମିଶନ ଓ ୟୁପିଏସକୁ ନେଇ ଶ୍ରମିକ ୟୁନିଅନର ସାଧାରଣ ସଭା ଅନୁଷ୍ଠିତ
  • ||
  • ବ୍ରହ୍ମପୁର : ଏମ୍‌କେସିଜି ମେଡିକାଲ କଲେଜ‌ରେ ରାଗିଂ ଘଟଣା: ମୁହଁ ଖୋଲିଲେ ଦ୍ଵିତୀୟ ବର୍ଷ ଛାତ୍ର
  • ||
  • ଗଜପତିରୁ ଗୋରୁ ବୋଝେଇ ଟ୍ରକ୍ ଜବତ, ଡ୍ରାଇଭର ଅଟକ
  • ||
  • କୁହୁଡିର ଧଳା ଚାଦର ତଳେ କେନ୍ଦୁଝର ସହର, ରାସ୍ତାରେ ଗାଡି ମୋଟର ଚଳାଚଳରେ ସମସ୍ୟା
  • ||
  • ବାଲିପାଟଣା : ଗୋମାଂସ ଚୋରା ଚାଲାଣ ବେଳେ ଗାଡି ଅଟକାଇଲେ ଲୋକେ, ୩ ବସ୍ତା ଗୋମାଂସ ଜବତ
  • ||
  • ସୁନ୍ଦରଗଡ଼ : କରମଡିହିରେ ୨ ଯାଯାବର ଗୋଷ୍ଠୀ ମଧ୍ୟରେ ସଂଘର୍ଷ; ୫ ଜଣକୁ ନିର୍ମମ ହତ୍ୟା, ୪ ଗୁରୁତର
  • ||
  • ରାଜଧାନୀରେ ହତ୍ୟାକାଣ୍ଡ: ମାଛ ଖାଇବାକୁ ନଦେବାରୁ ଗଡିଲା ମୁଣ୍ଡ, ସହକର୍ମୀଙ୍କୁ ପନିକିରେ ହାଣିଲା ଦୁର୍ବୃତ୍ତ
  • ||

ସୋମବାର ଇଲେକ୍ଟୋରାଲ ବଣ୍ଡ୍‌ ଉପରେ ଶୁଣାଣି, ସିପିଆଇଏଲ ପକ୍ଷରୁ ସର୍ବୋଚ୍ଚ ଅଦାଲତରେ ପିଟିସନ ଫାଇଲ

ନୂଆଦିଲ୍ଲୀ, ୨୦।୭: ଇଲେକ୍ଟୋରାଲ ବଣ୍ଡ ମାମଲା ପୁଣି ସୁପ୍ରିମକୋର୍ଟରେ ପହଞ୍ଚିଛି । ସ୍ୱେଚ୍ଛାସେବୀ ସଙ୍ଗଠନ କମନ କଜ୍‌ ଏବଂ ସେଣ୍ଟର ଫର ପବ୍ଲିକ ଇଣ୍ଟରେଷ୍ଟ ଲିଟିଗେସନ (ସିପିଆଇଏଲ) ପକ୍ଷରୁ ସର୍ବୋଚ୍ଚ ଅଦାଲତରେ ଏକ ପିଟିସନ ଫାଇଲ କରାଯାଇଛି । ସେଥିରେ ବିଭିନ୍ନ ଦଳକୁ ଚାନ୍ଦା ନେଣଦେଣର ତଦନ୍ତ ଏସ୍‌ଆଇଟି ଦ୍ୱାରା କରାଇବା ଏବଂ ବିଭିନ୍ନ ଦଳ ପାଇଥିବା ଚାନ୍ଦା ସେମାନଙ୍କ ଠାରୁ ଫେରାଇବା ଲାଗି ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଛି । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼, ବିଚାରପତି ଜେବି ପାରଦିୱାଲା ଓ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆସନ୍ତା ୨୨ ତାରିଖ (ସୋମବାର) ଏହା ଉପରେ ଶୁଣାଣି କରିବେ । ଉଭୟ ସଙ୍ଗଠନ ପକ୍ଷରୁ ଆଡଭୋକେଟ ପ୍ରଶାନ୍ତ ଭୂଷଣ ଏହି ପିଟିସନ ଦାଖଲ କରିଛନ୍ତି । ଏହାକୁ ସୁପ୍ରିମକୋର୍ଟ ବିଚାର ପାଇଁ ଗ୍ରହଣ କରିବା ସହ ଏ ସଂକ୍ରାନ୍ତରେ ପୂର୍ବରୁ ଆଗତ କିଛି ପିଟିସନକୁ ଏକାଠି କରିବାକୁ ଆଦେଶ ଦେଇଛନ୍ତି । 

୨୦୨୪ ମାର୍ଚ୍ଚରେ ଇଲେକ୍ଟୋରାଲ ବଣ୍ଡ ତଥ୍ୟ ସାର୍ବଜନୀନ ହେବା ପରେ ପ୍ରଥମଥର ପାଇଁ ଏହି ପିଟିସନ ଅଣାଯାଇଛି । ଏଥିରେ ମୁଖ୍ୟତଃ ଦୁଇଟି ଦାବି ରଖାଯାଇଛି । ପ୍ରଥମଟି ହେଲା ଇଲେକ୍ଟୋରାଲ ବଣ୍ଡ ମାଧ୍ୟମରେ ବିଭିନ୍ନ କର୍ପୋରେଟ ସଂସ୍ଥା ଓ ରାଜନୈତିକ ଦଳ ଭିତରେ ହୋଇଥିବା ଚାନ୍ଦା ଦିଆନିଆ ଘଟଣାର ଏସ୍‌ଆଇଟି ତଦନ୍ତ କରାଯାଉ । ଏହି ତଦନ୍ତ ସୁପ୍ରିମକୋର୍ଟଙ୍କର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ତଦାରଖରେ ହେଉ । ସେହିଭଳି ଦ୍ୱିତୀୟ ଦାବି ହେଉଛି କ୍ଷତିରେ ଚାଲୁଥିବା କିଛି କମ୍ପାନି ଓ କିଛି ନକଲି କମ୍ପାନି ବିଭିନ୍ନ ରାଜନୈତକ ଦଳକୁ ଯେଉଁ ଚାନ୍ଦା ଦେଇଛନ୍ତି ତାକୁ ସେମାନଙ୍କ ଠାରୁ ଅସୁଲ କରାଯାଉ । କାରଣ ଏହି ଅର୍ଥ ଅପରାଧ ଜରିଆରେ ସଂଗ୍ରହ କରାଯାଇଛି । 

ଆବେଦନକାରୀ ଅଭିଯୋଗ କରିଛନ୍ତି କି କିଛି କମ୍ପାନି ନିଜର ଫାଇଦା ଲାଗି ଇଲେକ୍ଟୋରାଲ ବଣ୍ଡ ଜରିଆରେ ରାଜନୈତିକ ଦଳମାନଙ୍କୁ ଚାନ୍ଦା ଦେଇଛନ୍ତି । ସେଥିରେ ସରକାରୀ କାମର ଠିକା ଓ ଲାଇସେନ୍ସ ପାଇବା, କେନ୍ଦ୍ରୀୟ ତଦନ୍ତ ସଂସ୍ଥା (ସିବିଆଇ, ଇଡି ଓ ଆଇଟି)ର ଯାଞ୍ଚରୁ ବଞ୍ଚିବା ଓ ନୀତିରେ ପରିବର୍ତ୍ତନ ଭଳି ଫାଇଦା ରହିଛି । ନିମ୍ନମାନର ଔଷଧ ପ୍ରସ୍ତୁତ କରୁଥିବା କିଛି କମ୍ପାନି ମଧ୍ୟ ଇଲେକ୍ଟୋରାଲ ବଣ୍ଡ କିଣିଛନ୍ତି । ଯାହାକି ଦୁର୍ନୀତି ନିବାରଣ ଆଇନ ୧୯୮୮ର ଉଲ୍ଲଂଘନ । ରାଜନୈତିକ ଦଳମାନେ ସଂଗ୍ରହ କରୁଥିବା ଚାନ୍ଦାରେ ପାରଦର୍ଶିତା ଆଣିବା ଲକ୍ଷ୍ୟରେ କେନ୍ଦ୍ର ସରକାର ୨୦୧୭ରେ ଇଲେକ୍ଟୋରାଲ ବଣ୍ଡ ଯୋଜନା ଆଣିଥିଲେ । ହେଲେ ଏଥିରେ ବ୍ୟାପକ ଅନିୟମିତତା ଅଭିଯୋଗ ହେବା ପରେ ସୁପ୍ରିମକୋର୍ଟ ଗତ ଫେବ୍ରୁଆରୀ ୧୫ ତାରିଖରେ ଏହାକୁ ଅସାମ୍ବିଧାନିକ ବୋଲି କହିବା ସହ ରଦ୍ଦ କରିଦେଇଥିଲେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.